ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

ରାମଚନ୍ଦ୍ର ପୌଡେଲ ହେଲେ ନେପାଳ ରାଷ୍ଟ୍ରପତି, ନିର୍ବାଚନରେ ସୁଭାଷ ଚନ୍ଦ୍ର ନେମଓ୍ବାଙ୍ଗକୁ କଲେ ପରାସ୍ତ

9/03/2023 at 6:21 PM

ନୂଆଦିଲ୍ଳୀ, ୦୯/୦୩: ନେପାଳରେ ରାମଚନ୍ଦ୍ର ପୌଡେଲ ନୂଆ ରାଷ୍ଟ୍ରପତି ହୋଇଛନ୍ତି। ସେ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡଙ୍କ ନେତୃତ୍ବାଧୀନ ମେଣ୍ଟ ସମର୍ଥନରେ ନିର୍ବାଚନରେ ଭାଗ ନେଇଥିଲେ। ତାଙ୍କର ବିଜୟକୁ ନେଇ ନେପାଳୀ କଂଗ୍ରେସ ମୁଖ୍ୟ ଶେର୍‌ ବାହାଦୂର ଦେଉବା ଟ୍ବିଟ୍‌ କରି ରାମଚନ୍ଦ୍ର​‌ ପୌଡ଼େଲଙ୍କୁ ରାଷ୍ଟ୍ରପତି ହେବା ନେଇ ଶୁଭେଚ୍ଛା ଜଣାଇଛନ୍ତି।

ନେପାଳୀ କଂଗ୍ରେସ ରାମଚନ୍ଦ୍ର ପୌଡେଲ ନେପାଳର ରାଷ୍ଟ୍ରପତି ନିଯୁକ୍ତ ହୋଇଛନ୍ତି। ନେପାଳୀ ନିର୍ବାଚନ ଆୟୋଗ କହିଛନ୍ତି ଯେ ପୌଡେଲ ୩୩,୮୦୨ ଭୋଟ୍ ଜିତିଛନ୍ତି। ଯେତେବେଳେକି ତାଙ୍କର ପ୍ରତିନ୍ଦ୍ବନ୍ଦ୍ବି ସୁଭାଷ ଚନ୍ଦ୍ର ନେମ୍ବଓ୍ବାଙ୍ଗ ୧୫,୫୧୮ ନିର୍ବାଚନୀ ଭୋଟ୍ ଜିତିଛନ୍ତି। ପୌଡେଲ ପ୍ରଧାନମନ୍ତ୍ରୀ ପ୍ରଚଣ୍ଡଙ୍କ ନେତୃତ୍ବାଧୀନ ଆଠ-ଦଳୀୟ ମେଣ୍ଟ ଦ୍ବାରା ସମର୍ଥିତ ଆଶାୟୀ ଥିଲେ। ଯେତେବେଳେକି ସିପିଏନ-ୟୁଏମଏଲ ସହ ଜଡ଼ିତ ଥିଲେ।

ନିର୍ବାଚନ ଆୟୋଗ ପ୍ରବକ୍ତ କହିଛନ୍ତି ଯେ ୫୧୮ ବିଧାନସଭା ସଦସ୍ୟ ଏବଂ ସଂଘୀୟ ସଂସଦର ୩୧୩ ସଦସ୍ୟ ରାଷ୍ଟ୍ରପତି ନିର୍ବାଚନରେ ମତଦାନ କରିଥିଲେ। ନେପାଳରେ ୨୦୦୮ରେ ଗଣତନ୍ତ୍ର ସୃଷ୍ଟି ହେବା ପରଠାରୁ ତୃତୀୟ ରାଷ୍ଟ୍ରପତି ନିର୍ବାଚନ।

ପୌଡେଲଙ୍କୁ ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନରେ ସମର୍ଥନ ଦେବାକୁ ନେଇ ଉପୁଜିଥିବା ରାଜନୀତିକ ବିବାଦ ପରେ ପୂର୍ବତନ ପ୍ରଧାନମନ୍ତ୍ରୀ କେ.ପି.ଶର୍ମାଙ୍କ ନେତୃତ୍ବାଧୀନ ସିପିଏନ-ୟୁଏମଏଲ ବର୍ତ୍ତମାନର ସରକାରଙ୍କ ଠାରୁ ଏହାର ସମର୍ଥନ ଫେରାଇଥିଲା। ସିପିଏନ-ୟୁଏମଏଲ ନେପାଳର ଦ୍ବିତୀୟ ସବୁଠୁ ବଡ଼ ପାର୍ଟୀ।

   Related Posts