scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

୪୭ ବର୍ଷରେ ବିବାହ କରିବେ ରଣଦୀପ୍‌, ଦୀର୍ଘଦିନର ଗର୍ଲଫ୍ରେଣ୍ଡ ସହ ନେବେ ସାତଫେରା

6/11/2023 at 8:08 AM

ମୁମ୍ଵାଇ ୦୬।୧୧: ଚଳିତ ମାସରେ ବିବାହ କରିବେ ଲୋକପ୍ରିୟ ଅଭିନେତା ରଣଦୀପ ହୁଡ୍ଡା। ତାଙ୍କର ଦୀର୍ଘ ଦିନର ପ୍ରେମିକା ଲିନ୍ ଲାଇଶ୍ରମଙ୍କୁ ସାତ ଫେରା ନେବେ। ବିବାହ ମୁମ୍ଵାଇରେ ନୁହେଁ ଆଉ କେଉଁ ଜାଗାରେ ହେବ । କୁହାଯାଉଛି ଯେ, ବଡ଼ ଆକାରରେ ବିବାହ ନକରି ରଣଦୀପ କେବଳ ପରିବାର ଲୋକଙ୍କ ଉପସ୍ଥିତିରେ ବିବାହ କରିବେ ।

ତେବେ ରଣଦୀପ କେଉଁ ତାରିଖରେ ଏବଂ କେଉଁଠି ବିବାହ କରିବେ ତାହା ଜଣାପଡ଼ିନାହିଁ। ଗଣମାଧ୍ୟମଠାରୁ ନିଜ ବ୍ୟକ୍ତିଗତ ଜୀବନ ଦୂରେଇ ରଖୁଥିବା ରଣଦୀପ ଧୁମଧାମରେ ବିବାହ କରିବାକୁ ଚାହୁନଥିବା ଚର୍ଚ୍ଚା ହେଉଛି। ହେଲେ ଦୁହେଁ ବିବାହକୁ ନେଇ କୌଣସି ପ୍ରତିକ୍ରିୟା ରଖିନଥିବାରୁ ଅଭିନେତା ସତରେ ବିବାହ କରୁଛନ୍ତି କି ନାହିଁ, ତାହା ଜଣାପଡ଼ିନାହିଁ। ଏପର୍ଯ୍ୟନ୍ତ ଖୋଲାଖୋଲି ଭାବେ ନିଜ ସମ୍ପର୍କକୁ ସ୍ବୀକାର କରିନଥିଲେ ବି ରଣଦୀପ ଅନେକ ସମୟରେ ଲିନଙ୍କ ସହ ଫଟୋ ସେୟାର କରନ୍ତି। ୨୦୨୧ରେ ଲିନଙ୍କୁ ଜନ୍ମଦିନର ଶୁଭେଚ୍ଛା ଦେଇ ପୋଷ୍ଟ କରିବା ପରେ ଦୁହିଁଙ୍କ ମଧ୍ୟରେ ଥିବା ସମ୍ପର୍କ ସ୍ପଷ୍ଟ ହୋଇଥିଲା।

କହିବାକୁ ଗଲେ, ଲିନ୍ ଜଣେ ମଡେଲ୍ ଏବଂ ଅଭିନେତ୍ରୀ । ସେ ୨୦୦୭ରେ ଶାହାରୁଖ ଖାନଙ୍କ ‘ଓମ୍ ଶାନ୍ତି ଓମ୍’ ସହିତ ବଲିଉଡରେ ଏଣ୍ଟ୍ରି କରିଥିଲେ। ଏଥିରେ ତାଙ୍କର ଭୂମିକା ବହୁତ ଛୋଟ ଭୂମିକା ଥିଲା । ୨୦୧୪ ମସିହାରେ, ସେ ପ୍ରିୟଙ୍କା ଚୋପ୍ରାଙ୍କ ଅଭିନୀତ ‘ମେରି କମ’ରେ ଏକ ସପୋର୍ଟିଂ ଭୂମିକାରେ ନଜର ଆସିଥିଲେ । ଏହା ବ୍ୟତୀତ ଲିନ୍ ‘ରେଙ୍ଗୁନ୍’ ଏବଂ ‘ଆକ୍ସନ୍’ ଏବଂ ‘ଜାନେ ଜାନ’ ଭଳି ଚଳଚ୍ଚିତ୍ରରେ କାମ କରିଥିଲେ।  ଲିନ୍ ମଣିପୁରର ବାସିନ୍ଦା ।  ସେ ଇମ୍ଫାଲରେ ଜନ୍ମଗ୍ରହଣ କରିଥିଲେ ।  ୨୦୦୮ ରେ, ସେ ମିସ୍ ନର୍ଥ ଇଷ୍ଟ ଇଣ୍ଡିଆର ପ୍ରଥମ ରନର୍ ଅପ୍ ହୋଇଥିଲେ । ସେ ଅନେକ ବିଦେଶୀ ଦ୍ରବ୍ୟର ବ୍ରାଣ୍ଡ ଆମ୍ବାସାଡର ଭାବରେ କାର୍ଯ୍ୟ କରିଛନ୍ତି ।

   Related Posts