scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବିକିନି ପିନ୍ଧି ଫଟୋ ସେୟାର କଲେ ରଣବୀର କପୁରଙ୍କ ନାୟିକା : ଇଣ୍ଟରନେଟରେ ଭାଇରାଲ୍

19/03/2020 at 3:07 PM

ମୁମ୍ବାଇ ୧୯/୩: ବଲିଉଡ ଅଭିନେତ୍ରୀ ମିନିଷା ଲାମ୍ବା ୨୦୦୫ମସିହାରେ ଫିଲ୍ମ ‘ୟହାଁ’ରୁ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ।ଏହା ପରେ ତାଙ୍କୁ ଅନେକ ଫିଲ୍ମରେ ଦେଖାଯାଇଥିଲା। ଏବେ ମିନିଷା ନିଜ ଫ୍ୟାନଙ୍କ ପାଇଁ ଇନଷ୍ଟାଗ୍ରାମରେ ଅନେକ ଫଟୋ ସେୟାର କରନ୍ତି।

ମିନିଷା ଅନେକ ବଲିଉଡ ଫିଲ୍ମରେ କାମ କରିଛନ୍ତି। କିନ୍ତୁ ‘ବଚନା ଏ ହସିନୋ’ରେ ତାଙ୍କୁ ରଣବୀର କପୁରଙ୍କ ସହ ଦେଖା ଯାଇଥିଲା। ରଣବୀର କପୁର ଏବଂ ମିନିଷା ଲାମ୍ବାଙ୍କ ଯୋଡ଼ିଙ୍କୁ ଦର୍ଶକେ ଖୁବ୍ ପସନ୍ଦ କରିଥିଲେ।

ମିନିଷା ଲାମ୍ବା ସବୁବେଳେ ଭ୍ୟାକେସନର ଫଟୋ ସେୟାର କରୁଥାଆନ୍ତି। ମିନିଷାଙ୍କ ଏହି ଫଟୋ ମଧ୍ୟ ଭାକେସନର। ସେ ଏହି ଫଟୋଗୁଡ଼ିକ ତାଙ୍କ ଫ୍ୟାନଙ୍କ ସହ ସେୟାର କରିଥାଆନ୍ତି।

ମିନିଷା ଫିଲ୍ମରେ ବ୍ରେକ୍ ନେଇ ୨୦୧୫ମସିହାରେ ନିଜ ବୟଫ୍ରେଣ୍ଡ ରେୟାନ ଥମଙ୍କୁ ବିବାହ କରିଥିଲେ। ଦୁହେଁ ମୁମ୍ବାଇରେ ବିବାହ କରିଥିଲେ ଯେଉଁଥିରେ ଅନେକ ଫିଲ୍ମ କଳାକାର ସାମିଲ ହୋଇଥିଲେ।

ମିନିଷା ସାମ୍ବାଦିକା ହେବାକୁ ଚାହୁଁ ଥିଲେ, କିନ୍ତୁ କ୍ୟାଡବରି ଏଡର ଅଡିସନ୍ ପରେ ତାଙ୍କୁ କ୍ୟାରିୟରର ପ୍ରଥମ ବ୍ରେକ୍ ମିଳିଥିଲା। ଏହା ପରେ ମିନିଷା,ହିମେଶ ରେଶମିୟାଁଙ୍କ ଆଲବମ୍ ଆପ୍ କା ସୁରୁରରେ ନଜର ଆସିଥିଲେ।

ମିନିଷା ଲାମ୍ବାଙ୍କ ବୋଲ୍ଡ ଫଟୋ ତାଙ୍କ ଫ୍ୟାନଙ୍କୁ ଖୁବ୍ ପସନ୍ଦ ଆସିଥାଏ। ମିନିଷା ବିକିନିରେ ମଧ୍ୟ ଫଟୋ ସେୟାର କରିଥାଆନ୍ତି। ଏହି ଫଟୋ ଇନଷ୍ଟାଗ୍ରାମରେ ଖୁବ୍ ଭାଇରାଲ୍ ହେବାକୁ ଲାଗିଛି।

ମିନିଷା ଲାମ୍ବାଙ୍କ ଇନଷ୍ଟାଗ୍ରାମରେ ୪୨୩ହଜାର ଫଲୋଅର ଅଛନ୍ତି। ତାଙ୍କ ଲୋକପ୍ରିୟତା ଯୋଗୁଁ ମିନିଷା ଅନେକ ରିୟଲିଟି ଶୋ ରେ ମଧ୍ୟ ଅଂଶ ଗ୍ରହଣ କରିଥିଲେ।

୨୦୧୪ମସିହାରେ ମିନିଷା ଲାମ୍ବା ବିଗ୍ ବସ୍ ୮ରେ ଭାଗ ନେଇଥିଲେ। ଏବେ ସେ ତାଙ୍କ ଫିଟନେସ୍ ଉପରେ ଅଧିକ ଧ୍ୟାନ ଦେଉଛନ୍ତି।


   Related Posts