Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ଆଲିଆଙ୍କ ପୂର୍ବରୁ ପିଲାକୁ ନେଇ ରଣବୀର ଦେଇଥିଲେ ଏପରି ଇଶାରା…

28/06/2022 at 1:45 PM

ନୂଆଦିଲ୍ଲୀ ୨୮।୦୬ : ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ଘରକୁ ଖୁବ୍ ଶୀଘ୍ର କୁନି ଅତିଥି ଆସିବାକୁ ଯାଉଛି। ଏନେଇ ବଲିଉଡର ମୋଷ୍ଟ ଆଡରବେଲ୍‌ କପଲଙ୍କୁ ଅନେକ ଅଭିନନ୍ଦନ ଦିଆଯାଉଛି। ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ପ୍ରଶଂସକଙ୍କ ପର୍ଯ୍ୟନ୍ତ, ଏହି ଖୁସି ଖବର ଶୁଣି ସେମାନଙ୍କୁ ଖୁବ୍‌ କମେଣ୍ଟ କରୁଛନ୍ତି। ସୋସିଆଲ ମିଡିଆ ପେଜ୍‌ରେ ଏକ ଫଟୋ ସେୟାର କରି ଆଲିଆ ତାଙ୍କ ପ୍ରେଗନେନ୍‌ସି ବିଷୟରେ ସୂଚନା ଦେଇଥିଲେ । ସେ ଡାକ୍ତରଖାନାର ବେଡରେ ଶୋଇଥିବାର ବେଳେ  ତାଙ୍କର ସୋନୋଗ୍ରାଫି ଚାଲିଛି। ସେହି ସମୟରେ  ରଣବୀର କପୁର ତାଙ୍କ ପାଖରେ ବସିଥିବାର ନଜର ଆସିଛନ୍ତି। ଆଲିଆଙ୍କ ଏହି ଫଟୋ ଆସିବା ମାତ୍ରେ ଏହା ଖୁବ୍ ଭାଇରାଲ ହୋଇଛି ।

କିଛି ଦିନ ପୂର୍ବରୁ ରଣବୀର କପୁରଙ୍କ ଆଗାମୀ ଫିଲ୍ମ ‘ଶମଶେରା’ର ଟ୍ରେଲର ନିକଟରେ ଲଞ୍ଚ ହୋଇଥିଲା। ଏହି ସମୟରେ ସେ ତାଙ୍କ ପରିବାର ବିଷୟରେ ଉଲ୍ଲେଖ କରିଥିଲେ। ରଣବୀରଙ୍କ ଏହି ଭିଡିଓ ଖୁବ୍‌ ଭାଇରାଲ ହୋଇଛି। ସେହି ସମୟରେ କହିଥିଲେ, ‘ମୋର ଏବେ ବହୁତ କାମ କରିବାର ଅଛି ସାର୍, ମୋତେ ଏକ ପରିବାର ବଢିବାର ଅଛି। ସେମାନଙ୍କ ପାଇଁ କାମ କରିବାକୁ ପଡିବ, ପୂର୍ବରୁ ମୁଁ ନିଜ ପାଇଁ କାମ କରୁଥିଲି … ଆଉ ଏବେ ନା ନା ….ବର୍ତ୍ତମାନ ମୋତେ ବହୁତ କାମ କରିବାକୁ ପଡିବ’।

ରଣବୀର କପୁରଙ୍କ କାର୍ଯ୍ୟକ୍ଷେତ୍ର ବିଷୟରେ କହିବାକୁ ଗଲେ ଦୀର୍ଘ ୪ ବର୍ଷ ପରେ ପୁଣି ଥରେ ବଡ ପରଦାରେ ଫେରିଛନ୍ତି। ତାଙ୍କର ଚଳଚ୍ଚିତ୍ର ‘ଶମଶେରା’ ୨୨ ଜୁଲାଇରେ ରିଲିଜ୍‌ ହେବାକୁ ଯାଉଛି। ଏହି ଫିଲ୍ମରେ ରଣବୀର କପୁର, ସଞ୍ଜୟ ଦତ୍ତ ଏବଂ ବାଣୀ କପୁର ମୁଖ୍ୟ ଭୂମିକାରେ ନଜର ଆସିବେ। ଏହା ବ୍ୟତୀତ ରଣବୀରଙ୍କର ‘ବ୍ରହ୍ମାସ୍ତ୍ର’ ଏବଂ ‘ଆନିମଲ’  ସହ ହାତରେ ଆହୁରି ଫିଲ୍ମ ରହିଛି ।

   Related Posts