ଅୟାନ୍‌ଙ୍କ ଉପରେ ରାଗିଲେ ରଣବୀର, କହିଲେ-ବାପା ହେବାକୁ ଯାଉଛି… ଆଲିଆ ବି ଏତେ ଥର ଶିବା ଶିବା…

Published By : Prameya-News7 Bureau | October 26, 2022 IST

ମୁମ୍ଵାଇ ୨୬।୧୦: ୯ ସେପ୍ଟେମ୍ବରରେ ରିଲିଜ୍‌ ହୋଇଥିଲା ବହୁ ପ୍ରତିକ୍ଷୀତ ଫିଲ୍ମ ବ୍ରହ୍ମାସ୍ତ୍ର । ଏହି ଫିଲ୍ମରେ ମୁଖ୍ୟ ଭାବରେ ନଜର ଆସିଥିଲେ ରଣବୀର କପୁର, ଆଲିଆ ଭଟ୍ଟ, ଶାହରୁଖ ଖାନ, ମୌନି ରୟ, ଅମିତାଭ ବଚ୍ଚନ ଏବଂ ନାଗାର୍ଜୁନ । ଏହି ଚଳଚ୍ଚିତ୍ର ଦର୍ଶକ ଏବଂ ସମାଲୋଚକଙ୍କ ଠାରୁ ଏକ ସକରାତ୍ମକ ପ୍ରତିକ୍ରିୟା ପାଇଥିଲା । ସିନେମା ଘରେ ଫିଲ୍ମଟି ବ୍ଲକ୍ଟବଷ୍ଟର ହେବା ସହ ଜବରଦସ୍ତ କଲେକସନ୍‌ କରିଥିଲା । ବହୁ ସିନେ ପ୍ରେମୀ ଏହି ଫିଲ୍ମ କୁ OTTରେ ଦେଖିବାକୁ ଅପେକ୍ଷା କରି ରହିଥିଲେ। ବର୍ତ୍ତମାନ ତାହାର ସମୟ ଆସି ଯାଇଛି । ଫିଲ୍ମଟି ୪ ନଭେମ୍ବରରେ ଡିସ୍ନି ପ୍ଲସ୍ ହଟଷ୍ଟାରରେ ପ୍ରିମିୟର ହେବ ।

ଫିଲ୍ମଟି ଡିସ୍ନି ପ୍ଲସ୍ ହଟଷ୍ଟାରରେ ମୁକ୍ତିଲାଭ କରିବାକୁ ଯାଉଛି। ଏହି ସମୟରେ ରଣବୀରଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ସେ ଆୟାନ ମୁଖାର୍ଜୀଙ୍କ ଉପରେ ଅତ୍ୟଧିକ ବିରକ୍ତ ଥିବା ଦେଖାଯାଉଛି। ଆଲିଆ ଏହି ଭିଡିଓକୁ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି, ଯେଉଁଥିରେ ଦେଖାଯାଉଛି ଯେ ରଣବୀର କପୁର ଫୋନରେ କହୁଛନ୍ତି 'ନାହି ଭାଇ, ହୋ ଗୟା ... ମୁଁ ବ୍ରହ୍ମାସ୍ତ୍ର ପ୍ରମୋସନ କରି ସାରିଛି… । ଡିସ୍ନି ପ୍ଲସ୍ ହଟଷ୍ଟାରରେ ବ୍ରହ୍ମାସ୍ତ୍ର ଆସୁଛି, ତେବେ ପ୍ରମୋସନ କ’ଣ ଆବଶ୍ୟକ?

wp:html
/wp:html

ବହୁତ ହେଇଗଲା.. ଆଲିଆ ବି ଫିଲ୍ମରେ ଶିବା-ଶିବା କହି ନଥାନ୍ତେ ..., ନା ମୁଁ ଭୂତ ପାଲଟିଛି ନାଚି ଥାଆନ୍ତି। ଅୟାନ୍‌କୁ ଲାଗୁଛି ମୋ ଜୀବନରେ ବ୍ରହ୍ମାସ୍ତ୍ରର ପ୍ରମୋସନ ବିନା ଆଉ କିଛି ନାହିଁ । ମୁଁ ଏବେ ବାପା ହେବାକୁ ଯାଉଛି, ଏହା ମୋ ଜୀବନର ଏତେ ବଡ ମୁହୂର୍ତ୍ତ…। ହାତ ଯୋଡି କି କହୁଛି ଆମର ଫିଲ୍ମ ଡିଜନି ପ୍ଲସ୍ ହଟଷ୍ଟାରରେ ଆସୁଛି। ଦୟାକରି ଦେଖନ୍ତୁ ..

କହିବାକୁ ଗଲେ ଫିଲ୍ମ ପ୍ରଥମ ଦିନରେ ୩୬ କୋଟି ଟଙ୍କା କଲେକସନ୍‌ କରିଥିଲା। ଏଥି ସହିତ, ଫିଲ୍ମର ଓପନିଂ ସପ୍ତାହରେ ୧୨୦.୭୫ କୋଟି କଲେକସନ୍‌ ହୋଇଥିଲା। ପ୍ରଥମ ସପ୍ତାହରେ ୧୬୮.୭୫ କୋଟି ଏବଂ ଦ୍ୱିତୀୟ ସପ୍ତାହରେ ୨୨୨.୩୦ କୋଟି ଟଙ୍କା ଆୟ କରିଛି । ଏହି ଫିଲ୍ମ ମୋଟ କଲେକସନ୍‌ ପାଖାପାଖି ୨୫୬.୩୯ କୋଟି ଟଙ୍କା କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.