ନୂଆଦିଲ୍ଲୀ ୨୮।୧୧; ଚନ୍ଦ୍ରଯାନ-୩ର ସଫଳ ଲ୍ୟାଣ୍ଡିଂ ପରେ ନୂଆ ଇତିହାସ ରଚିଛି ଭାରତ । ଯାହା ଦୁନିଆର ଅନ୍ୟ କୌଣସି ବି ଦେଶ କରିନାହିଁ । ଚନ୍ଦ୍ରଯାନ-୩ ଚନ୍ଦ୍ରରେ ଯେଉଁଠି ପାଦ ରଖିଲା ସେଠାରେ ବିଶ୍ୱର କୌଣସି ବି ଦେଶ ପହଞ୍ଚି ପାରି ନଥିଲା। ଆମେରିକା, ରୁଷ୍ ଓ ଚୀନ୍ ପରି ଶକ୍ତିଶାଳୀ ରାଷ୍ଟ୍ର ଚନ୍ଦ୍ର ପୃଷ୍ଠରେ ପହଞ୍ଚିବାରେ ସଫଳ ତ ହୋଇଛନ୍ତି କିନ୍ତୁ ଭାରତ ପରି ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରିପାରିନାହାନ୍ତି । ଏପରି କରି ଭାରତ ଏକ ଇତିହାସ ରଚିଥିଲା ।
{"id":875870,"width":836,"height":468,"sizeSlug":"full","linkDestination":"none"}ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୩ କେବଳ ସଫ୍ଟ ଲ୍ୟାଣ୍ଡିଂ କରିନି ବରଂ ଜଣେ ବ୍ୟକ୍ତିଙ୍କୁ କରିଦେଇଛି କୋଟିପତି । ଏହି ବ୍ୟକ୍ତି ଜଣକ ମହିଶୂରର ବାସିନ୍ଦା । ନାଁ ହେଉଛି ରମେଶ କୁହ୍ନିକନ୍ନନ । ସେ କାୟନ୍ସ ଟେକ୍ନୋଲଜି ଇଣ୍ଡିଆର ସଂସ୍ଥାପକ । ବାସ୍ତବରେ କାୟନ୍ସ ଟେକ୍ନୋଲଜି ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ଓ ରୋଭରକୁ ବିଦ୍ୟୁତ୍ ଯୋଗାଉଥିଲେ ଏବଂ ଇଲେକ୍ଟ୍ରନିକ ସିଷ୍ଟମର ସପ୍ଲାଇ କରୁଥିଲା ତାଙ୍କ କମ୍ପାନୀ ।
{"id":875871,"sizeSlug":"full","linkDestination":"none"}୬୦ ବର୍ଷିୟ ରମେଶ କୁହ୍ନିକନ୍ନନ ଚନ୍ଦ୍ରଯାନ-୩ର ରୋଭର ଓ ଲ୍ୟାଣ୍ଡର ଉଭୟକୁ ବିଦ୍ୟୁତ୍ ଦେବା ପାଇଁ ବ୍ୟବହାର କରାଯାଉ ଥିବା ଇଲେକ୍ଟ୍ରନିକ ସିଷ୍ଟମର ସପ୍ଲାଇ କରିଥିଲେ। ଚନ୍ଦ୍ରଯାନ-୩ର ସଫଳତା ପରେ ବମ୍ୱେ ଷ୍ଟକ୍ ଏକ୍ସଚେଞ୍ଜରେ ତାଙ୍କ କମ୍ପାନୀର ସେୟାରର ଦାମ୍ରେ ୩ଗୁଣା ବୃଦ୍ଧି ଦେଖିବାକୁ ମିଳୁଛି । ତାଙ୍କ କମ୍ପାନୀର ସେୟାର ଏବେ ୪୦ ପ୍ରତିଶତ ଉପରେ ।
{"id":875872,"sizeSlug":"full","linkDestination":"none"}ଫୋବର୍ସର ରିପୋର୍ଟ ଅନୁସାରେ , କୁହ୍ନିକନ୍ନନଙ୍କର କମ୍ପାନୀରେ ୬୪ ପ୍ରତିଶତ ସେୟାର ରହିଛି । ତାଙ୍କର ନେଟୱର୍ଥ ବଢି ୧.୧ ବିଲିୟନ ଡଲାର ହୋଇଯାଇଛି । ତାଙ୍କ କମ୍ପାନୀ କେଟିଆଇ ସର୍କିଟ୍ ବୋର୍ଡ୍ସର ନିର୍ମାଣ ଓ ଆସେମ୍ୱଲିଂର କାମ କରିଥାଏ।କେଟିଆଇ ଦ୍ୱାରା ନିର୍ମିତ ସର୍କିଟ୍ ବୋର୍ଡର ବ୍ୟବହାର ବିଭିନ୍ନ ଉଦ୍ୟୋଗରେ କରାଯାଉଛି । ଯେମିତି କି ଅଟୋମୋଟିଭ , ଏୟରୋସ୍ପେସ୍, ଚିକିତ୍ସା, ପ୍ରତିରକ୍ଷା ଆଦିରେ କରାଯାଇଥାଏ ।
{"id":875874,"sizeSlug":"full","linkDestination":"none"}ଖବର ଅନୁଯାୟୀ, ୧୯୮୮ରେ କୁହ୍ନିକନ୍ନନ ଏହି କମ୍ପାନୀର ଆରମ୍ଭ କରିଥିଲେ । କେଟିଆଇ ଇଲେକ୍ଟ୍ରନିକ୍ସର କଣ୍ଟ୍ରାକ୍ଟ ପ୍ରଡକ୍ସନ କରିବା ରୂପେ ଆରମ୍ଭ କରିଥିଲେ । ୧୯୯୬ରେ ରମେଶ ଓ ତାଙ୍କର ପତ୍ନୀ ସବିତା ମିଶି ଏହାକୁ ବଡ଼ ସ୍ତରରେ ବିକଶିତ କରିଥିଲେ । ଏବେ ଏହି କମ୍ପାନୀର ଗ୍ରୋଥ୍ ଦିନକୁ ଦିନ ବଢିବାରେ ଲାଗିଛି ।
You Can Read:
wp:embed {"url":"https://www.prameyanews7.com/woman-dies-in-kolkata-falling-from-8th-flore-in-trying-to-save-pet/","type":"wp-embed","providerNameSlug":"prameya-news-7"} /wp:embed