ନୂଆଦିଲ୍ଲୀ ୨୨।୦୧: ଭବ୍ୟ ମନ୍ଦିରରେ ବିରାଜିଲେ ରାମଲାଲା । ୫୦୦ ବର୍ଷର ଅପେକ୍ଷା ଆଜି ୮୪ ସେକେଣ୍ଡରେ ଶେଷ ହୋଇଛି । ଭାବ, ଶ୍ରଦ୍ଧା ଏବଂ ଅସ୍ଥାର ମହାପର୍ବରେ ସାରା ଦେଶ ସାମିଲ ହୋଇଛି । ଜୟ ଶ୍ରୀରାମ ଧ୍ୱନିରେ ଅଯୋଧ୍ୟ ସହ ଦେଶର ପ୍ରତିଟି କୋଣ କମ୍ପୁଛି । ପୁରା ଜଗତର ରାଜା ହେଉଛନ୍ତି ମର୍ଯ୍ୟଦା ପୁରୁଷୋତ୍ତମ ଶ୍ରୀରାମ । କିନ୍ତୁ ଅଯୋଧ୍ୟାରେ ଏପରି ଜଣେ ବ୍ୟକ୍ତି ଅଛନ୍ତି, ଯିଏକି ଲୋକମାନଙ୍କ ମଧ୍ୟରେ 'ରାଜା ସାହେବ' ଭାବେ ପରିଚିତ ।
{"id":898885,"width":840,"height":568,"sizeSlug":"full","linkDestination":"none"}ଖାସ୍ କଥା ହେଉଛି ଏହି ରାଜା ସାହେବ ଅଯୋଦ୍ଧା ରାମ ମନ୍ଦିରର ଟ୍ରଷ୍ଟି ମଧ୍ୟ ଅଛନ୍ତି । ତେବେ କିଏ ଏହି ରାଜା ସାହେବ ? କାହିଁକି ଆସିଛନ୍ତି ଚର୍ଚ୍ଚାକୁ ? ଆସନ୍ତୁ ଜାଣିବା... ଏହି ରାଜାଙ୍କର ନାଁ ହେଉଛି ବିମଳେନ୍ଦ୍ର ମୋହନ ପ୍ରତାପ ମିଶ୍ର। ସେ ଅଯୋଧ୍ୟା ରାଜବଂଶ ସହିତ ଜଡିତ । ଆଉ ଏହି କାରଣରୁ ହିଁ ଅଯୋଧ୍ୟାବାସୀ ତାଙ୍କୁ ରାଜା ସାହେବ ବୋଲି ଡାକନ୍ତି । ଅଯୋଧ୍ୟା ରାଜବଂଶର ରାଜା ଦର୍ଶନ ସିଂଙ୍କ ବଶଂଜ ।
{"id":898886,"sizeSlug":"full","linkDestination":"none"}ରାଜବଂଶର ସ୍ୱର୍ଗତ ରାଣୀ ବିମଲା ଦେବୀଙ୍କର ଦୁଇଟି ପୁତ୍ର ଥିଲେ । ବିମଲେନ୍ଦ୍ର ପ୍ରତାପ ମିଶ୍ର ଏବଂ ଶୈଳେନ୍ଦ୍ର ପ୍ରତାପ ମିଶ୍ର । ବିମଲେନ୍ଦ୍ର ପ୍ରତାପ ମିଶ୍ର ବଡ ପୁଅ, ତେଣୁ ତାଙ୍କୁ ରାଜବଂଶର ପ୍ରତିନିଧୀ ଭାବେ ଅଯୋଧ୍ୟା ରାଜା ଭାବରେ ବିବେଚନା କରାଯାଉଥିଲା । ସମୟ ଥିଲା ଏହି ରାଜବଂଶ ପୁରା ଅଯୋଧ୍ୟାର ଦେଖରେଖ କରୁଥିଲେ । ୨୦୦୯ରେ ଲୋକସଭା ନିର୍ବାଚନରେ ବିଏସପି ଟିକେଟରେ ସେ ଫୈଜାବାଦ ସଂସଦୀୟ ଆସନରୁ ବିମଳେନ୍ଦ୍ର ପ୍ରତିଦ୍ୱନ୍ଦ୍ୱିତା କରିଥିଲେ, କିନ୍ତୁ ଜିତି ପାରିନଥିଲେ । ସେ କଂଗ୍ରେସର ନିର୍ମଳ ଖତ୍ରୀଙ୍କ ଠାରୁ ପରାସ୍ତ ହୋଇଥିଲେ ।
{"id":898887,"width":837,"height":628,"sizeSlug":"full","linkDestination":"none"}ଏହା ପରେ ସେ ନିଜକୁ ରାଜନୀତି ଠାରୁ ଦୂରେଇ ରଖିଛନ୍ତି । ଖାସ୍ କଥା ହେଉଛି ବିମଳେନ୍ଦ୍ର ଅଯୋଦ୍ଧା ରାଜବଂଶର ଅନେକ ପିଢୀ ପରେ ରାଜବଂଶରେ ଜନ୍ମ ନେଇଥିଲେ । ଏହାପୂର୍ବରୁ ରାଜବଂଶର ଅନ୍ୟମାନଙ୍କୁ ପୋଷ୍ୟଭାବରେ ଗ୍ରହଣ କରାଯାଇଥିଲା । ଆଉ ରାଜବଂଶର ଉତ୍ତରାଧିକାରୀ ଭାବେ ଦାୟିତ୍ବ ହସ୍ତାନ୍ତର କରାଯାଇଥିଲା । ଏଥିପାଇଁ ତାଙ୍କ ପିଲାଦିନ ମଧ୍ୟ କଡା ସୁରକ୍ଷାରେ ବିତିଥିଲା ।
{"id":898890,"width":842,"height":768,"sizeSlug":"full","linkDestination":"none"}ବିମଳେନ୍ଦ୍ରଙ୍କ ମା ତାଙ୍କୁ ବାହାରେ ପଢାଇବା ବଦଳରେ ସ୍ଥାନୀୟ ସ୍କୁଲ୍ରେ ପଢାଇଥିଲେ । କେବଳ ଏତିକି ନୁହେଁ, ତାଙ୍କୁ ୧୪ ବର୍ଷ ଯାଏଁ ତାଙ୍କ ସାଙ୍ଗ ମାନଙ୍କ ସହ ଖେଳିବାକୁ ଅନୁମତି ନଥିଲା । ବିମଳେନ୍ଦ୍ର ତାଙ୍କ ମା ବିମଳା ଦେବୀଙ୍କ ନାମରେ ଏକ ସାମାଜିକ ସଂଗଠନ ଚଳାନ୍ତି । ଏହାବ୍ୟତୀତ ସେ ‘ବିମଳା ଦେବୀ ଫାଉଣ୍ଡେସନ୍ ଟ୍ରଷ୍ଟ’ର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ । ଏବେ ପ୍ରଶ୍ନ ଆସୁଛି ରାମ ମନ୍ଦିର ଟ୍ରଷ୍ଟ ସହ ସେ ଯୋଡି ହେଲେ କେମିତି ?
{"id":898892,"sizeSlug":"full","linkDestination":"none"}ବାସ୍ତବରେ, ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରୀ ରାମ ମନ୍ଦିର ନିର୍ମାଣ ଏବଂ ରକ୍ଷଣାବେକ୍ଷଣ ପାଇଁ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷତ ଟ୍ରଷ୍ଟ ଆରମ୍ବ କରିଥିଲେ, ସେତେବେଳେ ସେ ମୋଟ ୧୫ଜଣ ସଦସ୍ୟଙ୍କୁ ଟ୍ରଷ୍ଟି କରିଥିଲେ । ଆଉ ଏହି ୧୫ ଜଣଙ୍କ ଭିତରେ ସାମିଲ ହୋଇଥିଲେ ବିମଳେନ୍ଦ୍ର ମୋହନ ପ୍ରତାପ ମିଶ୍ର ।
You Can Read:
wp:embed {"url":"https://www.prameyanews7.com/why-does-the-glass-kept-in-front-of-the-idol-break-in-murti-pran-pratistha/","type":"wp-embed","providerNameSlug":"prameya-news-7"} /wp:embed