scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବୁର୍ଜ ଖଲିଫାରେ ଦେଖିବାକୁ ମିଳିବ ‘ଆନିମଲ୍‌’ର ଝଲକ, ୬୦ ସେକେଣ୍ଡର ଭିଡିଓ ହେବ ପ୍ରଦର୍ଶିତ

18/11/2023 at 8:11 AM

ମୁମ୍ଵାଇ ୧୮।୧୧: ରଣବୀର କପୁର ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଆନିମଲ’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମ ଡିସେମ୍ବରରେ ସିନେମା ହଲ୍‌ରେ ମୁକ୍ତିଲାଭ କରିବାକୁ ଯାଉଛି। ଏଭଳି ପରିସ୍ଥିତିରେ ଅଭିନେତା ଚଳଚ୍ଚିତ୍ରର ଜୋରଦାର ପ୍ରଚାର କରୁଛନ୍ତି। ଏହି ସମୟରେ, ଫିଲ୍ମ ବିଷୟରେ ଏକ ଖବର ସାମ୍ନାକୁ ଆସିଛି।

ରିପୋର୍ଟ ଅନୁଯାୟୀ, ଦୁବାଇର ଉଚ୍ଚତମ କୋଠା ଅର୍ଥାତ୍ ବୁର୍ଜ ଖଲିଫାରେ ରଣବୀରଙ୍କ ‘ଆନିମଲ୍‌’ର ଝଲକ ଦେଖିବାକୁ ମିଳିବ। ଆନିମଲ ଚଳଚ୍ଚିତ୍ରର ଏକ ୬୦ ସେକେଣ୍ଡର ଭିଡିଓ ପ୍ରଦର୍ଶିତ ହେବ। ତେବେ ଏହି ଭିଡିଓରେ କେଉଁ ଦୃଶ୍ୟ ଦେଖାଯିବ । ଏ ବିଷୟରେ କୌଣସି ସୂଚନା ପ୍ରକାଶ ପାଇନାହିଁ।

ରଣବୀରଙ୍କୁ ଶୁକ୍ରବାର ସକାଳେ ମୁମ୍ବାଇ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା। ଏବେ କଳ୍ପନାଜଳ୍ପନା କରାଯାଉଛି ଯେ ଅଭିନେତା ଦୁବାଇ ଯାଇଛନ୍ତି।  ରଣବୀର କପୁରଙ୍କୁ ପ୍ରଥମ ଥର ପାଇଁ ରଶ୍ମିକା ମନ୍ଦାନା ଏବଂ ବବି ଦେଓଲଙ୍କ ସହ ଦେଖିବାକୁ ମିଳିବ। ଏହା ବ୍ୟତୀତ ଅନିଲ କପୁର ଏବଂ ତୃପ୍ତି ଡିମ୍ରି ମଧ୍ୟ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ନଜର ଆସିବେ।

   Related Posts