ଜୁନ୍ ୨୦ରେ ବିଧାନସଭା ବାଚସ୍ପତି ନିର୍ବାଚନ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ କାମଚଳା ବାଚସ୍ପତି

Published By : Prameya-News7 Bureau | June 14, 2024 IST

ଭୁବନେଶ୍ୱର ୧୪/୦୬: ଜୁନ୍ ୨୦ରେ ବିଧାନସଭା ବାଚସ୍ପଚି ନିର୍ବାଚନ, ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ପ୍ରୋଟମ୍-ସ୍ପିକର । ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ(ରାଜା) ସ୍ୱାଇଁ  ଅସ୍ଥାୟୀ ବାଚସ୍ପତିର ଦାୟିତ୍ୱ ନିର୍ବାହ କରିବେ । 

ଚଳିତ ବିଧାନସଭାକୁ ନିର୍ବାଚିତ ହୋଇଥିବା ବିଧାୟକମାନଙ୍କ ମଧ୍ୟରୁ ସେ ସର୍ବାଧିକ ୮ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ୧୯୯୦ରୁ ଲଗାତର ବିଧାୟକ ଭାବେ ଆଠଗଡ଼ରୁ ନିର୍ବାଚିତ ହୋଇଛନ୍ତି । ଅସ୍ଥାୟୀ ବାଚସ୍ପତି ଭାବେ ଶୁକ୍ରବାର ଶପଥ ନେବେ ରଣେନ୍ଦ୍ର । 

ପରେ ସେ ୧୮ ଓ  ୧୯ରେ ବିଧାୟକଙ୍କ ଶପଥ ଉତ୍ସବ ପରିଚାଳନା କରିବେ । ୨୦ରେ ନିୟମିତ ବାଚସ୍ପତି ବାଛିବା ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ରଣପୁର ବିଧାୟକ ସୁରମା ପାଢୀ ବିଜେପିର ବାଚସ୍ପତି ପ୍ରାର୍ଥୀ ହେବେ ବୋଲି ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.