ମସଜିଦ୍‌ରେ ବସି ଲେଖାଯାଇଥିଲା ରାମଚରିତମାନସ: ଆରଜେଡି ବିଧାୟକଙ୍କ ବିବାଦୀୟ ବୟାନକୁ ନେଇ ପୁଣି ତେଜିଲା ରାଜନୀତି

Published By : Prameya-News7 Bureau | June 16, 2023 IST

ନୂଆଦିଲ୍ଲୀ, ୧୬/୦୬: ରାମଚରିତମାନସକୁ ନେଇ ପୁଣି ବିହାର ରାଜନୀତି ସରଗରମ ହୋଇଛି। ବିହାର ଶିକ୍ଷାମନ୍ତ୍ରୀ ଚନ୍ଦ୍ରଶେଖରଙ୍କ ପରେ ଏବେ ଆରଜେଡିର ବାହୁବଳୀ ବିଧାୟକ ରୀତଲାଲ ଯାଦବ ରାମଚରିତମାନସକୁ ନେଇ ବିବାଦୀୟ ବୟାନ ରଖିଛନ୍ତି। ଆଉ ତାଙ୍କର ବୟାନ ପରେ ପରେ ତେଜିଛି ରାଜନୀତି। ସେପଟେ ବିଜେପି ଆରଜେଡି ବିଧାୟକଙ୍କ ବୟାନ ଉପରେ ଅସନ୍ତୋଷ ଜାହିର୍ କରିଛି। ଏହା ପୂର୍ବରୁ ନୀତୀଶ ସରକାରଙ୍କ ମନ୍ତ୍ରୀ ଚନ୍ଦ୍ରଶେଖର ରାମଚରିତମାନସଙ୍କୁ ଘୃଣା ସୃଷ୍ଟିକାରୀ କହିଥିଲେ।

ପ୍ରକୃତରେ ପାଟନାର ଦାନାପୁରରୁ ଆରଜେଡି ବିଦାୟ ରୀତଲାଲ ଯାଦବ ନିକଟରେ ଗଣାମାଧ୍ୟମକୁ କହିଛନ୍ତି ଯେ, ‘‘ବିଜେପି ଲୋକଙ୍କୁ ପରସ୍ପର ସହ ଲଢ଼େଇବାର ଲାଗିଛି। ସେ କହିଛନ୍ତି ‘‘ଏମିତି କେତେ ପର୍ଯ୍ୟନ୍ତ ଚାଲିବ ? ଏବେ ଲୋକ ରାମ ମନ୍ଦିରର ଚର୍ଚ୍ଚା କରୁଛନ୍ତି। କିନ୍ତୁ ସମୟ ଥିଲା ଯେତେବେଳେ ରାମଚରିତମାନସକୁ ମସଜିଦ୍‌ରେ ଲେଖାଯାଇଥିଲା। ଇତିହାସ​‌ ଦେଖନ୍ତୁ। କ’ଣ ସେତେବେଳେ ଆମ ଦିନ୍ଦୁତ୍ବ ବିପଦରେ ପଡ଼ିନଥିଲା ?’’

ଆହୁରି ପଢ଼ନ୍ତୁ: ନିଜ ପସନ୍ଦର ମୋବାଇଲ୍‌ କିଣିବାକୁ ପଇସା ଦେବ ସରକାର, ନିର୍ବାଚନ ପୂର୍ବରୁ ମହିଳାଙ୍କୁ ମିଳିବ ଉପହାର

ସେ ଆହୁରି କହିଛନ୍ତି ‘‘ଜଣେ ମୁସଲିମ୍‌ ଝିଅ ଭାଗବତ କଥା ପାଇଁ ପୁରସ୍କାର ଜିତୁଛି କିନ୍ତୁ ସେତେବେଳେ ଲୋକେ କିଛି କହୁନାହାଁନ୍ତି। ଯେତେବେଳେ ଆମ ଦେଶ ଗୁଲାମ ଥିଲା ସେତେବେଳେ ମୁସଲମାନଙ୍କୁ ଦେଶରୁ ବିଦା କରିବାର ଥିଲା। ବିଜେପି ନିଜ ପାର୍ଟୀରୁ ମୁସଲିମ୍‌ ଲୋକଙ୍କୁ ମଧ୍ୟ ବାହାର କରିଦେବା ଦରକାର।’’ ସୂଚନାଥାଉକି ରୀତଲାଲ ଯାଦବଙ୍କ ନାମ ବିହାରର ବାହୁବଳୀ ନେତାଙ୍କ ମଧ୍ୟରେ ରହିଛି। ତାଙ୍କ ବିରୋଧରେ ହତ୍ୟା ଭଳି ଅନେକ ଗୁରୁତର ଅପରାଧିକ ମାମଲା ରୁଜୁ ହୋଇଛି।

ସେପଟେ ରୀତଲାଲ ଯାଦବଙ୍କ ଏହି ବୟାନ ପରେ ବିହାରର ରାଜନୀତି ସରଗରମ ହୋଇଛି। ବିଜେପି ଏହା ଉପରେ ଆପତ୍ତି ଦର୍ଶାଇଛି। ବିଜେପି ନେତା ଅରବିନ୍ଦ ସିଂହ କହିଛନ୍ତି ଆମେ ସମସ୍ତେ ଜାଣିଛେ ରାମଚରିତମାନସ ତୁଳସୀଦାସ ଲେଖିଛନ୍ତି ।

ଆହୁରି ପଢ଼ନ୍ତୁ: କର୍ଣ୍ଣାଟକରେ ରଦ୍ଦ ହେଲା ଧର୍ମାନ୍ତରୀକରଣ ବିରୋଧୀ ଆଇନ, କଂଗ୍ରେସ ଶାସନରେ ବଦଳିଲା ବିଜେପିର ନିଷ୍ପତ୍ତି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.