ଲକ୍ଷ୍ନୌ:ଉତ୍ତର ପ୍ରଦେଶର ରାମପୁର ଏବଂ ଆଜମଗଡ ଲୋକସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ବିଜେପି ବଡ଼ ବିଜୟ ହାସଲ କରିଛି। ସମାଜବାଦୀ ପାର୍ଟିର ଗଡ ରାମପୁରରେ ଗେରୁଆ ଦଳ ବିଜୟ ପତାକା ଉଡାଇଛି।
ରାମପୁର ଲୋକସଭା ଆସନ ଉପରେ ହୋଇଥିବା ଉପ ନିର୍ବାଚନରେ ବିଜୟ ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଟ୍ୱିଟ କରି ଖୁସି ବ୍ୟକ୍ତ କରିଛନ୍ତି। ସିଏମ ଯୋଗୀ କହିଛନ୍ତି, ରାମପୁର ଲୋକସଭା ଆସନରେ ମିଳିଥିବା ବିଜୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଜନ-କଲ୍ୟାଣକାରୀ ନୀତି ଆଧାରରେ ଡବଲ ଇଞ୍ଜିନର ବିଜେପି ସରକାର ପ୍ରତି ଲୋକେ ବିଶ୍ୱାସ ମୋହର ମାରିଛନ୍ତି।
wp:html/wp:htmlरामपुर लोक सभा सीट पर उप चुनाव में मिली विजय आदरणीय प्रधानमंत्री श्री @narendramodi जी के यशस्वी नेतृत्व में जन-कल्याणकारी नीतियों पर डबल इंजन की भाजपा सरकार के प्रति आमजन के विश्वास की मुहर है।
— Yogi Adityanath (@myogiadityanath) June 26, 2022
ଏସପି ନେତା ଅସୀମ ରଜାକୁ ହରାଇ ବିଜେପି ପ୍ରାର୍ଥୀ ଘନଶ୍ୟାମ ଲୋଧୀ ବିଜୟୀ ହୋଇଛନ୍ତି। ଅସୀମ ରାଜାଙ୍କୁ ୪୨ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ହରାଇଛନ୍ତି । ଅମୀମ ରଜା ନିର୍ବାଚନ ଲଢୁଥିଲେ ବି ଆଜମ ଖାନ ବିଜୟ ପାଇଁ ସବୁ ବଳ ଲଗାଇଥିଲେ। ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ଆଜମଖାନ ବିଧାୟକ ନିର୍ବାଚିତ ହେବା ପରେ ଲୋକସଭାରୁ ଇସ୍ତଫା ଦେଇଥିଲେ। ଏହାପରେ ଏଠାରେ ଉପ-ନିର୍ବାଚନ ହୋଇଥିଲା।