scan steel
web-baneer-728x90
WhatsApp Image 2023-12-06 at 12.52.17
krs-300-250-banner english-1
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବିବାହ ବନ୍ଧନରେ ବାନ୍ଧି ହେବେ ରଣଦୀପ ହୁଡ୍ଡା, ଦେଖନ୍ତୁ ଦମ୍ପତ୍ତିଙ୍କ ରୋମାଣ୍ଟିକ୍ ଫଟୋ…

21/11/2023 at 11:22 AM

ମୁମ୍ବାଇ ୨୧।୧୧: ବିବାହ କରିବାକୁ ଯାଉଛନ୍ତି ବଲିଉଡ ଅଭିନେତା ରଣଦୀପ ହୁଡା । ଖୁବ୍‌ଶୀଘ୍ର ରଣଦୀପ ତାଙ୍କ ଗର୍ଲଫ୍ରେଣ୍ଡ ଲିନଙ୍କ ସହ ନେବାକୁ ଯାଉଛନ୍ତି ସାତଫେରା ।  ଏହି ମାସ ଶେଷରେ ହିଁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ରଣଦୀପ ଏବଂ ଲିନ୍ ଲେଶରାମ । ତେବେ ବିବାହ ତାରିଖ ପ୍ରକାଶ କରିନାହାଁନ୍ତି ରଣଦୀପ ।

୨୦୨୨ରେ ରଣଦୀପ ଲିନଙ୍କ ସହ ତାଙ୍କ ସମ୍ପର୍କକୁ ଅଫିସିଆଲ୍ କରିଥିଲେ । ବର୍ତ୍ତମାନ ଏହି ଦମ୍ପତି ସେମାନଙ୍କ ସମ୍ପର୍କକୁ ଆଗକୁ ନେବାକୁ ପ୍ରସ୍ତୁତ ଅଛନ୍ତି । ରଣଦୀପ ଏବଂ ଲିନଙ୍କ ବିବାହ ବିଷୟରେ କହିବାକୁ ଗଲେ ଏହା ଏକ ଅନ୍ତରଙ୍ଗ ବିବାହ ହେବାକୁ ଯାଉଛି । ଅର୍ଥାତ୍ ଅଳ୍ପ କିଛି ବିଶେଷ ବନ୍ଧୁ ଏବଂ ପରିବାର ବିବାହରେ ଉପସ୍ଥିତ ରହିବେ ।  

ରିପୋର୍ଟ ଅନୁଯାୟୀ ଏହି ମାସ ଶେଷରେ ଦମ୍ପତ୍ତି ବିବାହ କରିବେ । କିନ୍ତୁ କୁହାଯାଉଛି କି ରଣଦୀପ ମୁମ୍ବାଇରେ ବିବାହ କରିବେନି। ରଣଦୀପଙ୍କ ଗର୍ଲଫ୍ରେଣ୍ଡ ଲିନ୍ ମଧ୍ୟ ଜଣେ ଅଭିନେତ୍ରୀ। ସେ ଫରାହ ଖାନଙ୍କ ଫିଲ୍ମ ଓମ ଶାନ୍ତି ଓମରେ ଏକ କେମିଓ ରୋଲ୍‌ କରିଥିଲେ ।

 ସେ ଓମ କପୁରଙ୍କ ବନ୍ଧୁ ଭୂମିକାରେ ଅଭିନୟ କରିଥିଲେ। ଏହାପରେ ଲିନ୍‌ ପ୍ରିୟଙ୍କା ଚୋପ୍ରାଙ୍କ ସହ ମେରି କମ୍‌ରେ ନଜର ଆସିଥିଲେ । ସେ ଏହି ଫିଲ୍ମରେ ପ୍ରିୟଙ୍କାଙ୍କ ବନ୍ଧୁ ଭୂମିକାରେ ମଧ୍ୟ ଅଭିନୟ କରିଥିଲେ ।

You Can Read:

   Related Posts