କ୍ଲାସିକଲ ଚେସ୍‌ରେ ଇତିହାସ ରଚିଲେ ପ୍ରଜ୍ଞାନାନନ୍ଦ, ପ୍ରଥମ ଥର ନମ୍ବର ଓ୍ଵାନ ଖେଳାଳି ମ୍ୟାଗ୍ନସ କାର୍ଲସେନଙ୍କୁ ଦେଲେ ମାତ୍

Published By : Prameya-News7 Bureau | May 30, 2024 IST

ନୂଆଦିଲ୍ଲୀ: ଭାରତର ରମେଶବାବୁ ପ୍ରଜ୍ଞାନାନନ୍ଦ କ୍ଲାସିକ ଚେସ୍‌ରେ ପ୍ରଥମ ଥର ମ୍ୟାଗ୍ନେସ କାର୍ଲସନଙ୍କୁ ମାତ୍ ଦେଇଛନ୍ତି। ଭାରତର ଏହି ଯୁବ ଖେଳାଳି ନରଓ୍ଵେ ଚେସ୍‌ ୨୦୨୪ର ତୃତୀୟ ପର୍ଯ୍ୟାୟରେ ଧଳା ଗୋଟି ଧରି ଦୁନିଆର ଏକ ନମ୍ବର ଚେସ୍ ଖେଳାଳିଙ୍କୁ ପରାସ୍ତ କରିଛନ୍ତି। ଏହି ବିଜୟ ସହ ୧୮ ବର୍ଷୀୟ ଏହି ଭାରତୀୟ ଖେଳାଳି କାର୍ଲସେନଙ୍କ ଘରୋଇ ମାଟିରେ ଆୟୋଜିତ ଏହି ପ୍ରତିଷ୍ଠିତ ଟୁର୍ଣ୍ଣାମେଣ୍ଟରେ ଅଗ୍ରଣୀ ହାସଲ କରିଛନ୍ତି।

୧୮ ବର୍ଷୀୟ ଗ୍ରାଣ୍ଡମାଷ୍ଟର ରମେଶବାବୁ ପ୍ରଜ୍ଞାନାନନ୍ଦ ବୁଧବାର ନରଓ୍ଵେ ଚେସ୍ ଟୁର୍ଣ୍ଣାମେଣ୍ଟର ତୃତୀୟ ରାଉଣ୍ଡର ୯ରୁ ୫.୫ ଅଙ୍କ ହାସଲ କରିଛନ୍ତି। ଅନ୍ୟପଟେ ଆମେରିକୀୟ ଗ୍ରାଣ୍ଡମାଷ୍ଟର ଫାବିଓ କାରୁଆନା ବୁଧବାର ଜିଏମ ଡିଙ୍ଗ ଲିରେନଙ୍କୁ ହରାଇବା ପରେ ତିନି ପଏଣ୍ଟ ସହ ଦ୍ଵିତୀୟ ସ୍ଥାନ ହାସଲ କରିଛନ୍ତି। 




ଉଲ୍ଲେଖନୀୟ ଗତ ବର୍ଷ ଚେସ୍ ବିଶ୍ଵ ଚାମ୍ପିଅନସିପରେ ମ୍ୟାଗ୍ନସ କାର୍ଲସେନଙ୍କଠୁ ପ୍ରଜ୍ଞାନାନନ୍ଦ ପରାଜିତ ହୋଇଥିଲେ। କିନ୍ତୁ ନରଓ୍ଵେ ଚେସ୍ ଟୁର୍ଣ୍ଣାମେଣ୍ଟରେ ପ୍ରଜ୍ଞାନାନନ୍ଦ କାର୍ଲସେନଙ୍କୁ କ୍ଲାସିକାଲ ଚେସ୍‌ରେ ହରାଇବାରେ ଚତୁର୍ତ ଭାରତୀୟ ହେବାର ଉପଲବ୍ଧି ହାସଲ କରିଛନ୍ତି। 




ଅନ୍ୟପଟେ ତାଙ୍କ ଭଉଣୀ ଆର ବୈଶାଳୀ ଚମତ୍କାର ପ୍ରଦର୍ଶନ କରି ନରଓ୍ଵେ ଚେସ୍ ଚାମ୍ପିଅନସିପରେ ଶୀର୍ଷ ସ୍ଥାନରେ ରହିଛନ୍ତି। ସେ ନିଜ ବର୍ଗରେ ପୋଲ୍ ପଜିସନ ହାସଲ କରିଛନ୍ତି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.