ଫିଟ୍ ରହିବା ପାଇଁ ୨ବର୍ଷ ହେବ ରୁଟି ଖାଇ ନାହାନ୍ତି ରଣବୀର, ଏହିପରି କରନ୍ତି ଡାଏଟ୍
22/03/2023 at 2:08 PM

ମୁମ୍ଵାଇ ୨୨।୦୩: ଫିଟନେସ୍ କଥା ଆସିଲେ, ଆମ ଆଖି ପ୍ରାୟତ ବଲିଉଡ ସେଲିବ୍ରିଟିଙ୍କ ଆଡକୁ ଯାଏ। ସେମାନଙ୍କ ଫିଟନେସ୍ ଅନେକଙ୍କ ପାଇଁ ପ୍ରେରଣା। ତାଙ୍କୁ ସଭିଏଁ କରନ୍ତି ଫଲୋ। ଏ ତାଲିକାରେ ଆସନ୍ତି ବଲିଉଡ୍ ଷ୍ଟାଇଲିସ୍ ଆଣ୍ଡ ହ୍ୟାଣ୍ଡସମ ହଙ୍କ ରଣବୀର କପୁର। ରଣବୀର ସେହି ସେଲିବ୍ରେଟଙ୍କ ମଧ୍ୟରୁ ଜଣେ । ଯିଏ ନିଜ ଅଭିନୟ ସହ ଫିଟନେସ୍ ପାଇଁ ମଧ୍ୟ ଜଣାଶୁଣା। ତାଙ୍କ ଡାଏଟ୍ କରିବାକୁ ସେ ନିଆର ଉପାୟ ଆପଣାନ୍ତି। ଯାହା ଶୁଣି ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ଫିଟ୍ ରହିବାକୁ ସେ ଅଢେଇ ବର୍ଷ ହେବ ରୁଟି ଖାଇ ନାହାନ୍ତି।
ରଣବୀରଙ୍କ ଫିଟନେସ୍ ପ୍ରଶିକ୍ଷକ ଶିବୋହମ୍ କହିଛନ୍ତି ରଣବୀର ମିଠା ଖାଇବାକୁ ପସନ୍ଦ କରନ୍ତି ନାହିଁ। ତାଙ୍କୁ ସରଳ ଢଙ୍ଗରେ ଘରେ ରନ୍ଧା ହୋଇଥିବା ଖାଦ୍ୟ ପସନ୍ଦ। ସେ ପ୍ରତିଦିନ ଅଣ୍ଡା ଖାଆନ୍ତି, ପ୍ରୋଟିନ୍ ଶେକ୍ ପିଇଥାଏ ଏବଂ ଜଳଖିଆରେ ନିଅନ୍ତି ବ୍ରାଉନ୍ ବ୍ରେଡ୍ । ମଧ୍ୟାହ୍ନ ଭୋଜନରେ ସେ ବ୍ରାଉନ୍ ରାଇସ୍, ଚିକେନ୍, ମସୁର ଡାଲି କିମ୍ବା ସବୁଜ ପନିପରିବା ଖାଇବାକୁ ପସନ୍ଦ କରନ୍ତି । ରାତ୍ରୀ ଭୋଜନରେ ବି ରଣବୀର ଖୁବ୍ ଲାଇଟ୍ ଖାଆନ୍ତି।
ତେବେ ସେ ରୁଟି ଖାଇବା ପରିବର୍ତ୍ତେ ବ୍ରାଉନ୍ ରାଇସ୍, ଟୋଷ୍ଟ ଏବଂ ବିରିୟାନି ଖାଇବାକୁ ପସନ୍ଦ କରନ୍ତିୁ। ଏହା ସହ ସେ ସଠିକ୍ ଭାବରେ ଶୁଅନତି। ଅତ୍ୟଧିକ ତେଲ-ଖାଦ୍ୟ ଖାଆନ୍ତି ନାହିଁ। ବ୍ୟାୟାମ ଏବଂ ଖାଦ୍ୟ ହେଉଛି ରଣବୀରଙ୍କ ଫିଟନେସର ରହସ୍ୟ ।