ଚୀନରେ ବୋଲ ମାନୁନି କରୋନା: ସତର୍କ ସରକାର, ଏୟାର୍‌ପୋର୍ଟରେ ସାମ୍ପଲ ଟେଷ୍ଟ ସହ କଟକଣା ମାନିବାକୁ ସ୍ୱାସ୍ଥ୍ୟମନ୍ତ୍ରାଳୟର ନିର୍ଦ୍ଦେଶ

Published By : Prameya-News7 Bureau | December 21, 2022 IST

ନୂଆଦିଲ୍ଲୀ: ଚୀନରେ କରୋନା ଉତ୍‌ପାତ ଦେଖି ସଜାଗ ହେଲେ ଭାରତ ସରକାର। ପୁଣିଥରେ କରୋନା ଗାଇଡ୍‌ଲାଇନ୍ ମାନିବାକୁ ଲୋକଙ୍କୁ ଅନୁରୋଧ କରିବା ସହିତ ଚେକିଂ ଆରମ୍ଭ କରିବାକୁ ଯାଉଛନ୍ତି। ବିମାନବନ୍ଦରଗୁଡ଼ିକରେ ଆସୁଥିବା ଅନ୍ତର୍ଜାତୀୟ ଯାତ୍ରୀଙ୍କର ସାମ୍ପଲ ଟଷ୍ଟ କରାଯିବ ବୋଲି ସୂଚନା ମିଳିଛି। ଏନେଇ ବୁଧବାର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜଣେ ଅଧିକାରୀ ସୂଚନା ଦେଇ କହିଛନ୍ତି  “ବର୍ତ୍ତମାନ ଦେଶରେ ୧୦ଟି ନୂଆ ଭ୍ୟାରିଏଣ୍ଟର ଭାଇରାସ ରହିଛନ୍ତି। ନୂଆ ଆସିଥିବା BF.7. ମଧ୍ୟ ଭାରତରେ ରହିଛି। ତେବେ ବର୍ତ୍ତମାନ ଓମିକ୍ରନର ଅଲଗା ଅଲଗା ଭାଇରାସ ଦେଶ ସାରା ମାତିଛି। ବର୍ତ୍ତମାନ ପର୍ଯ୍ୟନ୍ତ ବି ଦେଶର କେତେକ ସ୍ଥାନରେ ଡେଲ୍‌ଟାଇ ଭାଇରସ ଦେଖିବାକୁ ମିଳୁଛି। ”

ଏହା ପୂର୍ବରୁ ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ କୋଭିଡ୍ ବିଶେଷଜ୍ଞ ଓ ପ୍ରମୁଖ ଅଧିକାରୀଙ୍କ ସହ ବସି ଦେଶରେ କୋଭିଡ୍ ସ୍ଥିତ ସମାଲୋଚନା କରିଥିଲେ। ବୈଠକ ପରେ ସେ କହିଥିଲେ ଯେ କୋଭିଡ୍‌ ଏବେ ବି ଯାଇନି। ତେଣୁ ସତର୍କ ରହିବା ସହିତ ଯାଞ୍ଚରେ ସହଯୋଗ କରନ୍ତୁ। ଆମେ ସବୁ ପ୍ରକାର ପରିସ୍ଥିତିକୁ ସମ୍ନା କରିବାକୁ ପଡ଼ିବ ବୋଲି ମନ୍ତ୍ରୀ କହିଥିଲେ।   

ତେବେ କେବଳ କେନ୍ଦ୍ର ସରକାର ନୁହଁନ୍ତି ନୀତୀ ଆୟୋଗ ମୁଖ୍ୟ ବିକେ. ପାଲ ଓ ଦିଲ୍ଲୀ ଏମ୍ସର ପୂର୍ବତନ ମୁଖ୍ୟ  ଡାକ୍ତର ରଣଦୀପ ଗୁଲେରିଆ କହିଛନ୍ତି। ଜନଗହଳି ସ୍ଥାନରେ ମାସ୍କ  ପିନ୍ଧନ୍ତୁ। ତା ସହିତ ଭିଡ଼ ଅଞ୍ଚଳ ଠାରୁ ଦୂରେଇ ରହିବାକୁ ଶ୍ରୀ ପଲ୍‌ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଚୀନ ଠାରୁ ଭାରତରେ କୋରନା ସ୍ଥିତି ଭଲ ରହିଛି। ଟିକାକରଣ ଯୋଗୁ ଏହା ସମ୍ଭବ ହୋଇପାରିଛି। ତେଣୁ ଆଗକୁ ସତର୍କ ରହିବାକୁ ପଡ଼ିବ ବୋଲି ଗୁଲେରିଆ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.