FIFA World Cup 2022: ଫ୍ରାନ୍ସକୁ ଝଟକା, ଆହତ କାରଣରୁ ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଲେ ଷ୍ଟ୍ରାଇକର କରୀମ ବେଞ୍ଜେମା

Published By : Prameya-News7 Bureau | November 20, 2022 IST

ଦୋହା: ଆଜିଠାରୁ ଫିଫା ବିଶ୍ୱକପ୍‌ ଆରମ୍ଭ ହେବାକୁ ଯାଉଥିବା ବେଳେ ଡିଫେଣ୍ଡିଂ ଚାମ୍ପିୟନ୍ସ ଫ୍ରାନ୍ସକୁ ଶକ୍ତ ଝଟ୍‌କା ଲାଗିଛି। ଦଳର ଷ୍ଟ୍ରାଇକର କରୀମ ବେଞ୍ଜେମା ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଛନ୍ତି। ଅଭ୍ୟାସ ବେଳେ ସେ ଆହତ ହୋଇଛନ୍ତି। ତାଙ୍କ ଜଙ୍ଘରେ ଆଘାତ ଲାଗିଛି। ଏଥିପାଇଁ ତାଙ୍କୁ ଟୁର୍ଣ୍ଣାମେଣ୍ଟରୁ ବାଦ୍ ଦିଆଯାଇଛି ବୋଲି ସୂଚନା ମିଳିଛି।

୨୦୨୨ ବାଲାନ ଡି'ଓଆର୍ ବିଜେତା କରୀମ ଫିଫା ପାଇଁ ଅଭ୍ୟାସ ଜାରି ରଖିଥିବା ବେଳେ ଆହତ ହୋଇଥିଲେ। ଏହାପରେ ଟିମ୍‌ ପରିଚାଳକ ତାଙ୍କୁ ବାଧ୍ୟ ହୋଇ ଟୁର୍ଣ୍ଣାମେଣ୍ଟରୁ ବାଦ ଦେଇଛନ୍ତି। ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଫ୍ରାନ୍ସ ଫୁଟବଲ ଫେଡେରେସନ ପକ୍ଷରୁ ମଧ୍ୟ ସୂଚନା ଦିଆଯାଇଛି। କତାରରେ ହେବାକୁ ଥିବା ବିଶ୍ୱକପ୍‌ରେ ବେଞ୍ଜେମା ଭାଗ ନେବେ ନାହିଁ ବୋଲି ସଂସ୍ଥା ତା ୱେବସାଇଟ୍‌ରେ ସୂଚନା ଦେଇଛି।

ଏଥିରେ କୁହାଯାଇଛି ଯେ ରିୟଲ ମାଦ୍ରିଦ୍ ଷ୍ଟ୍ରାଇକର ବାମ ଜଙ୍ଘରେ ଆଘାତ ଲାଗିଛି। ଏମ୍‌ଆର୍‌ଆଇ ସ୍କାନରେ ତାଙ୍କର ଫେମୋରାଲ ରେକ୍ଟସ୍ ଆଘାତ ଲାଗିଥିବା ଜଣାପଡ଼ିଛି। ଏଥିରୁ ସୁସ୍ଥ ହେବାକୁ ୩ ସପ୍ତାହରୁ ଅଧିକ ସମୟ ଲାଗିବ ବୋଲି ଫ୍ରାନ୍ସ ଫୁଟବଲ ଫେଡେରେସନ ପକ୍ଷରୁ ସୂଚନା ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.