scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଝିଅ ଜନ୍ମ ହେବା ପରେ ଚିନ୍ତାରେ ରଣବୀର, କହିଲେ-ରାହାକୁ ୨୦ ହେଲା ବେଳେ ମୋତେ ୬୦ ହୋଇଯାଇଥିବ…

10/12/2022 at 10:52 AM

ମୁମ୍ଵାଇ ୧୦।୧୨: ବଲିଉଡ୍‌ର ମୋଷ୍ଟ ଆଡରେବଲ କପଲ ରଣବୀର କପୁର ଏବଂ ଆଲିଆ ଭଟ୍ଟ । ନିକଟରେ ପିତାମାତା ହୋଇଥିଲେ। ଯାହା ଏକ ମାସ ହୋଇଗଲାଣି । ଗତ ମାସରେ ନଭେମ୍ବର 6 ରେ ଆଲିଆ ଭଟ୍ଟ ଏକ ଝିଅକୁ ଜନ୍ମ ଦେଇଥିଲେ। ଏହି ସମୟରେ ଉଭୟ ଦମ୍ପତ୍ତି ଅଧିକାଂଶ ସମୟ ଝିଅ ରାହା କପୁରଙ୍କ ସହ ଅତିବାହିତ କରୁଛନ୍ତି। ପିତା ହେବା ପରେ ରଣବୀର କପୁର ବହୁତ ଖୁସି ଅଛନ୍ତି। କିନ୍ତୁ ସେ ଗୋଟିଏ କଥା ବିଷୟରେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି। ରେଡ ସି ଫିଲ୍ମ ଫେଷ୍ଟିଭାଲ୍‌ରେ ଏହା ପ୍ରକାଶ କରିଛନ୍ତି।

ନିକଟରେ ରଣବୀର ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପାର୍ଟିରେ ଯୋଗ ଦେଇଥିଲେ। ଏହି ସମୟରେ ସେ ଚଳଚ୍ଚିତ୍ର, ପିତାମାତା ଏବଂ ଅନ୍ୟାନ୍ୟ ବିଷୟ ବିଷୟରେ କହିଥିଲେ। ଯେତେବେଳେ ରଣବୀରଙ୍କୁ ପଚରାଯାଇଥିଲା ପିତା ହେବା ପରେ ତାଙ୍କ ଜୀବନରେ କ’ଣ ପରିବର୍ତ୍ତନ ହୋଇଛି ସେ କହିଥିଲେ, ‘ମୁଁ ଭାବୁଛି ମୁଁ କାହିଁକି ଏତେ ସମୟ ନେଇଥିଲି? ମୋର ସବୁଠୁ ବଡ ଅସୁରକ୍ଷିତତା ହେଉଛି ଯେତେବେଳେ ମୋ ଝିଅକୁ ୨୦ ବା ୨୧ ହେବେ, ସେତେବେଳେ ମୋତେ ୬୦ ବର୍ଷ ହୋଇ ଯାଇଥିବ। କଣ ମୁଁ ସେମାନଙ୍କ ସହିତ ଫୁଟବଲ ଖେଳିପାରିବି ? ନା ମୁଁ ସେମାନଙ୍କ ସହିତ ଦୌଡ଼ିପାରିବି ? ଏହା ମୋର ବହୁତ ବଡ ଇନ୍‌ସିକ୍ୟୁରିଟି। କହିଛନ୍ତି ଯେ ନିଶ୍ଚିତ ଭାବରେ ଏକ ଭିନ୍ନ ପ୍ରକାରର ଅଭିଜ୍ଞତା, ଯାହା ସେ ଏପର୍ଯ୍ୟନ୍ତ ଅନୁଭବ କରିନାହାଁନ୍ତି।

ଆଲିଆ ଭଟ୍ଟ ଏବଂ ରଣବୀର କପୁର ପ୍ରାୟ ୫ ବର୍ଷ ପରସ୍ପରକୁ ଡେଟ କରିବା ପରେ ଚଳିତ ବର୍ଷ ଏପ୍ରିଲ ୨୦୨୨ରେ ବିବାହ କରିଥିଲେ। ଏହି ଦମ୍ପତି ସେମାନଙ୍କର ଘନିଷ୍ଠ ବନ୍ଧୁ ଏବଂ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ବିବାହ କରିଥିଲେ । ସେମାନଙ୍କ ବିବାହର ଫଟୋ ଏବଂ ଭିଡିଓ ଭାଇରାଲ ହୋଇଥିଲା। ବିବାହର ୨ ମାସ ପରେ ଆଲିଆ ମା ହେବାକୁ ଯାଉଛନ୍ତି ବୋଲି ସୋସିଆଲ ମିଡିଆରେ ଏକ ପୋଷ୍ଟ ଜଣାଇଥିଲେ।

   Related Posts