ଏବେ ଲିଭ୍ଇନ୍ ରିଲେସନ୍‌ସିପ୍‌ରେ ରଣବୀର ଓ ଆଲିଆ, ଜନ୍ମଦିନ ଉତ୍ସବରେ ଋଷି ଓ ନୀତୁ ଅତିଥି ପରି ପହଞ୍ଚିଲେ..

Published By : Prameya-News7 Bureau | September 28, 2019 IST

ମୁମ୍ବାଇ୨୮|୯: ବଲିଉଡର ଅଭିନେତା ରଣବୀର କପୂର ଓ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ସଂପର୍କକୁ ନେଇ ଦୀର୍ଘଦିନ ହେବ ବେଶ ଚର୍ଚ୍ଚା ଲାଗି ରହିଛି। ପ୍ରେମ ସଂପର୍କରେ ରଣବୀର ଓ ଆଲିଆ ଛନ୍ଦି ହୋଇଯାଇଛନ୍ତି। ବହୁ କାର୍ଯ୍ୟକ୍ରମରେ ଆଲିଆ ଓ ରଣବୀରଙ୍କୁ ଏକାଠି ଦେଖିବାକୁ ମିଳୁଛନ୍ତି । ଏପରିକି ନ୍ୟାସନାଲ ଟେଲିଭିଜନରେ ଏମାନେ ପରସ୍ପରକୁ ଆଇ ଲଭ ୟୁ କହିଥିଲେ। ଏ ଦୁଇଜଣଙ୍କୁ  ନେଇ ଏବେ ନୂଆ ଖବର ସାମ୍ନାକୁ ଆସିଛି। ଆଲିଆ ଓ ରଣବୀର ଏବେ ଲିଭ ଇନ ସଂପର୍କରେ ରହୁଛନ୍ତି। ରଣବୀର ତାଙ୍କର ୩୭ ତମ ଜନ୍ମଦିନ ଉତ୍ସବ ବାନ୍ଦ୍ରାସ୍ଥିତ ଘରେ ପାଳନ କରିଛନ୍ତି। ତାଙ୍କ ଜନ୍ମ ଦିନ ଉତ୍ସବରେ ରଣବୀରଙ୍କ ବାପା ଓ ମାଆ ଅତିଥି ଭାବେ ପହଞ୍ଚିଥିଲେ। ରଣବୀରଙ୍କ ଜନ୍ମଦିନର ସମସ୍ତ ଆୟୋଜନ ଆଲିଆ ଭଟ୍ଟ କରିଥିଲେ।

wp:core-embed/instagram {"url":"https://www.instagram.com/p/B276-6QhSva/?utm_source=ig_web_copy_link","type":"rich","providerNameSlug":"instagram","className":""}
https://www.instagram.com/p/B276-6QhSva/?utm_source=ig_web_copy_link
/wp:core-embed/instagram

ରଣବୀର ଓ ଆଲିଆ ପାଖାପାଖି ଦୁଇବର୍ଷ ହେବ ସଂପର୍କରେ ରହିଛନ୍ତି। ଆସନ୍ତା ବର୍ଷ ଏ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇପାରନ୍ତି ବୋଲି ଆଶା କରାଯାଉଛି। ବିବାହ ପୂର୍ବରୁ ଉଭୟ ଲିଭଇନରେ ରହୁଥିବା କଥା ଜଣାପଡିଛି। ଏହି କପଲ କିଛିଦିନ ତଳେ ଏକ ଇଣ୍ଟିରିୟର ଡିଜାଇନର  ଅଫିସ  ବାହାରେ ନଜର ଆସିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.