କଣ୍ଟିଗଡ଼ିଆରେ ରାମ ନବମୀ ଉତ୍ସବ ପାଳନ, ୯ ଦିନ ଧରି ଚାଲିବ ଏହି କାର୍ଯ୍ୟକ୍ରମ
30/03/2023 at 11:16 AM

ଚଣ୍ଡିଖୋଲ ୩୦।୦୩ : ଯାଜପୁର ଜିଲ୍ଲା ଧର୍ମଶାଳା କଣ୍ଟିଗଡ଼ିଆରେ ରାମ ନବମୀ ଉତ୍ସବ ପାଳନ । ୯ ଦିନ ଧରି ଏହି ଉତ୍ସବ ପାଳନ ହେବାକୁ ଥିବା ନବମୀ ଦିନ ମହାସମାରୋହ ପାଳନ ହୁଏ । ଗୁରୁବାର ସକାଳୁ ବ୍ରାହ୍ମଣମାନେ ପ୍ରଭୁଙ୍କୁ ମଙ୍ଗଳ ଆଳତୀ, ଅବକାଶ ନୀତି, ମହାସ୍ନାନ, ବହଲବ ଭୋଗ, ରାଜ ଉପଚାର ପୂଜା ହୋଇସାରିଲା ପରେ ମଣ୍ଡପ ପ୍ରାଙ୍ଗଣରେ ସର୍ବ ଦେବଦବୀଙ୍କ ଉଦ୍ଦେଶ୍ୟରେ ଯଜ୍ଞ ଏବଂ ଆହୁତି ପ୍ରଦାନ କରାଯାଇଥାଏ ।
ଏହି ରାମ ନବମୀ ଉତ୍ସବ ୯ ଦିନ ବ୍ୟାପି ଚାଲିଥିବାରୁ ଗାଁରେ ଲୋକମାନେ ଆମିଷ, ପିଆଜ, ରସୁଣ ଆଦି ଖାଆନ୍ତିନାହିଁ । ପ୍ରତ୍ୟେକ ସଂଧ୍ୟାରେ ମନ୍ଦିର ପ୍ରାଙ୍ଗଣରେ ପ୍ରବଚନ, ସଂକୀର୍ତ୍ତନ ଆଦି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ହେଉଥିବା ବେଳେ ରାମଲୀଳ ପରିବେଶଣ କରାଯାଇଥିଲା । ଅନ୍ତିମ ଦିନରେ ଅଖଣ୍ଡ ହନୁମାନ ଚାଳିସା , ସୁନ୍ଦରା କାଣ୍ଡ ପଠନ ହୋଇଥିବା ବେଳେ ଅଖଣ୍ଡ ମହାମନ୍ତ୍ର ସଂକୀର୍ତନ ଦିବରାତ୍ର ଲାଗି ରହିଥାଏ ।
ତେବେ ଏହି ରାମ ନବମୀ ଉତ୍ସବ ୩୭ ବର୍ଷ ଧରି ଚାଲିଆସୁଛି । ବିଶେଷ କରି କଣ୍ଟିଗଡ଼ିଆ ଗାଁରେ ଗ୍ରାମବାସୀମାନେ ରାମ ନବମୀ ଉତ୍ସବ ପାଳନ କରିଥାନ୍ତି । ଏହି ଉତ୍ସବରେ ଗାଁରେ ଭାଇଚାର ସହ ଆଧ୍ୟାତ୍ନିକ ବାତାବରଣ ଦେଖିବାକୁ ମିଳିଥାଏ । ଯଜ୍ଞର ଅନ୍ତିମ ଦିବସରେ ପ୍ରଭୁଙ୍କ ମଣ୍ଡପରୁ ବିଶ୍ୱର କଲ୍ୟାଣ ପାଇଁ ମହାଆଳତୀ ସହ ବାଜା, ବାଣ, ସଂକର୍ତୀନ କରି ନଗର ପରିକ୍ରମ କରିଥାନ୍ତି । ଆଳତି ପରିକ୍ରମା କଲେ ଗାଁରେ ଅଗ୍ନିପାତ, ଜଳସଂକଟ, ଦୁର୍ଘଟଣା ଭଳି ବିପଦ ହୋଇନଥାଏ ବୋଲି ଗ୍ରାମବାସୀ ବିଶ୍ୱାସ କରିଥାନ୍ତି ।