ରଙ୍ଗେଇଲୁଣ୍ଡା-ଭୁବନେଶ୍ୱର-ରଙ୍ଗେଇଲୁଣ୍ଡା ଏୟାର ଷ୍ଟ୍ରିପ୍ ଉଡାଣ ନିର୍ଦ୍ଧାରଣ
11/03/2023 at 6:05 PM

ବ୍ରହ୍ମପୁର ୧୧।୩: ରଙ୍ଗେଇଲୁଣ୍ଡା-ଭୁବନେଶ୍ୱର- ରଙ୍ଗେଇଲୁଣ୍ଡା ଏୟାର ଷ୍ଟ୍ରିପ ଉଡାଣ ନିର୍ଦ୍ଧାରଣ କରାଯାଇଛି । ସମୟ ସାରଣୀ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ତରଫରୁ ପ୍ରକାଶ ପାଇଛି । ଗଞ୍ଜାମ ଜିଲ୍ଲା ପ୍ରଶାସନର ଏହି ପଦକ୍ଷେପ ଯୋଗୁଁ ଯାତ୍ରୀଙ୍କ ଯାତ୍ରା ଅଗ୍ରୀମ ଟିକଟ ସଂଗ୍ରହ କରିପାରିବେ । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ନିର୍ଦ୍ଦେଶ ମୁତାବକ ଜିଲ୍ଲା ପ୍ରଶାସନ ପକ୍ଷରୁ ଟିକଟ ସଂରକ୍ଷଣ କରିବା ସକାଶେ ବ୍ୟବସ୍ଥା କରାଯାଇଛି । ମାର୍ଚ୍ଚ ମାସ ୧୨ ତାରିଖଠାରୁ ୨୯ ତାରିଖ ପର୍ଯ୍ୟନ୍ତ ସମୟ ଓ ନିର୍ଦ୍ଧାରଣ ଏଥି ସହିତ ସର୍ବସାଧାରଣଙ୍କ ଅବଗତି ପାଇଁ ପ୍ରକାଶ କରାଯାଇଛି । ଯାତ୍ରା ଟିକଟର ମୂଲ୍ୟ ୧୨୦୦ ଟଙ୍କା ସହିତ ଅତିରିକ୍ତ ଟିକସ କର ଦେବାକୁ ପଡ଼ିବ । ଆଗ୍ରୀମ ଟିକଟ ନିମନ୍ତେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବରିଷ୍ଠ ସହାୟକ ଉଦ୍ଧବ ସେଠୀଙ୍କ ଫୋନ ନମ୍ବର ୮୨୮୦୦୮୫୪୩୭ରେ ଯୋଗାଯୋଗ କରିପାରିବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।