ଅଫିସ ଭିତରେ ମଦର ଆସର: ବୁଲୁଛି ଭିଡିଓ, ଅଡିଓରେ ଶୁଭୁଛି ‘ରାତି ସାରା ପିଇବା ମଦ’
20/03/2020 at 7:25 PM

ଝାରସୁଗୁଡା, ୨୦|୦୩: ସରକାରୀ ଅଫିସ ଭିତରେ ଖୁଲାମଖୁଲା ଭାବେ ଚାଲିଛି ମଦର ଆସର। ବାଗଡ଼ିହି ଫରେଷ୍ଟ ରେଞ୍ଜ ଅଫିସ ଭିତରେ ମଦର ଆସର। ଏମିତି ଏକ ଘଟଣା ଘଟିଛି ଝାରସୁଗୁଡ଼ା ଜିଲ୍ଲା ବଗଡ଼ିହି ଫରେଷ୍ଟ ରେଞ୍ଜ ଅଫିସ ଭିତରେ। ଏହି ମଦ ମାଂସର ଆସରରେ ନିଜେ ରେଞ୍ଜର, ଫରେଷ୍ଟର, ଓ୍ୱାଚର ସାମିଲ ହୋଇଥିବା ଚର୍ଚ୍ଚା ହେଉଛି। ଏହି ଫଟୋ ବି ଏବେ ମୋବାଇଲରୁ ମୋବାଇଲକୁ ଘୁରୁଛି। ଘଟଣାଟି ହୋଲି ଦିନର ବୋଲି ଜଣାପଡିଛି।
ଏହି ଭିଡ଼ିଓଟି ଏବେ ଭାଇରାଲ ହୋଇଛି। ଭିଡିଓରେ ଜଣେ ଅଧିକାରୀ ରାତି ସାରା ମଦ ପିଇବା ବୋଲି କହୁଥିବାର ଶୁଣିବାକୁ ମିଳୁଛି। ସରକାରୀ ଅଫିସ ଭିତରେ ଏପରି ମଦର ଆସର ଏବେ ସରକାରୀ ଅଧିକାରୀଙ୍କ ଚରିତ୍ର ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏଭଳି ଏକ ଭିଡ଼ିଓ ଭାଇରାଲ ହେବା ପରେ ଜିଲ୍ଲା ବନଖଣ୍ଡ ଅଧିକାରୀ ଏକ ଟିମ ଗଠନ କରି ତଦନ୍ତ କରିବେ ବୋଲି ସୂଚନା ଦେଇଛନ୍ତି।
Related Posts
କୃତ୍ରିମ ଉପାୟରେ ଅଣ୍ଡାରୁ ବାହାରିଲା କୁମ୍ଭୀର ଶାବକ, ଦେଖନ୍ତୁ ଭିଡିଓ…
13 August 2022
୨୪ ଘଣ୍ଟାରେ ଘନୀଭୂତ ହେବ ଲଘୁଚାପ, ପ୍ରଭାବରେ ଦୁଇଦିନ ପ୍ରବଳ ବର୍ଷିବ
13 August 2022