suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ବେଙ୍ଗଲ ଦଙ୍ଗା ଉପରେ ଫିଲ୍ମ କରିବ ବିଜେପି, ସ୍ବାଧୀନତା ସମୟରେ କଲିକତା ସ୍ଥିତିର ମିଳିବ ଝଲକ
  • ||
  • ଶେଷ ପର୍ଯ୍ୟନ୍ତ ଲଢ଼ି ଅଷ୍ଟ୍ରେଲିଆ ‘ଏ’ କୁ ୨-୧ରେ ହରାଇଲା ଭାରତୀୟ ମହିଳା ହକି ଦଳ
  • ||
  • କୁସ୍ତି ଯୋଦ୍ଧାଙ୍କ ସମର୍ଥନରେ ବାହାରିଲେ ରାମଦେବ, କହିଲେ ମା’ଭଉଣୀଙ୍କ ବିଷୟରେ ବେକାର କଥା କହୁଥିବା ବ୍ରିଜ ଭୂଷଣଙ୍କୁ ଗିରଫ କର
  • ||
  • ଦିଲ୍ଲୀ ୟୁନିଭର୍ସିଟି ସିଲାବସରୁ ହଟିଲା ‘ସାରେ ଜାହାଁ ସେ ଆଚ୍ଛା’ର ଲେଖକ ମହମ୍ମଦ ଇକ୍‌ବାଲଙ୍କ ବିଷୟ
  • ||
  • ଏବେ ଉତ୍ତରାଖଣ୍ଡ ସଂଲଗ୍ନ LACରେ ଦ୍ରୁତ ଗତିରେ ଗାଁ ଗଢି ଚାଲିଛି ଚୀନ, ସୈନ୍ୟ ଶିବିର ବି ନିର୍ମାଣ କରୁଛି
  • ||
  • ହାଇଦ୍ରାବାଦ: କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ ସମର୍ଥନ ପାଇଁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେଜରିଓ୍ଵାଲ
  • ||
  • ନୂଆଦିଲ୍ଲୀ: ଜବାହରଲାଲ ନେହେରୁଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କଲେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାହୁଲ ଗାନ୍ଧୀ
  • ||
  • IPL 2023: ମୁମ୍ବାଇକୁ ହରାଇ ଲଗାତାର ୨ୟ ଥର ଫାଇନାଲ୍‌ରେ ଗୁଜରାଟ ଟାଇଟନ୍ସ, ରବିବାର ଚେନ୍ନାଇ ସହ ଟାଇଟଲ୍ ମୁକାବିଲା
  • ||
  • ବିଜେପି ସରକାରର ୯ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ୯ଟି ପ୍ରଶ୍ନ କଲା କଂଗ୍ରେସ
  • ||
  • ଟିଏମ୍‌ସି ସାଂସଦ ଅଭିଷେକ ବାନାର୍ଜୀଙ୍କ କାର୍କେଡ୍‌ ଉପରେ ଆକ୍ରମଣ, ଇଟା ଫିଙ୍ଗି ଭାଙ୍ଗିଲେ ମନ୍ତ୍ରୀଙ୍କ କାର୍ କାଚ
  • ||

ରଣେନ୍ଦ୍ର ପ୍ରତାପ ସ୍ବାଇଁ ହେଲେ ପ୍ରୋଟେମ୍ ସ୍ପିକର : ବୁଧବାର ପ୍ରଦର୍ଶନୀ ପଡିଆରେ ହେବ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ଉତ୍ସବ

25/05/2019 at 12:39 PM

ଭୁବନେଶ୍ବର ୨୫|୫: ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ପ୍ରୋଟେମ୍ ସ୍ପିକର ବା କାମଚଳା ବାଚସ୍ପତି ଭାବରେ ନିଯୁକ୍ତି ଦିଆଯାଇଛି । ନବ ନିର୍ବାଚିତ ବିଧାୟକଙ୍କୁ ପ୍ରୋଟେମ୍ ସ୍ପିକର ଶପଥପାଠ କରାଇବେ । ରଣେନ୍ଦ୍ର ପ୍ରତାପ ସ୍ବାଇଁ ଚଳିତ ନିର୍ବାଚନରେ କଟକ ଜିଲ୍ଲା ଆଠଗଡ ବିଧାନସଭା ନିର୍ବାଚନମଣ୍ଡଳୀରୁ ବିପୁଳ ଭୋଟ୍ ରେ ବିଜୟୀ ହୋଇଛନ୍ତି ।

ପରମ୍ପରା ଅନୁସାରେ ନବନିର୍ବାଚିତ ସରକାର  ଦାୟିତ୍ବ ନେବା ପୂର୍ବରୁ ପ୍ରୋଟେମ୍ ସ୍ପିକର ନିଯୁକ୍ତ ହୋଇଥାନ୍ତି । ସମସ୍ତ ବିଧାୟକ ଶପଥ ନେବା ପରେ ବିଧାନସଭା ଅଧିବେଶନ ଆରମ୍ଭ ହେଲେ ବାଚସ୍ପତି ନିର୍ବାଚିତ ହୋଇଥାନ୍ତି । ୨୦୧୪ ମସିହାରେ ମଧ୍ୟ ସରକାର ଗଠନ ହେବା ପୂର୍ବରୁ ତତ୍କାଳୀନ ବରିଷ୍ଠ ବିଧାୟିକା ସୁଜ୍ଞାନୀ କୁମାରୀ ଦେଓଙ୍କୁ ପ୍ରୋଟେମ୍ ସ୍ପିକର ଭାବେ ନିଯୁକ୍ତ କରାଯାଇଥିଲା । ପରେ ନିରଞ୍ଜନ ପୂଜାରୀ ବାଚସ୍ପତି ଆସନ ଅଳଙ୍କୃତ କରିଥିଲେ । ବାଚସ୍ପତିଙ୍କୁ ନିର୍ଦଳୀୟ ବୋଲି ବିବେଚନା କରାଯାଇଥାଏ । ବିଧାୟକମାନଙ୍କୁ ପ୍ରୋଟେମ୍ ସ୍ପିକର ଶପଥପାଠ କରାଇବା ପରମ୍ପରା ଥିବାବେଳେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରିମଣ୍ଡଳକୁ ରାଜ୍ୟପାଳ ସ୍ବତନ୍ତ୍ର ଉତ୍ସବରେ ଶପଥପାଠ କରାଇଥାନ୍ତି ।

ନବୀନ ପଟ୍ଟନାୟକଙ୍କ ପରବର୍ତ୍ତୀ ସରକାର ଆସନ୍ତା ୨୯ତାରିଖରେ ଶପଥ ନେବ ବୋଲି ଆପାତତଃ ସ୍ଥିର ହୋଇଛି । ଭୁବନେଶ୍ବର ପ୍ରଦର୍ଶନୀ ପଡିଆଠାରେ ଶପଥ ଗ୍ରହଣ ଉତ୍ସବ ହେବ ବୋଲି ସୂଚନା ମିଲିଛି । ପୂର୍ବରୁ ସାଧାରଣତଃ ରାଜଭବନ ପରିସରରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେଉଥିଲା ।   ଆସନ୍ତାକାଲି ସକାଳେ ବିଜେଡି ବିଧାୟକ ଦଳର ବୈଠକ ଅନୁଷ୍ଠିତ ହେବ । ସେହିଭଳି ଅପରାହ୍ନରେ ବିଜେଡି ସଂସଦୀୟ ଦଳର ବୈଠକ ଅନୁଷ୍ଠିତ ହେବ । ବିଜେଡି ୧୧୨ଟି ବିଧାନସଭା ଆସନରେ ବିଜୟୀ ହୋଇଥିବାବେଳେ ୧୨ଟି ଲୋକସଭା ଆସନରେ ମଧ୍ୟ ବିଜୟୀ ହୋଇଛି ।    

   Related Posts