oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୦୬ କୋଭିଡ୍ ପଜିଟିଭ୍
  • ||
  • ପିଏଫଆଇ ଉପରେ ଲାଗିଲା ୫ ବର୍ଷ ପାଇଁ ପ୍ରତିବନ୍ଧକ, ଆତଙ୍କବାଦୀ କାର୍ଯ୍ୟକଳାପ ନେଇ କାର୍ଯ୍ୟାନୁଷ୍ଠାନ
  • ||
  • ଯାଜପୁର: ମାଆ ବିରଜାଙ୍କ ପୀଠରେ ଚାଲିଛି ନବଦିନାତ୍ମକ ପୂଜା, ସନ୍ଧ୍ୟାରେ ରଥଟଣା
  • ||
  • ଜଗତସିଂହପୁର: ନବରାତ୍ରର ତୃତୀୟ ଦିନ, ମନ୍ତ୍ରଧ୍ୱନୀ ଓ ଚଣ୍ଡୀପାଠରେ କମ୍ପୁଛି ଝଙ୍କଡ଼ ପୀଠ
  • ||
  • କଟକ : କଟକ ସହରରେ ପଶିଲେ ୩ ହାତୀ, ଆକ୍ରମଣରେ ୨ ମୃତ
  • ||

ଖୁବଶୀଘ୍ର RK ଫିଲ୍ମସ୍‌ ହେବ ସକ୍ରିୟ: ରଣଧୀର କପୁର କହିଲେ-ଏକ ‘ଲଭ୍ ଷ୍ଟୋରୀ’ ସିନେମାରୁ ଆରମ୍ଭ ହେବ ନୂଆ ଇନିଂସ୍‌, ସେ ଦେବେ ନିର୍ଦ୍ଦେଶନା

11/10/2020 at 7:01 PM

ମୁମ୍ବାଇ ୧୧/୧୦: ବଲିଉଡ୍‌ ସିନେମା ଜଗତ ପାଇଁ ଖୁସିଖବର। ହିନ୍ଦୀ ସିନେମା ଜଗତରେ ପୁଣିଥରେ ଜୀବନ୍ୟାସ ପାଇବ ଆରକେ ଫିଳ୍ମସ୍ ପ୍ରଯୋଜନା ସଂସ୍ଥା। ସ୍ବର୍ଗତ ରାଜ କପୁରଙ୍କ ଦ୍ବାରା ସ୍ଥାପିତ ଆରକେ ଫିଲ୍ମସ୍‌କୁ ଜୀବନ ଦାନ ଦେବା ପାଇଁ ଘୋଷଣା କରିଛନ୍ତି ରଣଧୀର କପୁର।

ଆଗାମୀ ଦୁଇ ମାସ ମଧ୍ୟରେ କାର୍ଯ୍ୟ ଆରମ୍ଭ ହୋଇଯିବ ବୋଲି କହିଛନ୍ତି ରଣଧୀର। କେବଳ ସେତିକି ନୁହେଁ ଏକ ପ୍ରେମ କାହାଣୀ ଉପରେ ପର୍ଯ୍ୟବେସିତ ଫିଳ୍ମରୁ ପୁଣିଥରେ ଯାତ୍ରା ଆରମ୍ଭ କରିବ ଆରକେ ବ୍ୟାନର। ଏହି ଫିଲ୍ମର ନିର୍ଦ୍ଦେଶନା ସେ ନିଜେ ଦେବେ ବୋଲି ରଣଧୀର ସୂଚନା ଦେଇଛନ୍ତି।  ତେବେ ଆଗାମୀ ଫିଲ୍ମ ସମ୍ପର୍କରେ ଅଧିକ କିଛି ପ୍ରକା​‌ଶ କରିବାକୁ ଚାହୁଁନଥିବା ବେଳେ ଏନେଇ ପରେ ଜଣାଇଦିଆଯିବ ବୋଲି ରଣଧୀର କହିଛନ୍ତି।

୧୯୪୮ରେ ରାଜ କପୁରଙ୍କ ଦ୍ବାରା ପ୍ରତିଷ୍ଠା ଲାଭ କରିଥିବା ଆରକେ ପ୍ରଡକ୍ସନ ଦର୍ଶକଙ୍କୁ ଭେଟିଦେଇଛି ଅନେକ ହିଟ୍‌ ଫିଲ୍ମ। ଫିଲ୍ମ ‘ଆଗ୍‌’ରୁ ନିଜର ଯାତ୍ରା ଆରମ୍ଭ କରିଥିବା ଆରକେ ଫିଲ୍ମସ୍‌ ଆଓ୍ବାରା, ଶ୍ରୀ ୪୨୦, ମେରା ନାମ ଜୋକର, ବବି, ସତ୍ୟମ ଶିବମ ସୁନ୍ଦରମ ଓ ରାମ ତେରି ଗଙ୍ଗା ମେଲି ଭଳି ଫିଲ୍ମ ଦର୍ଶକଙ୍କୁ ଦେଇଛି। ପରବର୍ତ୍ତୀ ସମୟ​‌ରେ ୧୯୮୮ ରାଜ କପୁରଙ୍କ ଦେହାନ୍ତ ପରେ ଆରକେ ଫିଲ୍ମସ୍‌ର ଦ୍ବାୟିତ୍ବଭାର ନେଇଥିଲେ ରଣଧୀର କାପୁର। ‘ଆ ଅବ୍‌ ଲଟ୍ ଚଲେଁ’ ହେଉଛି  ଆରକେ ଫିଲ୍ମସ୍‌ର ଶେଷ ଫିଲ୍ମ।

   Related Posts