‘Tu Jhoothi Main Makkar’ରେ କେତେ ଫି’ ନେଇଛନ୍ତି ରଣବୀର ? ନିର୍ଦ୍ଦେଶକ ଲଭ ରଞ୍ଜନ କହିଲେ ଏମିତି..
15/03/2023 at 8:55 AM

ମୁମ୍ଵାଇ ୧୫।୦୩: ବଲିଉଡ୍ର ହ୍ୟାଣ୍ଡସମ୍ ହଙ୍କ ରଣବୀର କପୁର। ନିକଟରେ ତାଙ୍କ ଅଭିନୀତ ଫିଲ୍ମ ତୁ ଝୁଠି ମେଁ ମକ୍କାର । ବର୍ତ୍ତମାନ ବକ୍ସ ଅଫିସରେ ବହୁତ ଭଲ ରୋଜଗାର କରୁଛି। ଏଥିରେ ଅଭିନେତା ଶ୍ରଦ୍ଧା କପୁରଙ୍କ ସହ କାମ କରିଛନ୍ତି। ଏବେ ଫିଲ୍ମର ନିର୍ଦ୍ଦେଶକ ରଣବୀର କପୁରଙ୍କ ବିଷୟରେ ଏକ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ଅଭିନେତା ତାଙ୍କ ଠାରୁ କୌଣସି ଫି ନେଇ ନାହାଁନ୍ତି। ଏଥି ସହିତ ରଣବୀର କପୁର ଲଭ ରଂଜନଙ୍କ କାର୍ଯ୍ୟକୁ ବହୁତ ପ୍ରଶଂସା କରିଛନ୍ତି।
ମିଡିଆକୁ ଦେଇଥିବା ସାକ୍ଷାତକାରରେ ରଣବୀର କପୁର କହିଛନ୍ତି, ‘ମୁଁ ଜାଣେ ଯେ ସେ ଯେତେବେଳେ ଫିଲ୍ମ କରିଥିଲେ ସେତେବେଳେ ସେ ଅନ୍ୟମାନଙ୍କ ପରି ଠକିବା ଭଳି କାମ କରିନଥିଲେ। ଏହି ଚଳଚ୍ଚିତ୍ର ନିର୍ମାଣ ପାଇଁ ସେ ପୁରା ଜୀବନକୁ ବିପଦରେ ପକାଇ ଦେଇଥିଲେ ଏବଂ ଏହାକୁ ମୁଁ ସମ୍ମାନ କରେ । ମୁଁ ଶୁଣିଛି ଯେ ଯେତେବେଳେ ମୋ ଜେଜେବାପା ଚଳଚ୍ଚିତ୍ର ନିର୍ମାଣ କରୁଥିଲେ। ସେ ତାଙ୍କ ଘର ସହ ଜେଜେମା’ଙ୍କ ଅଳଙ୍କାର ମଧ୍ୟ ବନ୍ଧାରେ ରଖୁଥିଲେ । କେହି ଜଣେ ଚଳଚ୍ଚିତ୍ର ନିର୍ମାଣ ପାଇଁ ନିଜ ଜୀବନକୁ ବିପଦରେ ପକାଇ ଦିଅନ୍ତି। ଏହାକୁ ପାଗଳାମି କୁହନ୍ତି କିନ୍ତୁ ମୁଁ ଏହାକୁ ସମ୍ମାନ କରେ । ଲୁଭ ରଂଜନ ଏହି ଫିଲ୍ମ ପାଇଁ ବହୁତ ପରିଶ୍ରମ କରିଛନ୍ତି। ଫିଲ୍ମକୁ ନେଇ ଲଭ ମଧ୍ୟ କହିଛନ୍ତି ଯେ ‘ମୁଁ ଜାଣି ନଥିଲି ଯେ ଆମେ ଏତେ ସଚ୍ଚୋଟ ରହିବୁ। ରଣବୀର ଯାହା କହିଛନ୍ତି ତାହା ଗୋଟିଏ ପାର୍ଶ୍ୱରୁ ନୁହେଁ ବରଂ ଉଭୟ ପାର୍ଶ୍ୱରୁ ହୋଇଛି। ସେ ବର୍ତ୍ତମାନ ପର୍ଯ୍ୟନ୍ତ ମୋ ଠାରୁ ଟଙ୍କା (ଫି) ନେଇ ନାହାଁନ୍ତି।
କହିବାକୁ ଗଲେ ଯେ ରଣବୀର କପୁରଙ୍କ ଫିଲ୍ମ ତୁ ଝୁଠୀ ମେଁ ମକ୍କାର ବକ୍ସ ଅଫିସରେ ଭଲ ରୋଜଗାର କରୁଛି । ଏହି ଚଳଚ୍ଚିତ୍ରଟି ଏପର୍ଯ୍ୟନ୍ତ ୭୬ କୋଟି ଟଙ୍କା ସଂଗ୍ରହ କରିଛି। ଏଥିରେ ରଣବୀର କପୁରଙ୍କ ବ୍ୟତୀତ ଶ୍ରଦ୍ଧା କପୁର, ଡିମ୍ପଲ୍ କାପଡିଆ ଏବଂ ନିର୍ମାତା ବୋନି କପୁର ଏଥିରେ କାମ କରିଛନ୍ତି। ଏହା ବ୍ୟତୀତ ରଣବୀପ କପୁର ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ନିର୍ଦ୍ଦେଶିତ ଆନିମଲ ଫିଲ୍ମରେ ନଜର ଆସିବେ।