ଡିସେମ୍ବରରେ ଆଲିଆ-ରଣବୀରଙ୍କ ହେବନି ବାହାଘର : ଆସନ୍ତା ବର୍ଷକୁ ତିଥି ଘୁଞ୍ଚିଲା, ତଥାପି ସସପେନ୍ସ…
26/08/2020 at 2:54 PM

ମୁମ୍ବାଇ ୨୬/୮: ବଲିଉଡରେ ସୁପର କପଲ ଭାବେ ଜଣା ରଣବୀର କପୁର ଏବଂ ଆଲିଆ ଭଟ୍ଟ ଗତ କେତେ ମାସରୁ ଏକାଠି ଅଛନ୍ତି। ଉଭୟଙ୍କ ସମ୍ପର୍କକୁ ନେଇ ବିଭିନ୍ନ ପ୍ରକାରର ଚର୍ଚ୍ଚା ହୋଇଥାଏ,କିନ୍ତୁ ସମସ୍ତେ ରଣବୀର ଏବଂ ଆଲିଆଙ୍କ ବିବାହ ବନ୍ଧନରେ ବାନ୍ଧିବାକୁ ଦେଖିବାକୁ ଅପେକ୍ଷା କରିଛନ୍ତି। ଫିଲ୍ମ ଇଣ୍ଡଷ୍ଟ୍ରିର ଯୋଡ଼ିକୁ ପ୍ରଶଂସକଙ୍କ ପ୍ରେମ ମଧ୍ୟ ମିଳିଥାଏ କିନ୍ତୁ ରଣବୀର-ଆଲିଆଙ୍କ ପ୍ରଶଂସକଙ୍କୁ ପୁଣି ଥରେ ନିରାଶ ହେବାକୁ ପଡ଼ିବ।

ଆଲିଆ ଏବଂ ରଣବୀରଙ୍କ ବିବାହ ଏବେ ୨୦୨୧ମସିହା ଯାଏଁ ଘୁଞ୍ଚି ଯାଇଛି। ସେମାନେ ଏବର୍ଷ ଡିସେମ୍ବରରେ ବିବାହ କରିଥାନ୍ତେ କିନ୍ତୁ କରୋନା ଭାଇରସ୍ ସମେତ ଅନ୍ୟ କାରଣଗୁଡ଼ିକୁ ଧ୍ୟାନରେ ରଖି ଏହାକୁ ବର୍ତ୍ତମାନ ଘୁଞ୍ଚାଇବାକୁ ନିଷ୍ପତ୍ତି ନିଆଯାଇଛି।

ରଣବୀର ଏବଂ ଆଲିଆ ଦୁହେଁ ଆସନ୍ତା ବର୍ଷ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦୁହେଁ ନିଜ ନିଜ କାମରେ ଏବେ ବ୍ୟସ୍ତ ମଧ୍ୟ ଅଛନ୍ତି।

କେବଳ ଏତିକି ନୁହେଁ,ଆଲିଆ ଏବଂ ରଣବୀରଙ୍କୁ ପ୍ରଥମ ଥର ଏକାଠି ଫିଲ୍ମରେ ଦେଖିବାକୁ ଏବେ ପ୍ରଶଂସକଙ୍କୁ ଆହୁରି ଅପେକ୍ଷା କରିବାକୁ ପଡ଼ିବ। ଅୟାନ ମୁଖାର୍ଜୀଙ୍କ ନିର୍ଦେଶନାରେ ହେଉଥିବା ସାଇନ୍ସ ଫିକ୍ସନ୍ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ରିଲିଜ ମଧ୍ୟ ୨୦୨୧ ପାଇଁ ଘୁଞ୍ଚି ଯାଇଛି।

ବ୍ରହ୍ମାସ୍ତ୍ରରେ ପ୍ରଥମ ଥର ରଣବୀର ଏବଂ ଆଲିଆ ଏକାଠି ସିଲଭର ସ୍କ୍ରିନରେ ଦେଖାଯିବେ। ସେମାନଙ୍କ ବ୍ୟତୀତ ଅମିତାଭ ବଚ୍ଚନ ମଧ୍ୟ ଏହି ଫିଲ୍ମରେ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଛନ୍ତି।
