ଜେଜେଙ୍କ ନାଁ ଆସିଲେ ମନରେ ସୃଷ୍ଟି ହୁଏ ଭକ୍ତି ଭାବ, ନାତୁଣୀଙ୍କ ଇନଷ୍ଟାଗ୍ରାମ ଦେଖିଲେ…
1/03/2020 at 5:09 PM

ନୂଆଦିଲ୍ଲୀ୧/୩: ୯୦ ଦଶକରେ ଟିଭିରେ ଏକ ପୌରାଣିକ ଧାରାବାହିକ ପ୍ରସାରିତ ହୋଇଥିଲା। ସେହି ଧାରବାହିକ ଲୋକମାନଙ୍କୁ ଏଭଳି ପ୍ରଭାବିତ କରିଥିଲା ଯେ ଟିଭି ସାମ୍ନାରେ ବସିବା ପୂର୍ବରୁ ଧୂପକାଠି ଲଗା ଯାଉଥିଲା। ଟିଭିରେ ପୌରାଣିକ ଧାରାବହିକ ରାମାୟଣ ଶେଷ ହେବା ପରେ ପ୍ରସାଦ ବି ବଣ୍ଟା ଯାଉଥିଲା। ଯାହାର ନର୍ମିତା ଥିଲେ ରାମାନନ୍ଦ ସାଗର। ରାମାନନ୍ଦ ସାଗରଙ୍କ କଥା ଆସିଲେ ମନରେ ଭକ୍ତି ଭାବ ସୃଷ୍ଟି ହୋଇଥାଏ। ରାମାନନ୍ଦଙ୍କ ପରପିଢ଼ି ବା ବଂଶଧରଙ୍କ କଥା ଆସିଲେ ମଧ୍ୟ ମନରେ ଏକ ଭିନ୍ନ ଚିନ୍ତାଧାରା ଆସିଥାଏ। କିନ୍ତୁ ଏହି ସମୟରେ ଏକ ବିଚିତ୍ର ଦୃଶ୍ୟ ସାମ୍ନାକୁ ଆସିଛି। ରାମାନନ୍ଦ ସାଗରଙ୍କ ପଣନାତୁଣୀ ସାକ୍ଷୀ ଚୋପ୍ରାଙ୍କ ହଟ୍ ଏବଂ ବୋଲ୍ଡ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ରାମାନନ୍ଦ ସାଗରଙ୍କ ନାତୁଣୀଙ୍କ ନାମ ସାକ୍ଷୀ ଚୋପ୍ରା। ସାମାଜିକ ଗଣମାଧ୍ୟମରେ ଏବଂ ଇନଷ୍ଟାଗ୍ରାମରେ ସାକ୍ଷୀ ଚୋପ୍ରା ବହୁତ ସକ୍ରିୟ। ଅନେକ ଲୋକ ଇନଷ୍ଟାଗ୍ରାମ କୁଇନ୍ ନାମରେ ସାକ୍ଷୀଙ୍କୁ ଜାଣିଛନ୍ତି। ବାସ୍ତବରେ ସାକ୍ଷୀଙ୍କ ଇନଷ୍ଟାଗ୍ରାମରେ ଏକ ଲମ୍ବା ପ୍ରଶଂସକ ତାଲିକା ରହିଛି। ଏଥି ସହିତ, ତାଙ୍କର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପାଇଁ ଅଧିକ ସମୟ ଲାଗେ ନାହିଁ। ଏପରି କି ସୋସିଆଲ ମିଡିଆରେ ସାକ୍ଷୀଙ୍କୁ ଟ୍ରୋଲ ମଧ୍ୟ ହେବାକୁ ପଡ଼ିଛି।
ସାକ୍ଷୀଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ବିଷୟରେ କହିବାକୁ ଗଲେ, ଏପର୍ଯ୍ୟନ୍ତ ଏହି ଆକାଉଣ୍ଟରେ ସମୁଦାୟ ୩୨୦ଟି ପୋଷ୍ଟ ଅଛି । ପ୍ରାୟ ୫ ଲକ୍ଷ ୩୦ ହଜାର ଲୋକ ସେମାନଙ୍କୁ ଅନୁସରଣ ବା ଫଲୋ କରନ୍ତି। ସେ ନିଜ ୟୁଟ୍ୟୁବ୍ ଚ୍ୟାନେଲରେ କିଛି ଗୀତର ଭିଡିଓ ମଧ୍ୟ ସେୟାର କରିଛନ୍ତି। ତଥାପି, ୟୁଟ୍ୟୁବରେ ତାଙ୍କର ଅନୁଗାମୀମାନେ କିଛି ବିଶେଷ ନୁହଁନ୍ତି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସାକ୍ଷୀ ଅନେକ ବଲିଉଡ ଚଳଚ୍ଚିତ୍ରରୁ ଅଫର ମଧ୍ୟ ପାଇଛନ୍ତି କିନ୍ତୁ ସେ ସମସ୍ତଙ୍କୁ ମନା କରି ଦେଇଥିଲେ।