ବିବାହକୁ ନେଇ ଚର୍ଚ୍ଚା ବେଳେ ମୁହାଁ ଲୁଚାଇ ସ୍ପଟ୍ ହେଲେ ରଣବୀର, ଫ୍ୟାନ୍ସଙ୍କୁ ଦେଲେ ଏମିତି ଇସାରା

Published By : Prameya-News7 Bureau | April 12, 2022 IST

ମୁମ୍ବାଇ ୧୨।୪: ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ବିବାହ ନେଇ ଖୁବ୍ ଚର୍ଚ୍ଚା । ଏହି ସମୟରେ ବ୍ରହ୍ମାସ୍ତ୍ର ଫେମ୍ ଅଭିନେତା ନିଜ ଲୁକ୍ ଲୁଚାଇବା ସ୍ପଟ୍ ହୋଇଛନ୍ତି । ରଣବୀର କପୁର ମୁଣ୍ଡରେ ବଡ ଟୋପି ଏବଂ ମୁହଁରେ ମାସ୍କ ଲଗାଇଥିବା ବେଳେ ନଜର ଆସିଥିଲେ । ଏହି ସମୟରେ ରଣବୀର ଭିକ୍ଟ୍ରି ଏବଂ ଥମ୍ବସ ସାଇନ୍ ଦେଇଥିଲେ । ରଣବୀରଙ୍କ ଏହି ଫଟୋ ଫ୍ୟାନ୍ ପେଜ୍ ରେ ଭାଇରାଲ୍ ହେଉଛି ।

ଭାଇରାଲ୍ ହୋଇଥିବା ଏକ ଭିଡିଓରେ ରଣବୀର କପୁର ନିଜ ଗାଡିରେ ବସି ମୋବାଇଲ ଦେଖୁଥିବାର ନଜର ଆସିଥିଲେ । ରଣବୀର ନିଜ ମୁହଁ ଏବଂ ମୁଣ୍ଡକୁ ସମ୍ପୂର୍ଣ୍ଣ ଭାବେ ଢାଙ୍କି ଦେଇଥିଲେ । ଏହି ସମୟରେ ତାଙ୍କ ଲୁକ୍ ପୁରା ଅଲଗା ଲାଗୁଥିଲା । ଯେମିତି ସବୁବେଳେ ତାଙ୍କ ଲୁକ୍ ଥାଏ ସେଭଲି ନଥିଲା ।

ରଣବୀର ଏହି ସମୟରେ ନୀଳ ରଙ୍ଗର ସାର୍ଟ, ଇସତ ନୀଳ ରଙ୍ଗର ଡେନିମ୍ ପିନ୍ଧିଥିବା ବେଳେ ତାଙ୍କ ମୁଣ୍ଡରେ ଥିଲା ଗଲ୍ଫ ଟୋପି । ଏହା ବ୍ୟତୀତ ତାଙ୍କ ମୁଣ୍ଡରେ ଗାଢ ନୀଳ ରଙ୍ଗର ମାସ୍କ ଥିଲା । ରଣବୀର କପୁର ଫ୍ୟାନ୍ସଙ୍କୁ ଦେଖି ହାତ ହଲାଇବା ସହ ସିଢିରୁ ଓହ୍ଲାଇ ଗାଡିରେ ବସିଯାଇଥିଲେ ।

wp:html
/wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.