ଋଷି କପୁରଙ୍କ ଅସ୍ଥି ବିସର୍ଜନ କରି ପୂଜା କଲେ ରଣବୀର : ଜାଣନ୍ତୁ କେଉଁଠି?

Published By : Prameya-News7 Bureau | May 04, 2020 IST

ମୁମ୍ବାଇ ୪/୫: ବଲିଉଡ ଅଭିନେତା ଋଷି କପୁରଙ୍କ ପରଲୋକର ୩ଦିନ ପରେ ରଣବୀର କପୁର,ନୀତୁ କପୁର,ଆଲିଆ ଭଟ୍ଟ,ରିଧିମା କପୁର ସାହାଣୀ ଏବଂ ଅୟାନ ମୁଖାର୍ଜୀଙ୍କୁ ରବିବାର ସନ୍ଧ୍ୟାରେ ବାଣଗଙ୍ଗା ଟ୍ୟାଙ୍କରେ ପୂଜା କରୁଥିବାର ଦେଖାଯାଇଥିଲା। ଋଷି କପୁରଙ୍କ ଅସ୍ଥିକୁ ମୁମ୍ବାଇର ବାଣଗଙ୍ଗାରେ ବିସର୍ଜନ କରି ଦିଆଯାଇଥିଲା। ପୂଜାରେ କପୁର ପରିବାର ସହ ତାଙ୍କ ନିକଟ ସମ୍ପର୍କୀୟ ଏବଂ ବନ୍ଧୁମାନେ ଉପସ୍ଥିତ ଥିଲେ। ମୁମ୍ବାଇର ବାଣଗଙ୍ଗା ଟ୍ୟାଙ୍କର ଫଟୋ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି।

{"id":264628,"sizeSlug":"large"}

ଏହା ପୂର୍ବରୁ ଦିନରେ କପୁର ପରିବାର ଘରେ ପ୍ରାର୍ଥନା ସଭାର ଆୟୋଜନ କରିଥିଲେ। ପ୍ରାର୍ଥନା ସଭାରେ ରଣବୀର,ନୀତୁ ଏବଂ ରିଧିମା ଆଦି ସାମିଲ ହୋଇଥିଲେ। ଲକଡାଉନ୍ ଯୋଗୁଁ ଏଥିରେ ମାତ୍ର ୬ଜଣ ସାମିଲ ହୋଇଥିଲେ।

{"id":264629,"sizeSlug":"large"}

ଅପ୍ରେଲ୍ ୩୦ତାରିଖରେ ଋଷି କପୁରଙ୍କ ପରଲୋକ ହୋଇଥିଲା। ଋଷି ଦୀର୍ଘ ଦିନରୁ ବ୍ଲଡ କ୍ୟାନସରରେ ପୀଡ଼ିତ ଥିଲେ। ବାପାଙ୍କ ପରଲୋକ ହେବା ପରେ ରିଧିମା ଦିଲ୍ଲୀରେ ଥିଲେ ଏବଂ ଲକଡାଉନ୍ ଯୋଗୁଁ ମୁମ୍ବାଇ ଆସି ପାରିନଥିଲେ।

{"id":264630,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.