ରାଜ୍ୟସଭାକୁ କିଏ ଯିବ ଫାଇନାଲ କରିସାରିଛନ୍ତି ମୁଖ୍ୟମନ୍ତ୍ରୀ ! ପ୍ରତିଶୃତି ରକ୍ଷା କଲେ ଅଗ୍ରାଧିକାର ପାଇବେ ପ୍ରସନ୍ନ ଓ ରମେଶ

Published By : Prameya-News7 Bureau | June 16, 2019 IST

ବ୍ରହ୍ମପୁର ୧୬|୬: ଜୁଲାଇ ୫ରେ ରାଜ୍ୟସଭା ଉପନିର୍ବାଚନ । ଖାଲିହୋଇଥିବା ୩ଟି ଆସନ ଲାଗି କିଏ ଯିବ ରାଜ୍ୟସଭା ? ପ୍ରତିଶ୍ରୁତି ପାଇଥିବା ନେତା ନା’ ନୂଆ ଚେହେରାଙ୍କୁ ବାଛିବେ ନବୀନ, ତାକୁ ନେଇ ଆରମ୍ଭ ହୋଇଗଲାଣି ଅଙ୍କ କଷା । ଏମିତି ସ୍ଥିତିରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।କାରଣ ତାଙ୍କୁ ରାଜ୍ୟସଭା ପଠାଯିବ ବୋଲି ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଥିବା କୁହାଯାଉଛି ।

ନ୍ୟୁଜ ୭କୁ ସାକ୍ଷାତକାରରେ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ କହିଛନ୍ତି, ଚଳିତ ନିର୍ବାଚନରେ ବିଧାୟକ ତାଙ୍କୁ ଟିକେଟ ନିଳିନଥିଲା । ସେତେବେଳେ ମିଳିମିଶି କାମ କରିବାକୁ ଦଳର ସୁପ୍ରିମୋ ନିର୍ଦ୍ଦେଶ ଦେବା ସହ ରାଜ୍ୟସଭାକୁ ପଠାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ତେଣୁ ସେ ନିଶ୍ଚିତ ଯେ ସେ ରାଜ୍ୟସଭାକୁ ଯିବେ । କେବଳ ସେତିକି ନୁହେଁ, ରାଜ୍ୟସଭାକୁ ଗଲେ ଓଡିଶାର ସ୍ବାର୍ଥ ପାଇଁ ଦାବି ଉପସ୍ଥାପନ କରିବି ବୋଲି ମଧ୍ୟ ସେ କହିଛନ୍ତି। 

ସୂଚନାଯୋଗ୍ୟ ଯେ, ୩ଜଣରାଜ୍ୟସଭା ସାଂସଦ ବିଧାନସଭା ଓ ଲୋକସଭାକୁ ନିର୍ବାଚିତ ହେବା ଫଳରେ ଏବେ ରାଜ୍ୟର ୩ଟି ରାଜ୍ୟସଭା ଆସନ ଖାଲିପଡିଛି । ମାତ୍ର ୩ଟି ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ଆସନ ମଧ୍ୟରୁ ପ୍ରସନ୍ନ ପାଟ୍ଟଶାଣୀ ଓ ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କୁ ରାଜ୍ୟସଭାକୁ ପଠାଯିବାବୋଲି କହି ସେମାନଙ୍କୁ ଦଳ ଟିକେଟ ଦେଇନଥିଲା ।ଯଦି ସେ ଦୁଇଟି ଆସନପାଇଁ ଉପରୋକ୍ତ ନେତାଙ୍କୁ ନବୀନ ବାଛନ୍ତି ତାହେଲେ ଅନ୍ୟ ଦୁଇ ଆସନ ପାଇଁ ହାତୀ କାହା ମୁଣ୍ଡରେ ସୁନାକଳସ ଢାଳିବ ତାକୁ ସମମସ୍ତେ ଅପେକ୍ଷା କରିଛନ୍ତି ।

ତେବେ ରମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କୁ ରାଜ୍ୟ ସଭାକୁ ପଠାଯିବ ବୋଲି ଦଳ ପକ୍ଷରୁ ବିଧିବଧ କୌଣସି ଘୋଷଣା ହୋଇ ନାହିଁ ।

ରାଜ୍ୟସଭାର ୩ଟି ଆସନପାଇଁ ଦଳଭିତରେ ରେସ ଆରମ୍ଭ ହୋଇଯାଇଥିବାବେଳେ ଏଥିପାଇଁ ବହୁ ନେତା ଆଶାୟୀ ଥିବା ଜଣାପଡିଛି । କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା କହିଛନ୍ତି ଯେ, ନବୀନ ଠିକ ସମୟରେ ନିଷ୍ପତ୍ତି ନେବେ । ସେଥିପାଇଁ ଆଗୁଆ କଳ୍ପନା ଜଳ୍ପନାର କୌଣସି ଅର୍ଥ ନାହିଁ । ରାଜ୍ୟସଭାପାଇଁ ପୂର୍ବରୁ ପ୍ରତିଶୃତି ପାଇଥିବା ପ୍ରସନ୍ନ ପାଟ୍ଟଶାଣୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ସବୁବେଳେ ତାଙ୍କ ପ୍ରତିଶୃତି ରକ୍ଷା କରିଆସିଛନ୍ତି । ତାଙ୍କ କ୍ଷେତ୍ରରେ ଦେଇଥିବା ପ୍ରତିଶୃତି ସେ ରକ୍ଷା କରିବେ ବୋଲି ଆଶାବାଦୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.