କପୁର ଫ୍ୟାମିଲିରେ ୧୦ମ ଦଶମ ପାସ୍‌ କରିଥିବା ପ୍ରଥମ ବ୍ୟକ୍ତି ମୁଁ : ରଣବୀର

Published By : Prameya-News7 Bureau | July 11, 2022 IST

ମୁମ୍ବାଇ୧୧।୦୭: କପୁର ପରିବାର ବହୁ ଦଶନ୍ଧି ଧରି ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ରାଜ୍‌ କରି ଆସୁଛନ୍ତି। ହେଲେ ସବୁ ବେଳେ ଚର୍ଚ୍ଚାରେ ଥିବା କପୁର ଖାନ୍‌ଦାନଙ୍କର ଏକ ମଜାଦାର ଖୁଲାସା ହୋଇଛି । ଏହା ସାମ୍ନାକୁ ଆସିବା ପରେ ତାଙ୍କ ଫ୍ୟାନ୍ସ ସବୁ ଆଶ୍ଚର୍ଯ୍ୟ ହୋଇ ଯାଇଛି । ରଣବୀର ପ୍ରକାଶ କରିଛନ୍ତି ଯେ ତାଙ୍କ ପରିବାରର କେହି ପାଠ ପଢି ନାହାନ୍ତି। ସେ ପ୍ରଥମ ବ୍ୟକ୍ତି ଯିଏ ଦଶମ ଶ୍ରେଣୀ ପାସ୍‌ କରିଛନ୍ତି।

ରଣବୀର କପୁରଙ୍କ ପରିବାରରେ ତାଙ୍କ ଅଣଜେଜେବାପା ପୃଥିରାଜ କପୁର, ଜେଜେବାପା ରାଜ କପୁର, ବାପା ଋଷି କପୁର ସମସ୍ତେ ଫିଲ୍ମ ଇଣ୍ଡଷ୍ଟ୍ରିରେ ବହୁ ନାମ ଏବଂ ଟଙ୍କା ଅର୍ଜନ କରିଥିଲେ। ହେଲେ ତାଙ୍କ ପରିବାରରେ ପାଠପଢାରେ ସବୁ ଦୁର୍ବଳ। ଏହି ବିଷୟରେ ରଣବୀର ନିଜ ଏକ ସାକ୍ଷାତକାରରେ ଖୁଲାସା କରିଛନ୍ତି କି ସବୁଠାରୁ ବଡ କଥା ଯେତେବେଳେ ମୋର ଦଶମର ରେଜଲ୍ଟ ଆସିଲା। ମୋ ପରିବାର ଏତେ ଖୁସି ହୋଇଯାଇଥିଲେ ଯେ ସେମାନେ ମୋ ପାଇଁ ଏକ ବଡ଼ ପାର୍ଟିର ଆୟୋଜନ କରିଥିଲେ। କାହିଁକି ନା ଘରେ ତଥା ପରିବାରରେ ମୁଁ ଦଶମ ପାସ୍‌ କରିବେ ବୋଲି କେହି ଭାବି ନଥିଲେ । ରଣବୀର ହେଉଛନ୍ତି କପୁର ପରିବାରର ପ୍ରଥମ ବ୍ୟକ୍ତି ଯିଏ ଦଶମ ପାସ୍ କରିଛନ୍ତି। ଏଥିପାଇଁ ସେ ନିଜକୁ ନିଜ ପରିବାରର ସବୁଠାରୁ ଶିକ୍ଷିତ ବ୍ୟକ୍ତି ଭାବରେ ଭାବନ୍ତି।

ଏହାପୂର୍ବରୁ ଏକ ସାକ୍ଷାତକାରରେ ରଣବୀର କପୁର ତାଙ୍କ ପରିବାରରେ ସବୁ ପାଠ ପଢାରେ ଦୁର୍ବଳ । ମୋ ବାପା ଅଷ୍ଟମ ଫେଲ୍‌ ମାମୁଁ ୯ମ ଏବଂ ମୋର ଜେଜେ ଷଷ୍ଠ ଫେଲ୍‌। ବିଦ୍ୟାଳୟ ପରେ ରଣବୀର ବିଦେଶରେ ଅଭିନୟ ଏବଂ ଚଳଚ୍ଚିତ୍ର ନିର୍ମାଣ କ୍ଲାସ ନେଇଥିଲେ। ଏହା ପରେ ସେ ୨୦୦୭ରେ ଅଭିନୟ ଆରମ୍ଭ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.