scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ରଣବୀର ଫ୍ୟାନ୍ସଙ୍କୁ ମିଳିଲା ବାର୍ଥଡେ ଗିଫ୍ଟ, ରିଲିଜ ହେଲା ନୂଆ ଫିଲ୍ମର ଟିଜର

29/09/2023 at 12:48 PM

ମୁମ୍ୱାଇ ୨୯/୦୯: ଦୀର୍ଘ ଦିନ ପରେ ପୁଣି ସ୍କ୍ରିନକୁ ଫେରୁଛନ୍ତି କପୁର ଖାନଦାନର ଲାଡଲା ରଣବୀର କପୁର । ରଣବୀରଙ୍କ ମୋଷ୍ଟ ଏୱେଟେଡ ଏନିମଲର ଟିଜର ହୋଇଛି ରିଲିଜ । ରଣବୀରଙ୍କ ୪୧ତମ ଜନ୍ମଦିନ ଅବସରରେ ରଣବୀର ଫ୍ୟାନ୍ସଙ୍କୁ ଏହି ସରପ୍ରାଇଜ୍ ଦେଇଛନ୍ତି ଏନିମଲର ମେକର୍ସ । ଏହି ଜବରଦସ୍ତ ଟିଜର ଦେଖି ଦର୍ଶକଙ୍କ ହୃଦୟ ଉତ୍ସାହରେ ଭରି ଯାଇଛି ।

ଏହାକୁ ରଣବୀରଙ୍କ ସବୁଠୁ ଇନ୍ଟେନ୍ସ ପରଫରମାନ୍ସ ବୋଲି କହିଲେ ହୁଏତ ଭୁଲ୍ ହେବ ନାହିଁ । ଟିଜର ଆରମ୍ଭରୁ ଉଭୟ ରଣବୀର ଓ ରଶ୍ମୀକା ମଦାନ୍ନାଙ୍କୁ ଦେଖିବାକୁ ମିଳିଛି । ଉଭୟ ହ୍ୱାଇଟ୍ ଆଉଟଫିଟରେ ଟ୍ୱିନିଙ୍ଗ କରିଛନ୍ତି । ରଶ୍ମୀକା ରଣବୀର ପରସ୍ପର ସହ ସନ୍ତାନ ବିଷୟରେ କଥା ହେଉଛନ୍ତି । ଏହାପରେ ସ୍କ୍ରିନକୁ ଆସୁଛନ୍ତି ରଣବୀରଙ୍କ ନିର୍ଦ୍ଦୟୀ ପିତା ଭୂମିକାରେ ଅଭିନୟ କରିଥିବା ଅନିଲ କପୁର ।

ରଣବୀରଙ୍କ ଅନ୍ୟାନ୍ୟ ସିନେମା ପରି ଏଥିରେ ମଧ୍ୟ ସେ ଏକ ଧନୀ ପରିବାରର ପୁଅ ଭୂମିକାରେ ଅଭିନୟ କରିଛନ୍ତି । ଏଥିରେ ରଣବୀର ନିଜ ବାପାଙ୍କ ଦ୍ୱାରା ଆଘାତ ପ୍ରାପ୍ତ ହେଉଛନ୍ତି ଏବଂ ପୁଅକୁ ପିଟିବା ପରେ ଘରେ କ୍ରିମିନାଲ ଜନ୍ମ ହୋଇଛି କହି ପାଟି କରୁଛନ୍ତି ଅନୀଲ କପୁର । ବାପାଙ୍କ ଅତ୍ୟାଚାର ଆଉ ଭାଇଙ୍କ ଅପମାନ ସାଜୁଛି ରଣବୀରଙ୍କ ଟର୍ଣ୍ଣିଙ୍ଗ ପଏଣ୍ଟ । ଏହା ପରେ ରଣବୀରଙ୍କର ମେକ୍ ଓଭର ଦେଖିବାକୁ ମିଳୁଛି ।

ରଣବୀରଙ୍କ ଏହି ନୂଆ ଅବତାର ଖୁବ୍ ଭୟାନକ । ସେ କାହାକୁ ଖୋଜୁ ଥିବା ବେଳେ ନିଜ ବାପାଙ୍କ ଭଳି ନିର୍ଦ୍ଦୟୀ ହୋଇ ଯାଇଛନ୍ତି । ଟିଜରରେ ରଣବୀର ସନ୍ଥ କବୀରଙ୍କ ଦୋହା ଗାଉଥିବାର ମଧ୍ୟ ଶୁଣିବାକୁ ମିଳୁଛି । ତେବେ ଏଥିରୁ ସିନେମାରେ ରଣବୀରଙ୍କୁ ଏକ ଆଣ୍ଟି ହିରୋ କ୍ୟାରେକ୍ଟରରେ ଦେଖିବାକୁ ମିଳିବ ବୋଲି ଅନୁମାନ କରୁଛନ୍ତି ଫ୍ୟାନ୍ସ । ତେବେ ଏନିମଲରେ ରଣବୀରଙ୍କ ବ୍ୟତୀତ ବବି ଦେଓଲଙ୍କୁ ମଧ୍ୟ ଏକ ଦମଦାର ଭୂମିକାରେ ଦେଖିବାକୁ ମିଳିବ ।

ଯାହାର ଏକ ଝଲକ ଟିଜରରେ ରହିଛି । କବୀର ସିଂହ ନିର୍ଦ୍ଦେଶକ ସନ୍ଦିପ ରେଡ୍ଡୀ ୱାଙ୍ଗାଙ୍କ ନିର୍ଦ୍ଦେଶିତ ଏନିମଲ ଧୂଆଁଧାର ହେବ ବୋଲି ଏହି ଟିଜରରୁ ଏକ ପ୍ରକାର ନିଶ୍ଚିତ ହୋଇଛି । ମନଛୁଆଁ କାହାଣୀ ସାଙ୍ଗକୁ ଇମୋସନର ତଡ଼କା ଓ ଭରପୁର ଆକ୍ସନ ଏହି ସିନେମାରେ ଦେଖିବାକୁ ମିଳିବ । ଡିସେମ୍ବର ୧ରେ ଏହା ରିଲିଜ ହେବା ନେଇ ନିଷ୍ପତ୍ତି ହୋଇଛି ।

   Related Posts