ଗାଁ ଦାଣ୍ଡରେ ପଡ଼ିଛି ଯୁବକଙ୍କ ମୃତଦେହ, ହତ୍ୟା ପରେ ଫିଙ୍ଗିଦେଲେ ଦୁର୍ବୃତ୍ତ !

Published By : Prameya-News7 Bureau | August 31, 2023 IST

ବୌଦ୍ଧ ୩୧।୦୮ : ଗାଁ ଦାଣ୍ଡରେ ପଡ଼ିଛି ଯୁବକଙ୍କ ମୃତଦେହ । ବୌଦ୍ଧ ହରଭଙ୍ଗା ବ୍ଲକ୍ ତାକୁଡ ଗାଁ ଦାଣ୍ଡରେ ମୃତଦେହ ପଡିଥିବା ଦେଖିଥିଲେ ସ୍ଥାନୀୟ ଲୋକେ । ମୃତକ ପୁରୁଣା କଟକ ଥାନା ଛେଳି ଲେଣ୍ଡି ଗାଁର ରମେଶ ବାରିକ । ବୌଦ୍ଧ ଆଦର୍ଶ ଥାନା ପୋଲିସଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି

wp:embed {"url":"https://www.prameyanews7.com/husband-lost-his-life-in-baranga/","type":"wp-embed","providerNameSlug":"prameya-news-7"}
https://www.prameyanews7.com/husband-lost-his-life-in-baranga/
/wp:embed

ସେପଟେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ କେହି ଦୁର୍ବୃତ୍ତ ହତ୍ୟା କରିଥିବା ସନ୍ଦେହ । ରମେଶଙ୍କ ପରିବାର ଲୋକଙ୍କୁ ଖବର ଦେବା ପରେ ସେମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ତେବେ ପାରିପାର୍ଶ୍ବିକ ସ୍ଥିତିକୁ ଦେଖିବାକୁ ଗଲେ ରମେଶଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରି ଏଠାରେ ଫିଙ୍ଗି ପଳାଇଥିଲେ ନେଇ ସନ୍ଦେହ କରାଯାଉଛି। ତେବେ ରମେଶ ଏହି ଗାଁକୁ କାହିଁକି ଆସିଥିଲେ ଏବଂ କେଉଁ କାରଣରୁ ତାଙ୍କୁ ହତ୍ୟା କରାଯାଇଛି ନା ଏହା ସ୍ଵାଭାବିକ ମୃତ୍ୟୁ ସେନେଇ କଳ୍ପନଜଳ୍ପନା ଜାରି ରହିଛି।

wp:embed {"url":"https://www.prameyanews7.com/jharkhand-congress-leaders-son-abuses-thrashes-teen/","type":"wp-embed","providerNameSlug":"prameya-news-7"}
https://www.prameyanews7.com/jharkhand-congress-leaders-son-abuses-thrashes-teen/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.