ମହିଳାଙ୍କ ସହ ଦୁଷ୍କର୍ମ କରି ଗିରଫ ହେଲେ ପ୍ରବଚକ

Published By : Prameya-News7 Bureau | April 10, 2019 IST

ବୃନ୍ଦାବନ କୋତ୍‌ବାଲି ଥାନା ଅଞ୍ଚଳରେ ଆଶ୍ରମ ଚଳାଉଥିବା ଜଣେ ପ୍ରବଚକ ବିରୋଧରେ ରାଂଚିର ଜଣେ ମହିଳା ଦୁଷ୍କର୍ମ ଅଭିଯୋଗ କରିଛନ୍ତି। ପ୍ରବଚକ ବିରୋଧରେ ଥାନାରେ ମାମଲା ରୁଜୁ ମଧ୍ୟ କରିଛନ୍ତି। ଥାନାରେ ଏହି ଅଭିଯୋଗ ହେଲା ପରେ ପୋଲିସ ପ୍ରବଚକକୁ ତୁରନ୍ତ ଗିରଫ କରିଥିଲେ। ପିଡୀତା ମହିଳା ଅଭିଯୋଗ କରିଛନ୍ତି ଯେ, କିଛି ଦିନ ପୂର୍ବରୁ ଦରଭଙ୍ଗା ବିହାରର ଜଣେ ମହିଳା ପ୍ରବଚକଙ୍କୁ ନିଜ ଗୁରୁ କହି ସଂପୃକ୍ତ ମହିଳାଙ୍କ ସହ ଭେଟ କରାଇଥିଲେ। ପ୍ରବଚକ ରାଜଋଷି ନାଁରେ ପରିଚିତ।ସେ ବୃନ୍ଦାବନର ବାସିନ୍ଦା ଥିଲେ।

ରାଜଋଷି ମହିଳାଙ୍କୁ ବୃନ୍ଦାବନରେ ସ୍ଥାୟୀ ବାସିନ୍ଦା ହେବା ପାଇଁ ପରାମର୍ଶ ଦେଇଥିଲେ। ରାଜଋଷିଙ୍କ କହିବା ଅନୁସାରେ ପିଡୀତା ସେଠାରେ ଘର କିଣି ବାସ କରିଲେ। ୨୦୧୮ ମସିହା ଜନମାଷ୍ଟମୀ ପାଖାପାଖି ୩ଟି କିସ୍ତିରେ ୩ ଲକ୍ଷ ଟଙ୍କା ଦେଇଥିଲେ। ଗୋଟେ ଦିନ ରାଜଋଷି ତାଙ୍କୁ ପରିକ୍ରମା କରାଇବା ବାହାନାରେ ଡାକିଥିଲେ।

ଅଭିଯୁକ୍ତ ରାଜଋଷି ମହିଳାଙ୍କୁ ବିଧୁନା ଯିବା ପାଇଁ କହିଥିଲେ। ପିଡୀତା ତାଙ୍କୁ ଯିବାର କାରଣ ପଚାରିଥିବାରୁ ରାଜଋଷି କହିଥିଲେ ଯେ ଜଣେ ଗୁରୁଙ୍କ ପ୍ରବଚନ ଶୁଣିବାକୁ ବିଧୁନା ଯିବେ ବୋଲି। ଏପ୍ରିଲ ମାସ ୮ ତାରିଖ ରାତିରେ ମହିଳା ରାଜଋଷିଙ୍କ ସହ ରାତି ୨ଟା ସମୟରେ ଆଶ୍ରମ ପହଞ୍ଚିଥିଲେ। ସେଠାରେ ରାଜଋଷି ମହିଳାଙ୍କ ସହ ଦୁଷ୍କର୍ମ କରିଥିଲେ। କେବଳ ସେତିକି ନୁହଁ ସାଢେ ତିନି ଭରିର ୨ଟି ସୁନା ଚୁଡି, ୨ଭରି ସୁନା ଚେନ ଓ ଏକ ହିରା ଲକେଟ ମହିଳାଙ୍କଠୁ ଜୋର ଜବରଦସ୍ତି ନେଇଥିଲେ।

ତେବେ ଘଟଣା ବିଷୟରେ ପିଡୀତା ତା ପର ଦିନ ସକାଳେ ପୋଲିସକୁ ଜଣାଇବା ସହ ଅଭିଯୋଗ କରିଥିଲେ। ମହିଳା ଅଭିଯୋଗ ଅନୁଯାଇ ସେ ଭଣ୍ଡ ପ୍ରବଚକକୁ ଗିରଫ କରାଯାଇଛି। ଏହା ସହ ମହିଳାଙ୍କୁ ଡାକ୍ତରି ମାଇନା ପାଇଁ ମେଡିକାଲ ପଠା ଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.