ଫାଇନାନ୍ସ କର୍ମଚାରୀଙ୍କ ଗୁଳିକରି ହତ୍ୟା, ସିସିଟିଭି ଫୁଟେଜ୍‌ ଆଧାରରେ ତଦନ୍ତ ଜାରି

Published By : Prameya-News7 Bureau | February 16, 2020 IST

ଭଦ୍ରକ ୧୬।୦୨: ରାସ୍ତାରେ ଯାଉଥିବା ସମୟରେ ଗୁଳି କରି ହତ୍ୟା । ଘର ଠାରୁ ୨୦୦ମିଟରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଝାଡଖଣ୍ଡର ରାଞ୍ଚିରେ ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଛି । ମୃତକ ମୁକେଶ ଜଲନ । ମୁକେଶ ଭଦ୍ରକ ଜିଲ୍ଲା ବନ୍ତ ଛକ ଅଞ୍ଚଳରେ ଥିବା ଜଗଦୀଶ ଗୁପ୍ତାଙ୍କ ଝିଅ ରେଖାଙ୍କୁ ବିବାହ କରିଥିଲେ ।

ସୂଚନାଯୋଗ୍ୟ ଯେ, ମୁକେଶ ଝାଡ଼ଖଣ୍ଡସ ରାଞ୍ଚି ଜିଲ୍ଲାର ହାରମୁ ରୋଡ ନିକଟ କିଶୋରେଗଞ୍ଜରେ ପରିବାର ସହ ରହୁଥିଲେ । ଏକ ଘରୋଇ ଗାଡି ଫାଇନାନ୍ସ ସଂସ୍ଥା ରେ କାର୍ଯ୍ୟ କରୁଥିଲେ ମୁକେଶ ।  ଗତ ୬ ତାରିଖ ଦିନ ଅଫିସରୁ ଫେରି ବାପା ଙ୍କ ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ । ହଠାତ୍‌ ସେହି ସମୟରେ ଦୁଇଟି ବାଇକରେ ୬ ଜଣ ଦୁର୍ବୃତ୍ତ ଆସି ତାଙ୍କ ଘର ନିକଟରୁ ପ୍ରାୟ ୨୦୦ ମିଟର ଦୂରରେ ତାଙ୍କୁ ଗୁଳି ମାରିଥିଲେ ।

କମ୍ପାନୀର ଋଣ ପରିଶୋଧ ନେଇ ଅନେକ ଲୋକଙ୍କ ସହ ମୁକେଶଙ୍କର ଝଗଡା ହୋଇଥିଲା । ସିସିଟିଭି ରେ ଦୁଇଟି ବାଇକ ରେ କେତେକ ଦୁର୍ବୁତ୍ତ ଆସି ନିକଟରୁ ଗୁଳି ଚଳାଇଥିବା ଦେଖିବାକୁ ମିଳିଛି । ଏବେ ପର୍ଯ୍ୟନ୍ତ ରାଞ୍ଚି ପୋଲିସ ୨୦ ଜଣ ଙ୍କୁ ଅଟକ ରଖିଥିବା ନେଇ ରାଞ୍ଚି ଡ଼ିଏସପି ସୂଚନା ଦେଇଛନ୍ତି । ବେଆଇନ ଅସ୍ତ୍ର ରଖିଥିବା ଓ ବିଭିନ୍ନ ଅପରାଧ ରେ ସମ୍ପୃକ୍ତ ଅପରାଧୀଙ୍କୁ ସନ୍ଦେହରେ ଅଟକ ରଖିଥିବା ସୂଚନା ଦେଇଛି ରାଞ୍ଚି ପୋଲିସ । ସିସିଟିଭିର ହାର୍ଡଡିସ୍କ କୁ ଜବତ କରିଛି ପୋଲିସ । ୪ ଟି ଟିମ ଗଠନ କରି ଝାଡଖଣ୍ଡ ପୋଲିସ ମାମଲାର ତଦନ୍ତ ଜାରି ରଖିଛି । ଏନେଇ ମୁକେଶ ଙ୍କ ପରିବାର ଲୋକେ ଝାଡଖଣ୍ଡ ରାଜ୍ୟପାଳଙ୍କୁ ଭେଟି ହତ୍ୟାକାରୀଙ୍କୁ ଧରିବା ପାଇଁ ଗୁହାରି କରିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.