ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା, ଦୁଇ ଆତଙ୍କୀ ଗିରଫ, ରାମବନରେ ପୋଲିସ ପୋଷ୍ଟକୁ କରିଥିଲେ ଟାର୍ଗେଟ

Published By : Prameya-News7 Bureau | August 06, 2022 IST

ଜାମ୍ମୁ: ଜାମ୍ମୁ କାଶ୍ମୀରେ ସୁରକ୍ଷାକର୍ମୀଙ୍କୁ ଏକ ବଡ଼ ସଫଳତା ମିଳିଛି । ଜାମ୍ମୁ ସମ୍ଭାଗର ରାମବନରେ ଅଗଷ୍ଟ ୨ରେ ହୋଇଥିବା ଆକ୍ରମଣ ଘଟଣାରେ ଜଣେ ଆତଙ୍କୀକୁ ଗିରଫ କରାଯାଇଛି । ସୁରକ୍ଷାକର୍ମୀଙ୍କ ପଚରାଉଚରାରେ ଗିରଫ ଆତଙ୍କୀ ନିଜର ଅପରାଧ ସ୍ୱୀକାର କରିସାରିଛି । ଗିରଫ ଆତଙ୍କୀ ଲସ୍କର-ଏ-ତୋଏବାର ତାଲିବ ହୁସେନ ସହ ସାମିଲ ଥିବା ଜଣାପଡିଛି ।

ଏସଏସପି ରାମବନ କହିଛନ୍ତି, ଗୁଲ ସ୍ଥିତ ପୋଲିସ ପୋଷ୍ଟ ଉପରେ ଗ୍ରେନେଡ ମାଡ କରାଯାଇଥିଲା । ଏହି ଆକ୍ରମଣରେ ଦୁଇ ଜଣ ପୋଲିସକର୍ମୀ ଆହତ ହୋଇଥିଲେ । ଆକ୍ରମଣ ପରେ ଅନ୍ଧାରର ସାହାଯ୍ୟ ନେଇ ସେଠାରୁ ଫେରାର ହୋଇଯାଇଥିଲେ । ଏହି ଆକ୍ରମଣ ପାଇଁ ଜେକେସିଏଫ ନିଜକୁ ଦାୟୀ କରିଥିଲା ।

ଏସଏସପି କହିଛନ୍ତି, ଆକ୍ରମଣରେ ଜଡିତ ଜଣେ ଆତଙ୍କୀକୁ ଗିରଫ କରାଯିବା ପରେ ଜେରା କରାଯାଇଥିଲା । ପଚରାଉଚରା ପରେ ଅନ୍ୟ ଜଣେ ଆତଙ୍କୀକୁ ମଧ୍ୟ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ଦୁଇଟି ମୋବାଇଲ ଏବଂ ୫୦ ହଜାର ଟଙ୍କା ଜବତ କରାଯାଇଛି । ମାମଲାରେ ଅନ୍ୟମାନଙ୍କ ଗିରଫଦାରୀ ବାକି ଥିବା ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.