ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥଙ୍କ ଘୋଷଣା; ଉତ୍ତରପ୍ରଦେଶର ସମସ୍ତ ବିଧାନସଭା କ୍ଷେତ୍ରରେ ହେବ ୧୦୦ ଶଯ୍ୟା ବିଶିଷ୍ଠ ଉନ୍ନତ ଡାକ୍ତରଖାନା

Published By : Prameya-News7 Bureau | April 10, 2022 IST

ଗୋରଖପୁର ୧୦/୦୪ : ଉତ୍ତରପ୍ରଦେଶର ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଯୋଗୀ ଆଦିତ୍ୟନାଥ ବିଭିନ୍ନ ଲୋକ ହୀତକର ପଦକ୍ଷେପ ଗ୍ରହଣ କରୁଛନ୍ତି। ରବିବାର ରାମନବମୀ ଉପଲକ୍ଷେ ସେ ଉତ୍ତରପ୍ରଦେଶବାସୀଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ରାଜ୍ୟର ସମସ୍ତ ବିଧାନସଭା କ୍ଷେତ୍ରରେ ୧୦୦ ଶଜ୍ଜା ବିଶିଷ୍ଟ ସମସ୍ତ ସୁବିଧା ସୁଯୋଗ ଥିବା ଉଚ୍ଚ କ୍ଷମତା ସମ୍ପନ୍ନ ଡାକ୍ତରଖାନା ପ୍ରତିଷ୍ଠା ହେବ ବୋଲି ସେ ଘୋଷଣା କରିଛନ୍ତି। ଏହା ସହିତ ରାଜ୍ୟର ସମସ୍ତ ବ୍ଲକରେ ୨୫ରୁ ୩୦ଶଜ୍ଜା ବିଶିଷ୍ଟ ଉନ୍ନତମାନର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଉପଲବ୍ଧ କରାଇବା ଲକ୍ଷକୁ ଖୁବଶୀଘ୍ର କାର୍ଯ୍ୟକାରୀ କରାଯିବ। ଗୋରଖପୁରରେ ଜଙ୍ଗଲ କୌଣ୍ଡିୟ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରୁ ସମସ୍ତ ରାଜ୍ୟବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଜନ ଆରୋଗ୍ୟ ମେଳାର ଉଦ୍ଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ପ୍ରତ୍ୟକ ବ୍ୟକ୍ତିଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ସରକାରଙ୍କର ପ୍ରଥମ ପଦକ୍ଷେପ।  

ଏହି ଅବସରରେ ମୁଖ୍ୟମନ୍ତ୍ରୀ  ରାଜ୍ୟବାସୀଙ୍କୁ ସମ୍ବୋଧନ କରି କହିଛନ୍ତି କରୋନା ସମୟରେ ଏକ ସମ୍ବେଦନଶୀଳ ସରକାର କିପରି କାର୍ଯ୍ୟ କରେ ତାହା ଉତ୍ତରପ୍ରଦେଶର ଲୋକମାନେ ଦେଖିଛନ୍ତି। କରୋନା ମହାମାରୀ ସମୟରେ କରାଯାଇଥିବା ସ୍ୱାସ୍ଥ୍ୟ ସେବା ଓ ଦଳଗତ କାର୍ଯ୍ୟକୁ ପ୍ରଶଂସା କରି ସେ କହିଛନ୍ତି ଉତ୍ତରପ୍ରଦେଶରେ ବର୍ତ୍ତମାନ ସୁଦ୍ଧା ୩୦ କୋଟି କରୋନା ଭ୍ୟାକସିନ ଉପଲବ୍ଧ କରାଯାଇ ସାରିଛି ।

କାର୍ଯ୍ୟକ୍ରମରେ ଯୋଗୀ ଆଦିତ୍ୟ ନାଥ ଆହୁରି କହିଛନ୍ତି, ଆରୋଗ୍ୟ ମେଳାରେ ନିଶୁଳ୍କ ଚିକିତ୍ସା ପରାମର୍ଶ, ନିଶୁଳ୍କ ରୋଗ ପରୀକ୍ଷା, ଓ ମାଗଣା ଔଷଧ ମିଳିବ। ଏହି ମେଳା ୨୦୨୦ ରେ ଆରମ୍ଭ କରାଯାଇଥିଲା କିନ୍ତୁ କରୋନା ସଂକ୍ରମଣ ଯୋଗୁ ଏହାକୁ ବନ୍ଦ କରାଯାଇଥିଲା। ଏହା ପୁଣି ଆରମ୍ଭ କରାଯାଇଛି। ସମସ୍ତଙ୍କୁ ବିନା ଭେଦଭାବରେ ଚିକିତ୍ସା ସେବା ଯୋଗାଇ ଦେବା ଏହାର ଉଦ୍ଦେଶ୍ୟ ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.