‘ANIMAL’ ସେଟ୍ରୁ ସାମ୍ନାକୁ ଆସିଲା ରଣବୀର କପୁରଙ୍କ ଗ୍ୟାଙ୍ଗଷ୍ଟର ଲୁକ୍, ଫଟୋ ଭାଇରାଲ୍
30/01/2023 at 12:55 PM

ମୁମ୍ଵାଇ ୩୦।୦୧: ବଲିଉଡର ହ୍ୟାଣ୍ଡସମ୍ ଅଭିନେତା ରଣବୀର କପୁର । ବର୍ତ୍ତମାନ ସେ ତାଙ୍କ ପର୍ସନାଲ ଲାଇଫ୍ ଠାରୁ ପ୍ରଫେଶନାଲ ଲାଇଫ୍କୁ ନେଇ ବେଶୀ ଆଲୋଚନା ହେଉଛି। ଅଭିନେତା ଶ୍ରଦ୍ଧା କପୁରଙ୍କ ସହ ‘ତୁ ଝୁଠି ମେଁ ମକାର’ରେ ଖୁବ ଶୀଘ୍ର ଦେଖିବାକୁ ମିଳିବେ। ତାଙ୍କର ଫିଲ୍ମ ଆନିମଲ ମଧ୍ୟ ଲାଇନରେ ଅଛି। ଫିଲ୍ମର ପ୍ରଥମ ଲୁକ୍ ରିଲିଜ୍ ହୋଇଛି।
ରଣବୀରଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ରଣବୀରଙ୍କ ଆଗାମୀ ଚଳଚ୍ଚିତ୍ର ‘ଆନିମଲ୍’ର ସେଟରୁ ଆସିଛି। ଆପଣ ଦେଖିପାରିବେ ଯେ ରଣବୀର ତାଙ୍କ ବଡିଗାର୍ଡଙ୍କ ସହ ନୀଳ ସୁଟ, ଲମ୍ବା କେଶ ଏବଂ ଦାଢିରେ ନଜର ଆସିଛନ୍ତି। ଏହା ସହିତ ସେ ଭିଡିଓରେ ଧୂମପାନ କରୁଥିବା ଦେଖିବାକୁ ମିଳିଛି।
ଭାଇରାଲ ଭିଡିଓରେ ରଣବୀରଙ୍କ ଲୋକମାନେ ରେଞ୍ଜ ରୋଭର କାରରୁ ଅସ୍ତ୍ର ବାହାର କରୁଥିବା ନଜର ଆସିଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ, ଏହି ଭିଡିଓ ଦିଲ୍ଲୀରେ ‘ଆନିମଲ୍’ର ସୁଟିଂ ସମୟର। ଯାହା ଜଣେ ପ୍ରଶଂସକଙ୍କ ଦ୍ୱାରା ଭାଇରାଲ ହୋଇଛି। ଏଥିସହ ଅନ୍ୟ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ସେ ସୁଟ୍ ପାଇଁ ପ୍ରସ୍ତୁତ ହେଉଥିବା ଦେଖିବାକୁ ମିଳିଛି। ରଣବୀରଙ୍କ ଭୟଙ୍କର ଲୁକ୍ ଦେଖି ପ୍ରଶଂସକଙ୍କ ମଧ୍ୟରେ ଫିଲ୍ମ ପାଇଁ ଉତ୍ସାହ ବୃଦ୍ଧି ପାଇଛି ।