ସୁରଜେଓ୍ବାଲା କହିଲେ, ‘୯୯.୯ ପ୍ରତିଶତ କଂଗ୍ରେସ କର୍ମୀ ଚାହୁଁଛନ୍ତି ରାହୁଲ ଗାନ୍ଧୀ ଅଧ୍ୟକ୍ଷ ହୁଅନ୍ତୁ’ ଟ୍ରୋଲର୍ସ ଲେଖିଲେ ୧୦୦ % ବିଜେପି ନେତା ତାହାହିଁ ଚାହାନ୍ତି

Published By : Prameya-News7 Bureau | December 19, 2020 IST

ନୂଆଦିଲ୍ଲୀ ୧୯/୧୨ : କଂଗ୍ରେସର ଭାବି ଅଧ୍ୟକ୍ଷଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ପରିବାରବାଦ ରାଜନୀତିକୁ ନେଇ ଦୀର୍ଘଦିନ ହେବ କଂଗ୍ରେସର ବରିଷ୍ଟ ନେତାମାନଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଛି । ପ୍ରଥମେ ରାହୁଲ ଗାନ୍ଧୀଙ୍କୁ ଅଧ୍ୟକ୍ଷ କରାଯିବ ବୋଲି ଶୁଣାଯାଉଥିଲା କିନ୍ତୁ ଏବେ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଏହି କ୍ରମରେ ସାମିଲ ହୋଇଛନ୍ତି । କଂଗ୍ରେସ ପ୍ରବକ୍ତା ରଣଦୀପ ସୁରଜେଓ୍ବାଲା କହିଛନ୍ତି ୯୯.୯ ପ୍ରତିଶତ କଂଗ୍ରେସ କର୍ମୀ ଚାହୁଁଛନ୍ତି ରାହୁଲ ଗାନ୍ଧୀ ହିଁ ପାର୍ଟି ଅଧ୍ୟକ୍ଷ ହୁଅନ୍ତୁ ।

ସୁରଜେଓ୍ବାଲାଙ୍କ ଏହି ବୟାନକୁ ନେଇ ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଅନେକ ୟୁଜର ସୁରଜେଓ୍ବାଲାଙ୍କୁ ଏହି ବୟାନକୁ ଟ୍ରୋଲ୍ ମଧ୍ୟ କରିଥିବା ଦେଖିବାକୁ ମିଳିଛି । କିଛି ବିଜେପି ସମର୍ଥକ ଏହାକୁ ଟ୍ରୋଲ୍ କରି କହିଛନ୍ତି ୧୦୦ ପ୍ରତିଶତ ବିଜେପି କର୍ମୀ ଚାହୁଁଛନ୍ତି ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ହୁଅନ୍ତୁ ।

କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଖୁବଶୀଘ୍ର ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ଏହାରି ମଧ୍ୟରେ ପାର୍ଟି ପ୍ରବକ୍ତା ରଣଦୀପ ସିଂହ ସୁରଜେଓ୍ବାଲା କହିଛନ୍ତି ଦଳର ଅଧ୍ୟକ୍ଷ କିଏ ହେବେ ତାହା ପାର୍ଟିର ଇଲେକ୍ଟୋରାଲ୍ କଲେଜ, ଅଲ ଇଣ୍ଡିଆ କଂଗ୍ରେସ କମିଟି ସଦସ୍ୟ, କଂଗ୍ରେସ କାର୍ଯ୍ୟକର୍ତ୍ତା ଏବଂ ଅନ୍ୟ ସଦସ୍ୟମାନେ ନିଷ୍ପତ୍ତି ନେବେ । ତେବେ ବ୍ୟକ୍ତିଗତ ଭାବେ ସେ କହିଛନ୍ତି ରହୁଲ ଗାନ୍ଧୀ ହିଁ ଅଧ୍ୟକ୍ଷ ପଦ ପାଇଁ ପ୍ରଥମ ଦାବିଦାର । ସେ କହିଛନ୍ତି ୯୯.୯ ପ୍ରତିଶତ ଲୋକ ଚାହୁଁଛନ୍ତି ଯେ, ରାହୁଲ ଗାନ୍ଧୀ ହିଁ ଅଧ୍ୟକ୍ଷ ହୁଅନ୍ତୁ ।

ଦୀର୍ଘଦିନ ହେବ କଂଗ୍ରେସରେ ଦଳୀୟ କନ୍ଦଳ ଲାଗିରହିଛି । ପୂର୍ବରୁ ୧୬ ଡିସେମ୍ବର ୨୦୧୭ ରୁ ୩ ଜୁଲାଇ ୨୦୧୯ ଯାଏଁ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିଲେ ରାହୁଲ ଗାନ୍ଧୀ । ୨୦୧୯ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ ରାହୁଲ । ଏହା ପରେ ପୁଣି ଥରେ ଅଧ୍ୟ ପଦ ସମ୍ଭାଳିଥିଲେ ସୋନିଆ ଗାନ୍ଧୀ । ତେବେ ଏହାକୁ ନାପସନ୍ଦ କରିବା ସହିତ ଦଳର କିଛି ବରିଷ୍ଠ ନେତା ପରିବାରବାଦ ରାଜନୀତିକୁ ନେଇ ଖୋଲାଖୋଲି ଭାବେ ଅସନ୍ତୋଷ ଜାହିର କରିଥିଲେ ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.