scan steel
web-baneer-728x90
WhatsApp Image 2023-12-06 at 12.52.17
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ରଣବୀର କପୁରଙ୍କୁ ଇଡି ସମନ, ୬ ତାରିଖରେ ହେବେ ହାଜର

4/10/2023 at 3:48 PM

Ranbir Kapoor

ମୁମ୍ବାଇ: ବିବାଦୀୟ ମହାଦେବ ଆପ୍‌ ମାମଲାରେ ବଲିଉଡ୍‌ ଅଭିନେତା ରଣବୀର କପୁରଙ୍କୁ ଇଡିର ସମନ। ଅକ୍ଟୋବର ୬ ତାରିଖରେ ହାଜର ହେବାକୁ ନୋଟିସ୍‌। ଅନଲାଇନ୍ ମହାଦେବ ଆପ୍‌ର ପ୍ରଚାର ଅଭିଯୋଗରେ ଏହି ସମନ ଜାରି କରିଛି ଇଡି।

ଉଲ୍ଲେଖଯୋଗ୍ୟ, ମହାଦେବ ବୁକ୍‌ ଆପ୍ ହେଉଛି ଏକ ଅନଲାଇନ୍‌ ବେଟିଂ ପ୍ଲାଟଫର୍ମ ଆପ୍‌, ଯାହା ବର୍ତ୍ତମାନ ଇଡି ଏବଂ ବିଭିନ୍ନ ରାଜ୍ୟର ପୋଲିସ୍‌ର ତଦନ୍ତରେ ରହିଛି। ଏହି କମ୍ପାନି ଦୁବାଇରୁ ପରିଚାଳିତ ହେଉଥିଲା। ବେଆଇନ ବେଟିଂ ଓ୍ବେବସାଇଟରେ ୟୁଜର୍ସଙ୍କ ନାମ ପଞ୍ଜିକରଣ କରି ବେନାମୀ ବ୍ୟାଙ୍କ ଖାତା ଖୋଲି କୋଟି କୋଟି ଟଙ୍କା ହେରାଫେରୀ ସିଣ୍ଡିକେ଼ଟ୍ ଖୋଲିଥିଲା ବେଟିଂ ଆପ୍ ମାଲିକ । ଟଙ୍କା ଠକେଇ ଅଭିଯୋଗ ଆସିବା ପରେ ମହାଦେବ ଅନଲାଇନ୍ ବୁକ୍ ବେଟିଂ ଆପ୍ ଉପରେ ରେଡ୍ ମାରିଥିଲା ଇଡି ।

ଆହୁରି ପଢ଼ନ୍ତୁ: ବେଟିଂ ଆପ୍ ପ୍ରମୋଟରଙ୍କ ବିବାହରେ ଯୋଗଦେବା ପଡ଼ିପାରେ ଭାରି, ବଲିଉଡ୍ କଳାକାରଙ୍କୁ ସମନ କରିପାରେ ଇଡି

ତେବେ ଏହି ଆପ୍‌ର ସତ ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ୨୦୨୩ ଫେବ୍ରୁଆରୀରେ ଆପ୍‌ର ପ୍ରମୋଟର ସୌରଭ ଚନ୍ଦ୍ରାକରଙ୍କ ବିଳାସପୂର୍ଣ୍ଣ ବିବାହ କରିଥିଲେ। ଏହି ବିଳାସପୂର୍ଣ୍ଣ ବିବାହରେ ପ୍ରାୟ ୨୦୦ କୋଟିରୁ ଅଧିକ ଖର୍ଚ୍ଚ ହୋଇଥିବା କୁହାଯାଉଛି। ଆଉ ଏହି ବିବାହରେ ବଲିଉଡର ଅନେକ ନାମୀ କଳାକାର ମଧ୍ୟ ଯୋଗଦେଇଥିଲା। ଆଉ ଏହି ମାମଲାରେ ଇଡି ସମନ କରିଥିବା କୁହାଯାଉଛି।

ନିକଟରେ ଇଡି ମୁମ୍ବାଇ ଏବଂ ଦିଲ୍ଲୀରେ କିଛି ସେଲିବ୍ରିଟି ମାନଙ୍କର ମ୍ୟାନେଜରଙ୍କ ଘରେ ମଧ୍ୟ ରେଡ୍‌ କରିଥିଲା। ଏହି ରେଡ୍‌ରୁ ପ୍ରାୟ ୨.୫ କୋଟିର ନଗଦ ମଧ୍ୟ ଜବତ କରିଥିଲା।

   Related Posts