LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ବଳକା ଧାନ ଓ ଭାଗ ଚାଷୀଙ୍କୁ ନେଇ ପ୍ରଶ୍ନକାଳରେ କୃଷି ମନ୍ତ୍ରୀ ଓ କଂଗ୍ରେସ ବିଧାୟକ ଦଳ ନେତା ମୁହାଁମୁହିଁ

22/03/2023 at 12:09 PM

ଭୁବନେଶ୍ବର ୨୨।୩: ଅମଳ ହେଉଥିବା ଅଧିକ ଧାନ ଓ ଭାଗ ଚାଷୀଙ୍କୁ ନେଇ ବିଧାନସଭା ପ୍ରଶ୍ନକାଳରେ ମୁହାଁମୁହିଁ ହେଲେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ନରସିଂହ ମିଶ୍ର କହିଥିଲେ, ଓଡିଶା ଲ୍ୟାଣ୍ଡ ରାଇଟ ଆକ୍ଟ ଅନୁଯାୟୀ ଭାଗଚାଷ ବେଆଇନ । ଯିଏ ଭାଗଚାଷ କରିବ ଆଉ ଯିଏ ଦେବ ତାକୁ ଦଣ୍ଡ ଦେବା ସହ ସରକାର ସେ ଜମିକୁ ନିଜ ଅଧୀନକୁ ନେଇଯିବେ । ତେବେ ମନ୍ତ୍ରୀ କେମିତି କହିଲେ ଭଦ୍ରକ ଜିଲ୍ଲାରେ ଭାଗ ଚାଷୀଙ୍କ ସଂଖ୍ୟା । ସେହିପରି ସରକାର ଅଧିକ ଫସଲ ଅମଳ କରୁଥିବା କହୁଛନ୍ତି କିନ୍ତୁ ଅଣ ଜଳ ସେଚିତ ଜମିରୁ ୧୩ କ୍ବିଣ୍ଟାଲ ଓ ଜଳ ସେଚିତ ଜମିରୁ ୧୯ କ୍ବିଣ୍ଟାଲ ଧାନ କିଣୁଛନ୍ତି । ତେବେ ବଳକା ଧାନ କିଣିବ କିଏ ?

ସେପଟେ ମନ୍ତ୍ରୀ ରଖିଥିବା ଉତ୍ତରକୁ ନେଇ ପୁଣି ଥରେ ଅସନ୍ତୋଷ ପ୍ରକାଶ କରିଥିଲେ ନରସିଂହ । କହିଥିଲେ ମନ୍ତ୍ରୀ ମୋ ପ୍ରଶ୍ନ ଉତ୍ତର ନରଖି ଗୋଳାଉଛନ୍ତି ।  କିଛି ସମୟ ପାଇଁ ନରସିଂହ ଓ ରଣେନ୍ଦ୍ର ମୁହାଁମୁହିଁ ହୋଇଥିଲେ । ପରେ ବାଚସ୍ପତି ନରସିଂହଙ୍କୁ କହିଥିଲେ ମନ୍ତ୍ରୀ ପରବର୍ତ୍ତୀ ସମୟରେ ଆପଣଙ୍କୁ ତଥ୍ୟ ଯୋଗାଇ ଦେବେ । ଏହାପରେ ଉଭୟ ନିଜ ଆସନରେ ବସିଥିଲେ ।

   Related Posts