ସରକାରଙ୍କ ନିଷ୍ପତ୍ତି, ରାମ ମନ୍ଦିର ଟ୍ରଷ୍ଟରେ ଦାନ କରୁଥିବା ଲୋକଙ୍କୁ ଆୟକରରେ ମିଳିବ ରିହାତି

Published By : Prameya-News7 Bureau | May 09, 2020 IST

ନୂଆଦିଲ୍ଲୀ ୦୯।୦୫: ଅଯୋଧ୍ୟାରେ ନିର୍ମାଣ ହେଉଥିବା ଭଗବାନ ରାମଙ୍କ ମନ୍ଦିର ପାଇଁ ଦାନ କରୁଥିବା ଲୋକଙ୍କୁ ୨୦୨୦-୨୧ ଆର୍ଥିକ  ବର୍ଷରେ ଆୟକର ଅଧିନିୟମ ଧାରା ୮୦ ଜି ଆଧାରରେ ଟିକସ ଛାଡ କରାଯିବ। ଏହି ଟ୍ରଷ୍ଟର ସ୍ଥାପନା ଫେବୃଆରୀ ୫ରେ  ହୋଇଥିଲା। କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ ଶୁକ୍ରବାର ଏହି ସମ୍ବନ୍ଧରେ ଅଧିସୂଚନା ଜାରି କରିଛନ୍ତି।

ଅଧିସୂଚନାରେ କୁହାଯାଇଛି ଯେ, ଶ୍ରୀରାମ ଜନ୍ମଭୂମୀ ତୀର୍ଥ କ୍ଷେତ୍ର ଏକ ଐତିହାସିକ ଏବଂ ପୂଜା ପାଇଁ ଏକ ଲୋକପ୍ରିୟ ସ୍ଥଳ। ଆୟକର ଅଧିନିୟମର ଧାରା ୮୦ ଜିର ଉପଧାରା(୨)ର ଖଣ୍ଡ(ବି) ଅନୁଯାୟୀ ଏହାର ନିର୍ମାଣ କରୁଥିବା ଟ୍ରଷ୍ଟକୁ ଦାନ କରୁଥିବା ଲୋକଙ୍କୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ଆୟକରରେ ରିହାତି ଦିଆଯିବ।

କିନ୍ତୁ ଧାରା ୮୦ ଜି ଅନୁଯାୟୀ ସମସ୍ତ ଧାର୍ମିକ ଟ୍ରଷ୍ଟକୁ ଦାନ କରୁଥିବା ଲୋକଙ୍କ ପାଇଁ ଆୟକରରେ ରିହାତି ଦିଆଯିବାର ପ୍ରାବଧାନ ନାହିଁ। କୌଣସି ଧାର୍ମିକ ଟ୍ରଷ୍ଟକୁ ପ୍ରଥମେ ଧାରା ୧୧ ଓ ୧୨ ଅନୁଯାୟୀ ଆୟକର ଛାଡ ପାଇଁ ପଞ୍ଜୀକରଣ ନିମନ୍ତେ ଆବେଦନ କରିବାକୁ ପଡିବ। ଏହା ପରେ ଧାରା ୮୦ ଜି ଆଧାରରେ ରାମ ମନ୍ଦିର ଟ୍ରଷ୍ଟରେ ଦାନ କରୁଥିବା ଦାତାଙ୍କୁ ଆୟକରରେ ରିହାତି ଦିଆଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.