ରଙ୍ଗବତୀ ଗୀତର ଗୀତିକାର ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ ଅସୁସ୍ଥ, ବୁର୍ଲା ସ୍ଥାନାନ୍ତର

Published By : Prameya-News7 Bureau | December 14, 2021 IST

ସମ୍ୱଲପୁର, ୧୪/୧୨: ରଙ୍ଗବତୀ ଗୀତର ଗୀତିକାର ତଥା ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ ଅସୁସ୍ଥ । ତାଙ୍କୁ ସମ୍ୱଲପୁର ମେଡିକାଲରୁ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି ।  ଛାତିରେ ଯନ୍ତ୍ରଣା ହେବାରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।

ମିତ୍ରଭାନୁ ଗୌନ୍ତିଆ ଜଣେ ଓଡ଼ିଆ ଓ ସମ୍ୱଲପୁର ଗୀତିକାର ଓ ନାଟ୍ୟକାର । ସେ ସାଧାରଣ ମଣିଷର ଜୀବନଧାରା ଓ ନିତିଦିନିଆ ଚଳଣି ଓ ସାମାଜିକ ପରମ୍ପରାକୁ ନେଇ ଅନେକ ସମ୍ବଲପୁରୀ ଗୀତ ଓ ଗୀତିନାଟ୍ୟ ରଚନା କରିଛନ୍ତି । ୨୦୨୦ ମସିହାରେରେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିଛି ।ତାଙ୍କ ଦ୍ୱାରା ରଚିତ ରଙ୍ଗବତୀ ଗୀତ ପ୍ରସିଦ୍ଧି ଲାଭ କରିଛି । ଜିତେନ୍ଦ୍ର ହରିପାଲ  ଏବଂ କ୍ରୀଷ୍ଣା ପଟେଲ ‘ରଙ୍ଗବତୀ’ ଗୀତ ଗାଇ ଲୋକପ୍ରିୟତା ଲାଭ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.