ରମିଜ ରାଜା କହିଲେ-ପାକିସ୍ତାନ କ୍ରିକେଟ ଭାରତ ନିୟନ୍ତ୍ରିତ ! ଯଦି କାଲି BCCI ଫଣ୍ଡିଂ ବନ୍ଦ ହେବ, ତେବେ..

Published By : Prameya-News7 Bureau | October 08, 2021 IST

ଇସ୍ଲାମାବାଦ ୮।୧୦: ପାକିସ୍ତାନ କ୍ରିକେଟ କଣ୍ଟ୍ରାଲ ବୋର୍ଡ (ପିସିବି) ମୁଖ୍ୟ ରମିଜ ରାଜା ଦେଶରେ କ୍ରିକେଟର ଭବିଷ୍ୟତ ନେଇ ଉଦବେଗ ପ୍ରକାଶ କରିଛନ୍ତି। ରାଜା ଆନ୍ତଃପ୍ରଦେଶିକ ବ୍ୟାପାର ସିନେଟ୍‌ ଷ୍ଟାଣ୍ଡିଂ କମିଟିରେ ହାଜର ହୋଇଥିଲେ। ଏଥିରେ ସେ ଅନ୍ତର୍ଜାତୀୟ କ୍ରିକେଟ୍ କାଉନସିଲ (ଆଇସିସି)ଙ୍କୁ ଏସିୟା ଓ ପାଶ୍ଚାତ୍ୟଙ୍କୁ ବିଭାଜିତ କରୁଥିବା ଏକ ରାଜନୈତିକ ସଂସ୍ଥା ବୋଲି କହିଛନ୍ତି। ଯାହାଙ୍କ କାରଣରୁ ପିସିବି ଭାରତ ହାତର କ୍ରିଡନକ ପାଲଟିଯାଇଥିବା ସେ କହିଛନ୍ତି।

ଆଇସିସି ରାଜସ୍ୱ ଲାଗି ଭାରତ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ। ଏଥିରୁ ୯୦ ପ୍ରତିଶତ ରାଜସ୍ୱ ଆୟ ପାଉଥିବା ବେଳେ ଆସନ୍ତା କାଲି ଯଦି ପାଣ୍ଠି ବନ୍ଦ ହୋଇଯାଏ  ସମ୍ଭବତଃ ପାକିସ୍ତାନ କ୍ରିକେଟକୁ ପରଦା ଟାଣିବାକୁ ପଡିପାରେ ବୋଲି ରାଜା କହିଛନ୍ତି। ସେ କହିଛନ୍ତି ଯେ ପିସିବିଙ୍କ ବଜେଟର ୫୦ ପ୍ରତିଶତ ଅର୍ଥ ଆଇସିସି ଫଣ୍ଡିଂରୁ ମିଳିଥାଏ। ଏଣୁ ଏବେଠାରୁ ଯଦି ପିସିବି ସ୍ଥାନୀୟ ବଜାର ଉପରେ ନିର୍ଭରଶୀଳ ନ ହୁଏ ତେବେ ଆଗାମୀ ଦିନରେ ଏହାର ପରିଣାମ ଆମକୁ ହିଁ ଭୋଗିବାକୁ ପଡିବ ବୋଲି ସତର୍କ କରିଛନ୍ତି।

{"id":524231,"width":839,"height":461,"sizeSlug":"full","linkDestination":"none"}

ରାଜା କହିଛନ୍ତି ଯେ ଦେଖିବାକୁ ଗଲେ ପାକିସ୍ତାନ କ୍ରିକେଟ ଏବେ ଏକ ପ୍ରକାର ଭାରତୀୟ ବିଜନେସ୍ ହାଉସଙ୍କ ପରିଚାଳିତ । ଏଥିରେ ଯଦି ଭାରତର ପ୍ରଧାନମନ୍ତ୍ରୀ ଏପରି କୌଣସି ଫଣ୍ଡିଂ ବନ୍ଦ ଲାଗି ପଦକ୍ଷେପ ନିଅନ୍ତି ତେବେ ପିସିବି ଅସ୍ତିତ୍ୱ ହରାଇବା ନିଶ୍ଚିତ ବୋଲି ସେ କହିଛନ୍ତି। ସେହିପରି ନ୍ୟୁଜିଲ୍ୟାଣ୍ଡ ଓ ଇଂଲଣ୍ଡ ସିରିଜ ନେଇ ରାଜା କହିଛନ୍ତି ଯେ ଏହା ଆଦୌ ଗ୍ରହଣୀୟ ନୁହେଁ। କାରଣ ଏପରି କୌଣସି ସୁରକ୍ଷାଗତ କାରଣ ନେଇ ନ୍ୟୁଜିଲ୍ୟାଣ୍ଡ କ୍ରିକେଟ୍ ଆମକୁ ବିବରଣୀ ଦେଇ ନଥିଲେ। ପୂର୍ବ ନିର୍ଦ୍ଧାରିତ ଏକ ଦିବସୀୟ ମ୍ୟାଚ୍‌ର କିଛି ଘଣ୍ଟା ପୂର୍ବରୁ ବାତିଲ କରି ଖେଳାଳିଙ୍କୁ ରାୱଲପିଣ୍ଡି ଛାଡିବାକୁ ପଡିଥିଲା ବୋଲି କହିଛନ୍ତି।

ଏ ନେଇ ନ୍ୟୁଜିଲ୍ୟାଣ୍ଡ ଏପର୍ଯନ୍ତ କେଉଁ କାରଣରୁ ସିରିଜ ଆରମ୍ଭରୁ ବାତିଲ ହେଲା ସେ ନେଇ କୌଣସି ସୂଚନା ମଧ୍ୟ ଦେଉ ନାହାନ୍ତି। ତେବେ ସେମାନେ ଏବେ ସିରିଜ ରିସିଡ୍ୟୁଲ କରିବାକୁ ଉଦ୍ୟମ କରୁଥିବା ରାଜା କହିଛନ୍ତି। ହୁଏତ ଆଗାମୀ ସପ୍ତାହ ବେଳକୁ ଏ ନେଇ ସନ୍ତୋଷପ୍ରଦ ଖବର ମିଳିପାରେ ବୋଲି ସେ କହିଛନ୍ତି। ଏଥିରୁ ନ୍ୟୁଜିଲ୍ୟାଣ୍ଡ କ୍ରିକେଟ୍ ବୋର୍ଡ ପାକିସ୍ତାନ ଗସ୍ତ ଲାଗି ନୂଆ କାର୍ଯ୍ୟକ୍ରମରେ କାମ କରୁଥିବାର ସୂଚନା ମିଳୁଛି ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.