ଜାନୁଆରୀ ୨୧ରୁ ୨୩ ପର୍ଯ୍ୟନ୍ତ ହେବ ଅଯୋଧ୍ୟା ରାମ ମନ୍ଦିରର ଭବ୍ୟ ଅଭିଷେକ ସମାରୋହ, ପ୍ରଧାନମନ୍ତ୍ରୀଙ୍କୁ ପଠାଯିବ ନିମନ୍ତ୍ରଣ

Published By : Prameya-News7 Bureau | August 04, 2023 IST

ନୂଆଦିଲ୍ଲୀ, ୦୪/୦୮: ରାମ ମନ୍ଦିର ଉଦ୍‌ଘାଟନ ପୂର୍ବରୁ ଅଯୋଧ୍ୟା ରାମ ମନ୍ଦିର ଟ୍ରଷ୍ଟ ଏକ ଭବ୍ୟ ଅଭିଷେକ ସମାରୋହ ଆୟୋଜନ କରିବାକୁ ଯାଉଛି। ଏହି ସମାରୋହ ୨୧,୨୨ ଏବଂ ୨୩ ତାରିଖ ଧରି ଆୟୋଜନ ହେବ। ରାମ ମନ୍ଦିର ଟ୍ରଷ୍ଟର ସାଧାରଣ ସଭାପତି ଚମ୍ପତ ରାୟ କହିଛନ୍ତି । ଏହି ସମାରୋହକୁ ପଧାନମନ୍ତ୍ରୀ ନରେନ୍ଦ ମୋଦୀଙ୍କୁ ନିମନ୍ତ୍ରଣ କରାଯିବ।

ସେ କହିଛନ୍ତି ମୁଖ୍ୟ ସମାରୋହ ଆଦୌ ରାଜନୀତିମୂଳକ ନୁହେଁ। ବିଭିନ୍ନ ରାଜନୀତିକ ଦଳଙ୍କୁ ଏଥିରେ ଆମନ୍ତ୍ରିତ କରାଯିବ। କୌଣସି ଷ୍ଟେଜ୍ କାର୍ଯ୍ୟକ୍ରମ କିମ୍ବା କୌଣସି ଜନସଭା କରାଯିବ ନାହିଁ। ଏହି ସମାରୋହକୁ ୧୩୬ ସନାତନ ଧର୍ମର ୨୫ ହଜାର ହିନ୍ଦୁ ସନ୍ଥଙ୍କୁ ଆମନ୍ତ୍ରିତ କରାଯିବ। ଆମନ୍ତ୍ରିତ କରାଯିବାକୁ ଥିବା ସନ୍ଥମାନଙ୍କର ମଧ୍ୟ ଏକ ତାଲିକା ପ୍ରସ୍ତୁତ କରାଯାଇ ମହନ୍ତ ର୍ନିତ୍ୟ ଗୋପାଳ ଦାସ୍‌ଙ୍କ ହସ୍ତାକ୍ଷର ସହ ସେମାନଙ୍କୁ ଆମନ୍ତ୍ରଣ ପଠାଯିବ।

ଆହୁରି ପଢ଼ନ୍ତୁ: ଦୁଇ କେଜି ରୂପା ଇଟା ଯିବ ଅଯୋଧ୍ୟା, ଭବ୍ୟ ରାମ ମନ୍ଦିର ପାଇଁ ସହଯୋଗ କଲେ ଓଡିଶାର କିନ୍ନର

ୟଏହି କାର୍ଯ୍ୟକ୍ରମରେ ୨୫ ହଜାର ସନ୍ଥଙ୍କ ସହ ୧୦ ହଜାର ସ୍ବତନ୍ତ୍ର ଅତିଥି ମଧ୍ୟ ଯୋଗଦେବେ। ଟ୍ର​‌ଷ୍ଟ ଏହି ସମାରୋହକୁ ଆସୁଥିବା ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରିବାକୁ ଯାଉଛି। ରାୟଙ୍କ କହିବା ଅନୁଯାୟୀ ଜାନୁଆରୀରେ ପ୍ରତିଦିନ ପ୍ରାୟ ୭୫ ହଜାରରୁ ୧ ଲକ୍ଷ ପ୍ରତିଦିନ ଖାଇବା ଭଳି ଖାଦ୍ୟ ପ୍ରସ୍ତୁତ ହେବ।

ସୂଚନାଥାଉକି, ଅଯୋଧ୍ୟା ରାମ ମନ୍ଦିର ପାଇଁ, ଭୂମିପୂଜନ ଦିବସ କାର୍ଯ୍ୟକ୍ରମ ୨୦୨୦ ଅଗଷ୍ଟ ୫ରେ ହୋଇଥିଲା। ଟ୍ରଷ୍ଟର ଅନ୍ୟ ଜଣେ ସଦସ୍ୟ ଅନିଲ୍‌ ମିଶ୍ରା କହିଛନ୍ତି, ଏହି ପବିତ୍ର ମନ୍ଦିରର କାମ ସଂପୂର୍ଣ୍ଣ ହେବାର ନିକଟତର ହୋଇଛି। ଜାନୁଆରୀରେ ‘ପ୍ରାଣ ପ୍ରତିଷ୍ଠା’ କାର୍ଯ୍ୟକ୍ରମ ପାଇଁ ଜୋର୍‌ ସୋର୍‌ରେ କାମ ଚାଲିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.