ଝିଅ ହେବା ପରେ ବଦଳି ଗଲେ ରଣବୀର ! କହିଲେ-ବୟସ ବଢୁଛି, କରିବିନି ରୋମାଣ୍ଟିକ ଫିଲ୍ମ...

Published By : Prameya-News7 Bureau | December 09, 2022 IST

ମୁମ୍ଵାଇ ୦୯।୧୨: ଲଭ୍‌ ରଞ୍ଜନଙ୍କ ନିର୍ଦ୍ଦେଶିତ ଅପକମିଂ ଫିଲ୍ମରେ ରଣବୀର କପୁର ଓ ଶ୍ରଦ୍ଧା କପୁର ବହୁତ ସମୟ ହେବ ଚର୍ଚ୍ଚାରେ ଅଛନ୍ତି। ଏହି ଅନଟାଇଟେଲ୍‌ ଫିଲ୍ମର BTS ଫଟୋ ଓ ଭିଡିଓ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେଉଛି। ଫିଲ୍ମ ଆଗାମୀ ବର୍ଷ ୮ ମାର୍ଚ୍ଚକୁ ରିଲିଜ ହେବ । ଏହାକୁ ନେଇ ରଣବୀର ନିଜେ କହିଛନ୍ତି। ଏହା ସହ ଆଉ ଏକ ବଡ କଥା କହିଛନ୍ତି । ଯାହା ଶୁଣି ପ୍ରଶଂସକ ଚକିତ ହୋଇଯାଇଛନ୍ତି।

ନିକଟରେ ରଣବୀର ରେଡ ସି ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ସାମିଲ ହୋଇଥିଲେ। ରଣବୀର ବାପା ହେବା ପରେ ତାଙ୍କ ଫିଚ୍ୟୁର ପ୍ଲାନିଂକୁ ନେଇ ଅନେକ ଖୁଲାସା କରିଛନ୍ତି।  କହିଥିଲେ କି ଏବଂ ଆଉ ରୋମାଣ୍ଟିକ କମେଡି ଫିଲ୍ମ କରିବି ନାହିଁ । କାହିଁକି ନା ଏବେ ମୋର ବୟସ ବି ବଢୁଛି। ଏହା ମୋର ଶେଷ ରୋମାଣ୍ଟିକ ଫିଲ୍ମ ବୋଧ ହୁଏ।

କହିବାକୁ ଗଲେ ରଣବୀରଙ୍କୁ ୪୦ ବର୍ଷ ହୋଇଛି। ସେ ବର୍ତ୍ତମାନ ଯାଏଁ ବହୁତରୁ ବହୁତ ରୋମାଣ୍ଟିକ କମେଡି ଫିଲ୍ମ କରିସାରିଛନ୍ତି। ତାଙ୍କ ହାତରେ ଏବେ ଅନେକ ପ୍ରୋଜେକ୍ଟ ଅଛି । କହିବାକୁ ଗଲେ ତାଙ୍କର ଏହି କାଟାଗରୀରେ ଶେଷ ଫିଲ୍ମ ଥିଲା ଜଗା ଜାସୁସ୍‌ । ଯାହା ୨୦୧୭ରେ ରିଲିଜ୍‌ ହୋଇଥିଲା । କ୍ୟାଟ୍ରିନା-ରଣବୀରଙ୍କ କେମେଷ୍ଟ୍ରିକୁ ଦର୍ଶକ ଖୁବ୍‌ ପସନ୍ଦ ବି କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.