ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

‘ପ୍ରଦୀପ ପାଣିଗ୍ରାହୀ ନିଜ କ୍ଷମତାର ଅପବ୍ୟବହାର କରିଛନ୍ତି, ବହୁ ଦୁର୍ନୀତିରେ ରହିଛି ସଂପୃକ୍ତି’- ରମେଶ ଜେନା

6/12/2020 at 3:35 PM

ଗୋପାଳପୁର, ୦୬।୧୨:  ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପାଇଁ ବଢିଲା ଅଡୁଆ । ଗଞ୍ଜାମ ଜିଲ୍ଲାର ଜଣଙ୍କ ପରେ ଜଣେ ବିଧାୟକ ତାଙ୍କ ବିରୋଧରେ ବର୍ଷୁଛନ୍ତି । ପ୍ରଦୀପ ଗିରଫ ହେବା ପରେ ସାନଖେମୁଣ୍ଡି ବିଧାୟକ ତଥା ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ରମେଶ ଜେନା ତାଙ୍କ ଉପରେ ବର୍ଷିଛନ୍ତି ।

ଏକ ପ୍ରେସମିଟ୍ ରେ ରମେଶ ପ୍ରଦୀପଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ପୂର୍ବରୁ କାର୍ଯ୍ୟାନୁଷ୍ଠାନ ନେବାର ଥିଲା । ପ୍ରଦୀପ ପାଣିଗ୍ରାହୀ କ୍ଷମତାକୁ ଅପବ୍ୟବହାର କରି ବହୁ ଦୁର୍ନୀତିରେ ଲିପ୍ତ ରହିଛନ୍ତି । କରୋନା ସମୟରେ ଲୋକଙ୍କ ସୁଖଦୁଃଖରେ ରହିବା ବଦଳରେ ଅଏସ୍ ଜୀବନ ବିତାଉଥିଲେ ।  

ରମେଶ ଆହୁରି ଅଭିଯୋଗ କରିଛନ୍ତି ଯେ, ସୋରଡାରେ ଶତାଧିକ ଏକର ଜମି ଅକ୍ତିଆର କରି ରଖିଥିବାରୁ ଏହାର ତଦନ୍ତ କରାଯାଉ। ସେହିପରି ବ୍ରହ୍ମପୁର କୋର୍ଟପେଟା ଛକରେ ପ୍ରଦୀପ ପାଣିଗ୍ରାହୀ ଜମି ରଖିଛନ୍ତି । କରାପଲ୍ଲୀ ପଞ୍ଚାୟତର ବିକ୍ରମପୁରରେ ଜମି ଜାଲିଆତି କରିଛନ୍ତି । ମଦଭାଟି, ମଦ ମାଫିଆଙ୍କ ସହ ପ୍ରଦୀପ ଜଡିତ ବୋଲି ରମେଶ ଜେନା ଅଭିଯୋଗ କରିଛନ୍ତି ।

   Related Posts