ରାମ ନବମୀ, ଭଦ୍ରକରେ ହେବ ବିଶାଳ ଶୋଭାଯାତ୍ରା

Published By : Prameya-News7 Bureau | March 30, 2023 IST

ଭଦ୍ରକ ୩୦।୦୩ : ପବିତ୍ର ରାମ ନବମୀ । ଏହି ଅବସରରେ ଭଦ୍ରକ ଜିଲ୍ଲାରେ ହେବ ବିଶାଳ ଶୋଭଯାତ୍ରା । ଭଦ୍ରକ ସହରର ନେହେରୁ ଷ୍ଟାଡିୟମରୁ ଏହି ଶୋଭଯାତ୍ରା ଅପରାହ୍ନରେ ବାହାରି ସହର ମଧ୍ୟ ଦେଇ ୧୨ କିଲୋମିଟର ପରିକ୍ରମା କରିବ । ଜିଲ୍ଲାର ବିଭିନ୍ନ ସ୍ଥାନରୁ ୧୦୦ରୁ ଅଧିକ ମେଢ଼ ଯୋଗଦେବେ।

{"id":765393,"sizeSlug":"full","linkDestination":"none"}

ପୋଲିସ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହି ଶୋଭାଯାତ୍ରାରେ ଆଇଜି, ଏସପି, ୨ ଜଣ ଏଏସପି, ୧୨ ଜଣ ଡିଏସପି, ୨୫ଜଣ ଇନ୍‌ସପେକ୍ଟର, ୧୦୦ରୁ ଅଧିକ ଏଏସଆଇ ଓ ୩୫ ପ୍ଲାଟୁନ ଫୋର୍ସ ନିୟୋଜିତ ହୋଇଛନ୍ତି । ସହରରେ ବିଭିନ୍ନ ସ୍ଥାନରେ ୭୬ରୁ ଅଧିକ ସିସିଟିଭିର ଵ୍ୟବସ୍ଥା ହୋଇଛି । ନଗର ସଂକୀର୍ତ୍ତନ ସମୟରେ ପୋଲିସ ପକ୍ଷରୁ ୮ଟି ଡ୍ରୋନ କ୍ୟାମେରା ସହ କଣ୍ଟ୍ରୋଲ ରୁମରୁ ପୋଲିସ ନଜର ରଖିବ। ଶାନ୍ତି ଶୃଙ୍ଖଳା ସହ ରାମନବମୀ ପାଳିବା ପାଇଁ ପୋଲିସ ପକ୍ଷରୁ ଭଦ୍ରକବାସୀଙ୍କୁ ନିବେଦନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.