oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇରାନ ବିମାନରେ ବୋମା ଆତଙ୍କ ପରେ ହାଇଆଲର୍ଟ, ଦିଲ୍ଲୀରେ ଅବତରଣ ଲାଗି ମିଳିଲାନି ଅନୁମତି
  • ||
  • ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ, ଅକ୍ଟୋବର ୭ରେ ପ୍ରକାଶ ପାଇବ ବିଜ୍ଞପ୍ତି
  • ||
  • ଉତ୍ତରପ୍ରଦେଶ: ଦୁର୍ଗାପୂଜା ପେଣ୍ଡାଲରେ ଲାଗିଲା ନିଆଁ, ୫ ମୃତ ଓ ଅନେକ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୭ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ମଣ୍ଡପରେ ପୂଜା ପାଉଛନ୍ତି ଦୁର୍ଗତିନାଶିନୀ, ପୀଠରେ ମହାନବମୀ ପୂଜା
  • ||
  • ଭୁବନେଶ୍ୱର : ସୋମବାରଠୁ ପ୍ରବଳ ବର୍ଷା, ୮ ପରେ ପୁଣି ଏକ ଘୂର୍ଣ୍ଣିବଳୟ
  • ||
  • ବରଗଡ଼ : ପଦ୍ମପୁର ବିଧାୟକଙ୍କ ପରଲୋକ, ୬୪ ବର୍ଷରେ ଆଖିବୁଜିଲେ ବିଜୟ ରଞ୍ଜନ ସିଂ ବରିହା
  • ||

ରଣବୀର-ଆଲିଆଙ୍କ ପୂରା ବିବାହ ଓଟିଟିରେ ଦେଖିବେ ଫ୍ୟାନ୍ସ ! କୋଟି କୋଟି ଟଙ୍କାରେ ବ୍ରିକ୍ରି ହେବ ଫଟୋ ଓ ଭିଡିଓ

15/04/2022 at 8:48 AM

ନୂଆଦିଲ୍ଳୀ ୧୫।୦୪ : ମିସ୍‌ରୁ ମିସେସ୍‌ କପୁର ହେଲେ ଆଲିଆ ଭଟ୍ଟ। ପ୍ରଶଂସକମାନେ ମଧ୍ୟ ଏହି ଦିନ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଥିଲେ । ବର୍ତ୍ତମାନ ସେହି ଅପେକ୍ଷା ଅନ୍ତ ହୋଇଛି । ଏହି ଲଭ ବାର୍ଡ ୫ ବର୍ଷ ଧରି ଡେଟ୍‌ କରିବା ପରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ତେବେ ବିବାହରେ ଦୁଇ ପରିବାର କିଛି ଘନିଷ୍ଠ ବନ୍ଧୁ ସାମିଲ୍‌ ହୋଇଥିଲେ। ଏବେ ବୟଫ୍ରେଣ୍ଡ -ଗର୍ଲଫ୍ରେଣ୍ଡରୁ ଅଫିସିଆଲି ଭାବେ ସ୍ୱାମୀ ଏବଂ ସ୍ତ୍ରୀ ହୋଇଯାଇଛନ୍ତି । ହେଲେ ଏବେ ଆଉ ଗୋଟିଏ ଖବର ଶୁଣିବାକୁ ମିଳିଛି, ଯାହାକୁ ଶୁଣି ପ୍ରଶଂସକମାନେ ଖୁସି ହେବେ ।

ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ କୁହାଯାଉଛି ଯେ ରଣବୀର ଆଲିଆଙ୍କ ବିବାହକୁ ବ୍ୟକ୍ତିଗତ ଭାବେ ରଖାଯାଉଛି କାରଣ ଏହାକୁ ପ୍ରମୁଖ ଓଟିଟି ପ୍ଲାଟଫର୍ମରେ ଉଭୟଙ୍କ ଫଟୋ ଏବଂ ଭିଡିଓ ଷ୍ଟ୍ରିମ୍ କରିବାକୁ କୁହାଯାଇଛି । ଆସନ୍ତା କିଛି ମାସ ମଧ୍ୟରେ ରଣବୀର ଏବଂ ଆଲିଆଙ୍କ ବିବାହର ଫୁଟେଜ୍ ଓଟିଟି ପ୍ଲାଟଫର୍ମରେ ସିଧା ପ୍ରସାରଣ କରାଯିବ । କେବଳ ଏତିକି ନୁହେଁ, ଓଟିଟି କମ୍ପାନୀ ଏହାକୁ କିଣିବା ପାଇଁ ୯୦-୧୧୦ କୋଟି ଟଙ୍କା ଦେଇଛି ବୋଲି କୁହାଯାଉଛି। କିନ୍ତୁ ଏହି ଖବର ଉପରେ ଏହି ଦମ୍ପତିଙ୍କ ଟିମ୍‌ କିଛି କହିନାହାନ୍ତି । ଏହା ପୂର୍ବରୁ କ୍ୟାଟ୍ରିନା କ କୈଫ୍‌ ଏବଂ ଭିକି କୌଶଲଙ୍କ ବିଷୟରେ ମଧ୍ୟ ଖବର ଆସିଥିଲା ​​ଯେ ଉଭୟ ନିଜ ବିବାହର ସମସ୍ତ ଫଟୋ ଓ ଭିଡିଓ ପ୍ରାୟ ୮୦ କୋଟିରେ ବିକ୍ରି କରିଛନ୍ତି। ହେଲେ ତାହା କେତେ ଦୂର ସତ ଆଗକୁ ଜଣାପଡିବ।

   Related Posts