ପ୍ରଧାନମନ୍ତ୍ରୀ କରିବେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା, ଡିସେମ୍ବର କିମ୍ବା ଜାନୁଆରୀରେ ହେବ କାର୍ଯ୍ୟକ୍ରମ
2/06/2023 at 10:32 AM

ଭୁବନେଶ୍ୱର ୦୨/୦୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିବେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା । ଏହି ସୂଚନା ଦେଇଛି ରାମମନ୍ଦିର ସମିତି । ଡିସେମ୍ବର କିମ୍ବା ଜାନୁଆରୀରେ ହେବ କାର୍ଯ୍ୟକ୍ରମ । ୮୫ ପ୍ରତିଶତ ସରିଲାଣି ଗ୍ରାଉଣ୍ଡ ଫ୍ଲୋର କାମ ।
ଅଯୋଧ୍ୟାରେ ନିର୍ମାଣ ହେଉଥିବା ଶ୍ରୀରାମ ମନ୍ଦିରରେ ରାମଲାଲାଙ୍କ ପ୍ରତିମା ଆସନ୍ତା ଡିସେମ୍ବର କିମ୍ବା ଜାନୁଆରୀ ମାସରେ ସ୍ଥାପନ କରାଯିବ । ଶ୍ରୀରାମଜନ୍ମ ଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କରକମଳରେ ରାମଲାଲାଙ୍କ ବିଗ୍ରହରେ ପ୍ରାଣ ପ୍ରତିଷ୍ଠା କରାଇବାକୁ ନିଷ୍ପତ୍ତି ନେଇଛି । ୭ ଦିନ ପର୍ଯ୍ୟନ୍ତ ଚାଲିବ ମନ୍ଦିର ପ୍ରତିଷ୍ଠା ଉତ୍ସବ ।
ଏବେ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ପାଇଁ ନିର୍ଦ୍ଧିଷ୍ଟ ତାରିଖ ସ୍ଥିର ହୋଇନାହିଁ । ତେବେ ରାମନ୍ଦିରର ଗ୍ରାଉଣ୍ଡ ଫ୍ଲୋର ଏବଂ ଗର୍ଭଗୃହର କାମ ୧୫ ଡିସେମ୍ବର ପୂର୍ବରୁ ପୂରା ହୋଇଯିବ । ଏହା ପରେ ପ୍ରାଣ ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ଆରମ୍ଭ ହେବ । ପ୍ରଧାନମନ୍ତ୍ରୀଙ୍କ ସମୟ ଦେବାକୁ ନେଇ ଡିସେମ୍ବରରୁ ୨୦୨୪ ଜାନୁଆରୀ ୨୬ ଭିତରେ ନିର୍ଦ୍ଦିଷ୍ଟ ତାରିଖ ଧାର୍ଯ୍ୟ କରାଯିବ ବୋଲି ମନ୍ଦିର ସମିତି ପକ୍ଷରୁ କୁହାଯାଇଛି ।