scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଦୀର୍ଘ ଦିନର ପ୍ରେମିକାକୁ ବିବାହ କଲେ ରଣଦୀପ୍‌ ହୁଡା, ମଣିପୁରୀ ରୀତିନୀତିରେ ନେଲେ ସାତଫେରା

30/11/2023 at 8:00 AM

ମୁମ୍ଵାଇ ୩୦।୧୧: ବଲିଉଡ୍‌ ଅଭିନେତା ରଣଦୀପ ହୁଡା। ୪୭ ବର୍ଷରେ ହାତକୁ ଦି ହାତ ହେଲେ ଅଭିନେତା। ଦୀର୍ଘ ଦିନର ଗର୍ଲଫ୍ରେଣ୍ଡ ଲିନ ଲାଇଶ୍ରାମଙ୍କୁ ବିବାହ କରିଛନ୍ତି। ଉଭୟ ଦୀର୍ଘ ସମୟ ଧରି ପରସ୍ପରକୁ ଡେଟ କରୁଥିଲେ । ଇମ୍ଫାଲରେ ପାରମ୍ପରିକ ମଣିପୁରୀ ରୀତିନୀତିରେ ଉଭୟ ସାତ ଫେରା ନେଇଛନ୍ତି। ବର୍ତ୍ତମାନ ସେମାନଙ୍କ ବିବାହର ଅନେକ ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଛି ।

ରଣଦୀପ୍‌ ଧଳା ରଙ୍ଗର ଧୋତି ଓ କୁର୍ତ୍ତା ପିନ୍ଧି ଅଭିନେତା ଜଣେ ଆଦର୍ଶ ମଣିପୁରୀ ବର ପରି ଦେଖାଯାଉଥିଲେ। ଫଟୋ ଏବଂ ଭିଡିଓରେ ତାଙ୍କୁ ପରିବାର ଏବଂ ସମ୍ପର୍କୀୟମାନେ ଘେରି ରହିଥିବାର ନଜର ଆସିଥିଲେ। ବିବାହ ସମାରୋହର ଲିନ ପାରମ୍ପରିକ ମଣିପୁରୀ କନ୍ୟା ବେଶରେ ନଜର ଆସିଛନ୍ତି। ଲିନ୍‌ ତାଙ୍କର ବିଶେଷ ଦିନ ପାଇଁ ଏକ ସୁନ୍ଦର ଲାଲ ରଙ୍ଗର ଲେହେଙ୍ଗା ବାଛିଥିଲେ ୱ ଯେଉଁଥିରେ ସେ ସୁନା ଅଳଙ୍କାର ପିନ୍ଧିଥିବାର ନଜର ଆସିଥିଲେ । ବର୍ତ୍ତମାନ ତାଙ୍କର  ବ୍ରାଇଡାଲ୍ ଲୁକ୍ ଭାଇରାଲ୍ ହେବାରେ ଲାଗିଛି ।

ଦୁହିଁଙ୍କ ବିବାହରେ କେବଳ ଘନିଷ୍ଠ ବନ୍ଧୁ ଏବଂ ପରିବାର ସଦସ୍ୟ ସାମିଲ ଥିଲେ । ପରେ ସେମାନେ ମୁମ୍ଵାଇରେ ଏକ ଗ୍ରାଣ୍ଡ ରିସେପସନ୍‌ କରିବ। ବିବାହରେ ମଣିପୁରର ଷ୍ଟ୍ରିଟ୍ ଫୁଡ୍ ମଧ୍ୟ ରହିଥିଲା । ଗତକାଲି ରାତିରେ ସେମାନଙ୍କର ଅନେକ ବିବାହ ପୂର୍ବ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। କହିବାକୁ ଗଲେ ଥିଏଟରରେ ଲିନ ଏବଂ ହୁଡା ପ୍ରଥମରଥର ପାଇଁ ପରସ୍ପରକୁ ଭେଟିଥିଲେ। ଏହାପରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା।

   Related Posts